୫ରୁ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ରାସ୍ତାରୋକୋ

ସମ୍ବଲପୁର,୨୯ା୧୧(ବ୍ୟୁରୋ): ସମଗ୍ର ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ଦେଖା ଦେଇଛି। ଟୋକନ ସମସ୍ୟା ଚାଷୀଙ୍କ ପାଇଁ କାଳ ସାଜିଛି । ଅନ୍ୟପକ୍ଷେ ଏକର ପିଛା ୧୩ ରୁ ୧୯ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ବିକ୍ରି ନିଷ୍ପତ୍ତି ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି କରିଛି । ଗତ ଏକ ମାସ ହେବ ଚାଷୀମାନେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବାସ୍ତବରେ କୃଷି ଓ ପରିସଂଖ୍ୟାନ ବିଭାଗ କ୍ରଫ୍‌ କଟିଂ ରିପୋର୍ଟକୁ ଆଧାର ନ କରି ମନଇଚ୍ଛା ଧାନ ବିକ୍ରିର ପରିମାଣ ଧାର୍ଯ୍ୟ କରିଛନ୍ତି । ଭୁବନେଶ୍ୱରରେ ବସି ତ୍ରୁଟିପୂର୍ଣ୍ଣ ଧାନ ସଂଗ୍ରହ ନୀତି ଲାଗୁ କରିବା ଚାଷୀଙ୍କ ପାଇଁ ସମସ୍ୟା ହୋଇଛି। ଏଥିପାଇଁ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଶନିବାର ଓଡ଼ିଶା ସାଂସ୍କୃତିକ ସମାଜ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି, ବହୁ ବର୍ଷ ହେବ ଚାଷୀମାନେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆସିଛନ୍ତି । ହେଲେ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ନାମକୁମାତ୍ର ଜିଲାସ୍ତରୀୟ ଧାନ ସଂଗ୍ରହ ବୈଠକ କରାଯାଉଛି। ପୂର୍ବରୁ ଭୁବନେଶ୍ୱରରେ ସବୁ ନିଷ୍ପତ୍ତି ହେଉଛି । ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିମାନେ ବିଧାନସଭାରେ ପ୍ରଶ୍ନ କରି ପାରୁନାହାନ୍ତି । ଜାନୁୟାରୀ ଓ ଫେବୃୟାରୀ ପର୍ଯ୍ୟନ୍ତ ଟୋକନ ଦିଆଯାଇଛି । ଚାଷୀମାନେ ଆଗାମୀ ଚାଷ ପାଇଁ ପ୍ରସ୍ତୁତି କରିବେ ନା ଧାନ ବିକ୍ରି ପାଇଁ ସମୟ ଦେବେ । ଏପରି କି ଚାଷୀଙ୍କ ପାଖରେ ବନ୍ୟପ୍ରାଣୀ ଓ ପ୍ରକୃତି ପ୍ରକୋପରୁ ଫସଲକୁ ରକ୍ଷା କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ । ବହୁଦିନରୁ ଚାଷୀଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଉଗ୍ରରୂପ ନେବ। ଡିସେମ୍ବର ୪ ସୁଦ୍ଧା ସରକାର ଏ ସଂକ୍ରାନ୍ତରେ କୌଣସି ସମାଧାନର ବାଟ ବାହାର ନ କଲେ ଆସନ୍ତା ୫ରୁ ଚାଷୀମାନେ ରାଜରାସ୍ତା ଅବରୋଧ କରିବେ । ଧାନ ବସ୍ତା, ଟ୍ରାକ୍ଟର, ଲଙ୍ଗଳ ସହିତ ବିଭିନ୍ନ ଚାଷ ଉପକରଣ ରାସ୍ତା ଉପରେ ରଖି ଚାଷୀମାନେ ଏହି ଆନ୍ଦୋଳନ କରିବେ । ୨୦୦୧ରେ ବରଗଡ ଜିଲା ବରାଗୁଡାରେ ଚାଷୀମାନେ ଜାତୀୟ ରାଜପଥକୁ ୭୨ ଘଣ୍ଟା ଅବରୋଧ କରିଥିଲେ । ଏହି ଆନ୍ଦୋଳନ ସେହିପରି ହେବ ବୋଲି ପ୍ରଧାନ ଚେତାବନୀ ଦେଇଛନ୍ତି ।

ଚାଷୀନେତା ଲିଙ୍ଗରାଜ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର କୃଷି ବିରୋଧୀ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ କଳା ଆଇନ ଭାବେ ଚାଷୀମାନେ ଗ୍ରହଣ କରିଛନ୍ତି। ସମଗ୍ର ଦେଶରେ ଆନ୍ଦୋଳନ ହେଉଛି । ଏହାକୁ ପଶ୍ଚିମ ଓଡ଼ିଶା ଚାଷୀ ସଙ୍ଗଠନ ସମର୍ଥନ କରୁଛୁ । ଏ ନେଇ କେନ୍ଦ୍ର ଚାଷୀ ସଙ୍ଗଠନ ସହ ଆମେ ଯୋଗାଯୋଗରେ ଅଛୁ । ଚାଷୀଙ୍କ ସହ ଆଲୋଚନା କରି ଧାନ ସଂଗ୍ରହରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରାଯାଉ ବୋଲି ସେ ଦାବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri