ଗଜାଧାନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲେ ଚାଷୀ: କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ ଚେତାବନୀ

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ରେକର୍ଡ ପରିମାଣରେ ବର୍ଷା ହୋଇଥିଲା। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଏଭଳି ବର୍ଷା ହେବା ଯୋଗୁ କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ସବୁଠି ଧାନ ଗଜା ହୋଇ ଗଲାଣି। ଏହାସତ୍ତ୍ୱେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କିଛି ଘୋଷଣା ହୋଇନାହିଁ। ସରକାରଙ୍କ ନୀରବତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଆନ୍ଦୋଳନ ଦାନା ବାନ୍ଧୁଛି। ସୋମବାର ଜିଲାର ବିଭିନ୍ନ ଅଞ୍ଚଳର ଶତାଧିକ କ୍ଷତିଗ୍ରସ୍ତ ଚାଷୀ ନମୁନା ସ୍ବରୂପ ଗଜା ହୋଇଥିବା ଧାନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ। ଏହା ସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ କ୍ଷତିପୂରଣ ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କ୍ଷତିପୂରଣ ନ ମିଳିଲେ ସମସ୍ତ କ୍ଷତିଗ୍ରସ୍ତ ଚାଷୀ ସଂଗଠିତ ହୋଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ବରଗଡ଼ ଜିଲାରେ ୧ଲକ୍ଷ ୪୦ହଜାର ହେକ୍ଟର ଜମିରେ ରବି ଧାନଚାଷ ହୋଇଥିଲା। ଧାନ ଫସଲ ମଧ୍ୟ ଏଥର ଭଲ ହୋଇଥିଲା। ଅନ୍ୟପଟେ ଏପ୍ରିଲ ମାସ ଶେଷ ସପ୍ତାହରୁ ଜିଲାର ଚାଷୀମାନେ ଧାନ ଅମଳ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ମେ ମାସ ୧୪ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ମୌସୁମୀ ବର୍ଷା ନ ଆସୁଣୁ ଗତ ମେ ମାସ ଶେଷ ସପ୍ତାହରେ ଅଦିନିଆ ବର୍ଷା ଲାଗି ରହିଥିଲା, ଯାହାକି ଜିଲାର ମେ’ ମାସର ସ୍ବାଭାବିକ ବୃଷ୍ଟିପାତ ପରିମାଣଠାରୁ ଢେର୍‌ ଅଧିକ ରହିଥିଲା। ବରଗଡ଼ ଜିଲାରେ ସାଧାରଣତଃ ମେ ମାସର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୭.୧ମିମି ରହିଥିବାବେଳେ ଗତମାସରେ ୧୨୨.୫ ମିମି ବର୍ଷା ହୋଇଥିଲା। ତେବେ ଗୋଟିଏ ଦିନରେ ବରପାଲି ବ୍ଲକରେ ୫୨ମିମି, ଅତାବିରା ବ୍ଲକରେ ୬୭ମିମି ଏବଂ ଭଟଲି ବ୍ଲକରେ ୭୪ମିମି ବର୍ଷା ହୋଇଥିଲା। ଜିଲାର ଅନ୍ୟ ବ୍ଲକ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନ ଥିଲା।
ଏଭଳି ବର୍ଷା ଲାଗି ରହିବାରୁ ଚାଷୀଙ୍କ କ୍ଷେତ, ଖଳାରେ ରହିଥିବା ଧାନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। କ୍ଷେତରେ ରହିଥିବା ଉଭୟ ଠିଆଧାନ, କଟାଧାନ ନଷ୍ଟ ହୋଇଥିବା ବେଳେ ଖଳାରେ ଅମଳ ହୋଇଥିବା ଧାନ ବର୍ଷାପାଣି ଭିଜିଥିଲା। ସେହିପରି ଅନେକ ମଣ୍ଡିର ଖୋଲାସ୍ଥାନରେ ରହିଥିବା ଧାନ ମଧ୍ୟ ଓଦା ହୋଇଥିଲା। ସେହି ଧାନ ସବୁ ଏବେ ଗଜା ହେବା ସହିତ ସେଥିରେ ଗଜା ମଧ୍ୟ ବାହାରିଥିବା ପରିଲକ୍ଷିତ ହୋଇଛି। ଏଭଳିସ୍ଥଳେ କ୍ଷତିଗ୍ରସ୍ତ ଚାଷୀ କ୍ଷେତ, ଖଳାରେ ରହିଥିବା ଧାନକୁ ମଣ୍ଡିକୁ ନେଇ ପାରୁ ନ ଥିବାବେଳେ ମଣ୍ଡିରେ ବର୍ଷା ପ୍ରଭାବିତ ଧାନକୁ ଚାଷୀମାନେ ଘରକୁ ଫେରାଇ ଆଣୁଥିବା ଏବଂ ପୁଣି ତାକୁ ଶୁଖାଉଥିବା ଦେଖିବାକୁ ମିଳିଛି। ରବିଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ସମୟରେ ଅଦିନିଆ ବର୍ଷାରେ ଏଭଳି କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷେତ୍ରରେ ଧାନର ଗୁଣବତ୍ତା କୋହଳ କରିବା ସହିତ ସବୁଧାନକୁ କିଣାଯିବା, ଜିଲାରେ ଧାନକ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା, ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍‌ ସବ୍‌ସିଡି ପ୍ରଦାନ, ବୀମା କରିଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ସର୍ଭେ ତୁରନ୍ତ କରାଯାଇ ଫସଲବୀମା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନେକାଣ୍ଟି, ପ୍ରଶାନ୍ତ ସାହୁ, ସୋହେଲାର ରବିଶଙ୍କର ପ୍ରଧାନ, ଲୋକେଶ୍ୱର ସାହୁ, ପ୍ରକାଶ ଭୋଇ, ଅବନୀକାନ୍ତ ପ୍ରଧାନ, ଭଟଲି ବ୍ଲକର ଥବିର ସାହୁ, ଶାନ୍ତନୁ ମାଝି, ଅନନ୍ତ ଖମାରୀ, ଦିଲୀପ ସାହୁ, ଭେଡେନ ବ୍ଲକର ସୁଦାମ ପାତ୍ର, ଭିଜନ ପାଢ଼ୀ, ମୋତିଲାଲ ମହାକୁଡ଼, ଲୋକନାଥ ଦାଶ, ଚୂଡ଼ାମଣି ଛନ୍ଦ, ବରପାଲି ବ୍ଲକର ତପନ ମିଶ୍ର, ଟେକରାଜ ପ୍ରଧାନ, କେବାଡ଼ ଗ୍ରାମର ହେମରାଜ ସା, ଯୁଧିଷ୍ଠିର ମେହେର, ବିଶ୍ୱନାଥ ନାଏକ, ଚନ୍ଦ୍ରଭାନୁ ଭୋଇ, ରାଧେଶ୍ୟାମ ଦଣ୍ଡକାର, ଗିରିଧାରୀ ନାଏକ, ଭଗବାନ ମଟାରୀ, ଭୁବନେଶ୍ୱର ବଢ଼େଇଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?