ଖୋଲୁନି ମଣ୍ଡି, ବେପାରୀଙ୍କୁ ଧାନ ବିକୁଛନ୍ତି ଚାଷୀ

ବେଗୁନିଆ,୧୭ା୧(ଡି.ଏନ୍‌.ଏ.): ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଜରିଆରେ ଚାଷୀମାନେ ଧାନ ସୁବିଧାରେ ବିକ୍ରି କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଇଛି। ତେବେ ଚାଷୀଙ୍କ ସମସ୍ୟା ଦୂର ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏଯାଏ ଚଳିତ ଖରିଫ ବର୍ଷର ମଣ୍ଡି ଖୋଲିଲା ନାହିଁ। ଫଳରେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଣ୍ଡି ଉପରେ ଭରସା ନ କରି ଚାଷୀମାନେ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ ଦରରେ ବେପାରୀଙ୍କୁ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଚଳିତ ବର୍ଷ ଧାନଚାଷ ଆରମ୍ଭରୁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଣି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରିଲେ ନାହିଁ। ଚାଷୀଙ୍କ ଧାନ କ୍ରୟ ପାଇଁ ବେଗୁନିଆ ବ୍ଲକ ଅଞ୍ଚଳରେ ୧୪ଟି ସେବା ସମବାୟ ସମିତି ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଇଛି। ୪ ମିଲର୍ସଙ୍କ ମାଧ୍ୟମରେ ପ୍ରାୟ ୧ ଲକ୍ଷ ୪୦ ହଜାର କୁଇଣ୍ଟାଲ ଧାନ କିଣାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏଯାଏ ମଣ୍ଡି ଖୋଲିଲା ନାହିଁ। କେତେଜଣ ଚାଷୀ ଟୋକନ ପାଇ ଧାନ ବିକ୍ରି କରିବା ପାଇଁ ଅନାଇ ରହିଛନ୍ତି। ଅନ୍ୟ କେତେଜଣ ଚାଷୀ ଧାନର ମାନ କମିଯିବ ବୋଲି ଆଶଙ୍କା କରି ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି। ସରକାରୀ ଦରଠାରୁ କୁଇଣ୍ଟାଲ ପିଛା ୭ଶହରୁ ୮ଶହ ଟଙ୍କା କମ୍‌ ଦରରେ ବିକ୍ରି କରୁଛନ୍ତି। ବଡ଼ବେରଣା ସମବାୟ ସମିତି ସମ୍ପାଦକଙ୍କ ଅବହେଳାରୁ ବହୁ ଚାଷୀଙ୍କ ନାମ ତାଲିକାରେ ପଞ୍ଜୀକରଣ କରାଯାଇନାହିଁ। ଏନେଇ ଅନେକ ସମୟରେ ଚାଷୀଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଇ ନାହିଁ। ଟୋକନ ବ୍ୟବସ୍ଥାରୁ ଆସ୍ଥା ତୁଟିଗଲାଣି ବୋଲି ଚାଷୀ ମାୟାଧର ବେହେରା, ଅଗାଧୁ ଦାସ, ଭାଗ୍ୟବାନ ସାହୁ ପ୍ରମୁଖ କହିଛନ୍ତି। ଜିଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବ୍ଲକରେ ତୁରନ୍ତ ମଣ୍ଡି ଖୋଲିବାକୁ ପଦକ୍ଷେପ ନିଆଯାଉ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ସଭ୍ୟ ମଦନ ମୋହନ ସାହୁ ଓ କାହ୍ନୁ ଚରଣ ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ: ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ଗିରଫ

କଟକ ଅଫିସ, ୪ା୧: ଦେଢହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନବରଙ୍ଗପୁରଠାରେ ଥିବା ଲାର୍ଜ ଏରିଆ ମଲ୍‌ଟି ପର୍ପୋଜ୍‌ କୋଅପରେଟିଭ ସୋସାଇଟି...

ଗଛମୂଳେ ଖେଳୁଥିବାବେଳେ ବଜ୍ରପାତରେ ଛାତ୍ରଙ୍କ ଜୀବନ ଗଲା

ଦେବଗଡ଼,୧ା୬(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ବିଛଣାପୁର ଗ୍ରାମରେ ବଜ୍ରପାତରେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନରେ ହଠାତ ଝଡ଼ ପବନ ସହ...

ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ବାରଙ୍ଗ,୧୮।୧୨(ଡି.ଏନ୍‌.ଏ.): ଆତ୍ମହତ୍ୟା କରିଛନ୍ତି ବାରଙ୍ଗ ଥାନା ଏଏସ୍‌ଆଇ ଅଶୋକ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର...

ହାତୀ ସୁରକ୍ଷା ଲାଗି ଝୁଲନ୍ତା ସୋଲାର ବାଡ଼

କେନ୍ଦୁଝର,୮ା୧୦(ସ୍ବ.ପ୍ର.): ରେଳ ଦୁର୍ଘଟଣାରୁ ହାତୀପଲଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ ଯୋଡ଼ା ବେହେରା ହାଟିଂ ନିକଟରେ ଝୁଲନ୍ତା...

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି ...

ହୀରାକୁଦରେ ପକ୍ଷୀ ସଂଖ୍ୟା ବଢ଼ିଲା

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ଜିଲାର ହୀରାକୁଦ ଡ୍ୟାମରେ ଚଳିତବର୍ଷ ପକ୍ଷୀସଂଖ୍ୟା ବୃଦ୍ଧି ପାଇଛି। ଶୁକ୍ରବାର ବନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି। ମୋଟ...

ମଶା ନେଇଛି ୫୪ ମୁଣ୍ଡ

ଅନୁଗୋଳ ଅଫିସ, ୨ା୮:  ମଶାଜନିତ ରୋଗରେ ଯାଉଛି ମଣିଷ ଜୀବନ। କେତେବେଳେ ମଶା ମ୍ୟାଲେରିଆର ବାହାକ ସାଜୁଛି ତ କେବେ ଡେଙ୍ଗୁ ରୋଗରେ ଆକ୍ରାନ୍ତ କରୁଛି। ଗତ...

ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା

ବରଗଡ଼ ଅଫିସ,୨୫ା୯(.): ପୋଲିସ ଉଠାଇ ନେଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି...

Advertisement
Archives

Model This Week