ଖୋଲୁନି ମଣ୍ଡି, ବେପାରୀଙ୍କୁ ଧାନ ବିକୁଛନ୍ତି ଚାଷୀ

ବେଗୁନିଆ,୧୭ା୧(ଡି.ଏନ୍‌.ଏ.): ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଜରିଆରେ ଚାଷୀମାନେ ଧାନ ସୁବିଧାରେ ବିକ୍ରି କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଇଛି। ତେବେ ଚାଷୀଙ୍କ ସମସ୍ୟା ଦୂର ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏଯାଏ ଚଳିତ ଖରିଫ ବର୍ଷର ମଣ୍ଡି ଖୋଲିଲା ନାହିଁ। ଫଳରେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଣ୍ଡି ଉପରେ ଭରସା ନ କରି ଚାଷୀମାନେ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ ଦରରେ ବେପାରୀଙ୍କୁ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଚଳିତ ବର୍ଷ ଧାନଚାଷ ଆରମ୍ଭରୁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଣି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରିଲେ ନାହିଁ। ଚାଷୀଙ୍କ ଧାନ କ୍ରୟ ପାଇଁ ବେଗୁନିଆ ବ୍ଲକ ଅଞ୍ଚଳରେ ୧୪ଟି ସେବା ସମବାୟ ସମିତି ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଯାଇଛି। ୪ ମିଲର୍ସଙ୍କ ମାଧ୍ୟମରେ ପ୍ରାୟ ୧ ଲକ୍ଷ ୪୦ ହଜାର କୁଇଣ୍ଟାଲ ଧାନ କିଣାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏଯାଏ ମଣ୍ଡି ଖୋଲିଲା ନାହିଁ। କେତେଜଣ ଚାଷୀ ଟୋକନ ପାଇ ଧାନ ବିକ୍ରି କରିବା ପାଇଁ ଅନାଇ ରହିଛନ୍ତି। ଅନ୍ୟ କେତେଜଣ ଚାଷୀ ଧାନର ମାନ କମିଯିବ ବୋଲି ଆଶଙ୍କା କରି ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି। ସରକାରୀ ଦରଠାରୁ କୁଇଣ୍ଟାଲ ପିଛା ୭ଶହରୁ ୮ଶହ ଟଙ୍କା କମ୍‌ ଦରରେ ବିକ୍ରି କରୁଛନ୍ତି। ବଡ଼ବେରଣା ସମବାୟ ସମିତି ସମ୍ପାଦକଙ୍କ ଅବହେଳାରୁ ବହୁ ଚାଷୀଙ୍କ ନାମ ତାଲିକାରେ ପଞ୍ଜୀକରଣ କରାଯାଇନାହିଁ। ଏନେଇ ଅନେକ ସମୟରେ ଚାଷୀଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଇ ନାହିଁ। ଟୋକନ ବ୍ୟବସ୍ଥାରୁ ଆସ୍ଥା ତୁଟିଗଲାଣି ବୋଲି ଚାଷୀ ମାୟାଧର ବେହେରା, ଅଗାଧୁ ଦାସ, ଭାଗ୍ୟବାନ ସାହୁ ପ୍ରମୁଖ କହିଛନ୍ତି। ଜିଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବ୍ଲକରେ ତୁରନ୍ତ ମଣ୍ଡି ଖୋଲିବାକୁ ପଦକ୍ଷେପ ନିଆଯାଉ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ସଭ୍ୟ ମଦନ ମୋହନ ସାହୁ ଓ କାହ୍ନୁ ଚରଣ ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଆରାଘଚିଙ୍କ ସହ ଗାଲିବାଫଙ୍କୁ ହତ୍ୟା କରିବାକୁ ଚାହୁଁଛି ଇସ୍ରାଏଲ! ହତ୍ୟା ଷଡ଼ଯନ୍ତ୍ରର…

ଜେରୁଜେଲମ,୩।୭: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri