ଗଜାଧାନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲେ ଚାଷୀ: କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ ଚେତାବନୀ

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ରେକର୍ଡ ପରିମାଣରେ ବର୍ଷା ହୋଇଥିଲା। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଏଭଳି ବର୍ଷା ହେବା ଯୋଗୁ କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ସବୁଠି ଧାନ ଗଜା ହୋଇ ଗଲାଣି। ଏହାସତ୍ତ୍ୱେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କିଛି ଘୋଷଣା ହୋଇନାହିଁ। ସରକାରଙ୍କ ନୀରବତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଆନ୍ଦୋଳନ ଦାନା ବାନ୍ଧୁଛି। ସୋମବାର ଜିଲାର ବିଭିନ୍ନ ଅଞ୍ଚଳର ଶତାଧିକ କ୍ଷତିଗ୍ରସ୍ତ ଚାଷୀ ନମୁନା ସ୍ବରୂପ ଗଜା ହୋଇଥିବା ଧାନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ। ଏହା ସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ କ୍ଷତିପୂରଣ ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କ୍ଷତିପୂରଣ ନ ମିଳିଲେ ସମସ୍ତ କ୍ଷତିଗ୍ରସ୍ତ ଚାଷୀ ସଂଗଠିତ ହୋଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ବରଗଡ଼ ଜିଲାରେ ୧ଲକ୍ଷ ୪୦ହଜାର ହେକ୍ଟର ଜମିରେ ରବି ଧାନଚାଷ ହୋଇଥିଲା। ଧାନ ଫସଲ ମଧ୍ୟ ଏଥର ଭଲ ହୋଇଥିଲା। ଅନ୍ୟପଟେ ଏପ୍ରିଲ ମାସ ଶେଷ ସପ୍ତାହରୁ ଜିଲାର ଚାଷୀମାନେ ଧାନ ଅମଳ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ମେ ମାସ ୧୪ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ମୌସୁମୀ ବର୍ଷା ନ ଆସୁଣୁ ଗତ ମେ ମାସ ଶେଷ ସପ୍ତାହରେ ଅଦିନିଆ ବର୍ଷା ଲାଗି ରହିଥିଲା, ଯାହାକି ଜିଲାର ମେ’ ମାସର ସ୍ବାଭାବିକ ବୃଷ୍ଟିପାତ ପରିମାଣଠାରୁ ଢେର୍‌ ଅଧିକ ରହିଥିଲା। ବରଗଡ଼ ଜିଲାରେ ସାଧାରଣତଃ ମେ ମାସର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୭.୧ମିମି ରହିଥିବାବେଳେ ଗତମାସରେ ୧୨୨.୫ ମିମି ବର୍ଷା ହୋଇଥିଲା। ତେବେ ଗୋଟିଏ ଦିନରେ ବରପାଲି ବ୍ଲକରେ ୫୨ମିମି, ଅତାବିରା ବ୍ଲକରେ ୬୭ମିମି ଏବଂ ଭଟଲି ବ୍ଲକରେ ୭୪ମିମି ବର୍ଷା ହୋଇଥିଲା। ଜିଲାର ଅନ୍ୟ ବ୍ଲକ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନ ଥିଲା।
ଏଭଳି ବର୍ଷା ଲାଗି ରହିବାରୁ ଚାଷୀଙ୍କ କ୍ଷେତ, ଖଳାରେ ରହିଥିବା ଧାନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। କ୍ଷେତରେ ରହିଥିବା ଉଭୟ ଠିଆଧାନ, କଟାଧାନ ନଷ୍ଟ ହୋଇଥିବା ବେଳେ ଖଳାରେ ଅମଳ ହୋଇଥିବା ଧାନ ବର୍ଷାପାଣି ଭିଜିଥିଲା। ସେହିପରି ଅନେକ ମଣ୍ଡିର ଖୋଲାସ୍ଥାନରେ ରହିଥିବା ଧାନ ମଧ୍ୟ ଓଦା ହୋଇଥିଲା। ସେହି ଧାନ ସବୁ ଏବେ ଗଜା ହେବା ସହିତ ସେଥିରେ ଗଜା ମଧ୍ୟ ବାହାରିଥିବା ପରିଲକ୍ଷିତ ହୋଇଛି। ଏଭଳିସ୍ଥଳେ କ୍ଷତିଗ୍ରସ୍ତ ଚାଷୀ କ୍ଷେତ, ଖଳାରେ ରହିଥିବା ଧାନକୁ ମଣ୍ଡିକୁ ନେଇ ପାରୁ ନ ଥିବାବେଳେ ମଣ୍ଡିରେ ବର୍ଷା ପ୍ରଭାବିତ ଧାନକୁ ଚାଷୀମାନେ ଘରକୁ ଫେରାଇ ଆଣୁଥିବା ଏବଂ ପୁଣି ତାକୁ ଶୁଖାଉଥିବା ଦେଖିବାକୁ ମିଳିଛି। ରବିଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ସମୟରେ ଅଦିନିଆ ବର୍ଷାରେ ଏଭଳି କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷେତ୍ରରେ ଧାନର ଗୁଣବତ୍ତା କୋହଳ କରିବା ସହିତ ସବୁଧାନକୁ କିଣାଯିବା, ଜିଲାରେ ଧାନକ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା, ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍‌ ସବ୍‌ସିଡି ପ୍ରଦାନ, ବୀମା କରିଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ସର୍ଭେ ତୁରନ୍ତ କରାଯାଇ ଫସଲବୀମା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନେକାଣ୍ଟି, ପ୍ରଶାନ୍ତ ସାହୁ, ସୋହେଲାର ରବିଶଙ୍କର ପ୍ରଧାନ, ଲୋକେଶ୍ୱର ସାହୁ, ପ୍ରକାଶ ଭୋଇ, ଅବନୀକାନ୍ତ ପ୍ରଧାନ, ଭଟଲି ବ୍ଲକର ଥବିର ସାହୁ, ଶାନ୍ତନୁ ମାଝି, ଅନନ୍ତ ଖମାରୀ, ଦିଲୀପ ସାହୁ, ଭେଡେନ ବ୍ଲକର ସୁଦାମ ପାତ୍ର, ଭିଜନ ପାଢ଼ୀ, ମୋତିଲାଲ ମହାକୁଡ଼, ଲୋକନାଥ ଦାଶ, ଚୂଡ଼ାମଣି ଛନ୍ଦ, ବରପାଲି ବ୍ଲକର ତପନ ମିଶ୍ର, ଟେକରାଜ ପ୍ରଧାନ, କେବାଡ଼ ଗ୍ରାମର ହେମରାଜ ସା, ଯୁଧିଷ୍ଠିର ମେହେର, ବିଶ୍ୱନାଥ ନାଏକ, ଚନ୍ଦ୍ରଭାନୁ ଭୋଇ, ରାଧେଶ୍ୟାମ ଦଣ୍ଡକାର, ଗିରିଧାରୀ ନାଏକ, ଭଗବାନ ମଟାରୀ, ଭୁବନେଶ୍ୱର ବଢ଼େଇଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri