ରୁଷିଆରୁ କମୁଛି ଭାରତର ତୈଳ ଆମଦାନୀ

ନୂଆଦିଲ୍ଲୀ,୪।୯ (ଅଭୟ ଦାଶ): ସାରା ବିଶ୍ୱରେ ଭାରତ ୩ ସର୍ବବୃହତ୍‌ ତୈଳ ଆମଦାନୀ ଦେଶ ଭାବେ ପରିଗଣିତ ହେଉଥିବାବେଳେ ଗତ କିଛି ମାସ ହେବ ଭାରତ ରୁଷିଆରୁ ତୈଳ ଆମଦାନୀ କମାଇଥିବା ଜଣାପଡିଛି। ଏପରିକି ଶସ୍ତା ଦରରେ ରୁଷିଆରୁ ଭାରତ ତୈଳ ଆମଦାନୀ କରୁଥିଲାବେଳେ ୨୦୨୩ ଅଗଷ୍ଟରେ ଏହାର ପରିମାଣ ୭ ମାସର ସର୍ବନିମ୍ନସ୍ତରରେ ପହଞ୍ଚତ୍ଛି ବୋଲି କୁହାଯାଉଛି।

ବିଶେଷକରି ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ୨୦୨୩ ଅଗଷ୍ଟରେ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ହୋଇଥିଲା ବୋଲି ଭାରତୀୟ ତୈଳକମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି, ତେବେ ଅଗଷ୍ଟରେ ଆମଦାନୀ ହୋଇଥିବା ତୈଳ ପରିମାଣ ବିଗତ ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚତ୍ ଯାଇଥିବା ଭର୍ଟେକ୍ସ ତଥ୍ୟରୁ ଜଣାପଡିଛି। ଅପରପକ୍ଷରେ ରୁଷିଆରୁ ତୈଳ ଆମଦାନୀ ଲଗାତର ତୃତୀୟ ମାସ ଲାଗି ହ୍ରାସ ହୋଇଛି। ଏପରିକି ଭର୍ଟେକ୍ସ ତଥ୍ୟ ଅନୁସାରେ ୨୦୨୩ ଅଗଷ୍ଟରେ ରୁଷିଆରୁ ଭାରତ ଦୈନିକ ୧.୪୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ କିଣିଥିବାବେଳେ ଜୁଲାଇରେ ଏହି ପରିମାଣ ଦୈନିକ ୧.୯୧ ମିଲିୟନ ବ୍ୟାରେଲ ଥିଲା।

ଏହାଛଡା ଭାରତୀୟ ରିଫାଇନାରୀ କମ୍ପାନୀମାନେ ବିଶ୍ୱର ଅନ୍ୟତମ ତୈଳ ଯୋଗାଣକାରୀ ଦେଶ ଇରାକରୁ ମଧ୍ୟ ତୈଳ ଆମଦାନୀ ହ୍ରାସ କରିଛନ୍ତି। ଇରାକରୁ ଭାରତ ଦୈନିକ ୮,୯୧,୦୦୦ ବ୍ୟାରେଲ ତୈଳ ଆମଦାନୀ କରୁଥିବାବେଳେ ବର୍ତ୍ତମାନ ତାହା ୮,୬୬,୦୦୦ ବ୍ୟାରେଲରେ ପହଞ୍ଚତ୍ଛି। ସେହିଭଳି ଏହି ଅବଧି ମଧ୍ୟରେ ସାଉଦିଆରବରୁ ଭାରତ ୨୦୨୩ ଜୁଲାଇରେ ଦୈନିକ ଆମଦାନୀ ୪,୮୪,୦୦୦ ବ୍ୟାରେଲରୁ ୮,୨୦,୦୦୦ ବ୍ୟାରେଲକୁ ବଢାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୨ ଫେବୃୟାରୀରେ ଉଭୟ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା। ସେହି ସମୟରୁ ଭାରତର ରୁଷିଆରୁ ତୈଳ ଆମଦାନୀ ୧%ରୁ ମଧ୍ୟ କମ୍‌ ଥିଲା। ଯେତେବେଳେ ରୁଷିଆ ରିହାତି ଦରରେ ଭାରତକୁ ତୈଳ ଦେବା ପାଇଁ ସହମତି ପ୍ରକାଶ କରିଥିଲା ସେବେଠାରୁ ଭାରତୀୟ ରିଫାଇନାରୀ କମ୍ପାନୀମାନେ ରୁଷିଆରୁ ତୈଳ ଆମଦାନୀ ଆରମ୍ଭ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?