ଅକ୍ଟୋବର ୧୪ରୁ ଚାଷୀ ସତ୍ୟାଗ୍ରହ

ଭୁବନେଶ୍ୱର, ୧୧।୬ (ବ୍ୟୁରୋ): ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ମାତ୍ର ଏଠାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ଚେଷ୍ଟା କରୁନାହାନ୍ତି। ରାଜ୍ୟ ସରକାର ବଜେଟକୁ ମନଇଚ୍ଛା ଗୋଷ୍ଠୀଖଳା, ମଶାଣି, ଗାଧୁଆଘର, କଲ୍ୟାଣ ମଣ୍ଡପ ଭଳି ଅଣ ଉତ୍ପାଦନ ଭିତ୍ତିକ ପ୍ରକଳ୍ପରେ ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କୁ ରୋଜଗାରର ଗ୍ୟାରେଣ୍ଟି ଦେଉ ନାହାନ୍ତି କି ଚାଷୀ ଆତ୍ମହତ୍ୟାର ସ୍ଥାୟୀ ସମାଧାନ ପାଇଁ ଚାଷୀ ପେନଶନକୁ ୫ହଜାର ଟଙ୍କା ଲେଖାଏ ଲାଗୁ କରୁନାହାନ୍ତି। ସରକାରଙ୍କ ବଜେଟର ଆକାର ପ୍ରତିବର୍ଷ ବଢିବା ସତ୍ତ୍ୱେ କୃଷି କ୍ଷେତ୍ରରେ ସୁଧାର ଆସୁନାହିଁ କାହିଁକି? ଏଭଳି ଅଭିଯୋଗ ଉଠାଇବା ସହ ଚାଷୀଙ୍କୁ ପେନସନ ପ୍ରଦାନ ଦାବିରେ ଅକ୍ଟୋବର ୧୪ରୁ ଚାଷୀ ସତ୍ୟାଗ୍ରହର ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ।
ଶୁକ୍ରବାର ସାମ୍ବାଦିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ବିଲାତି ମିଶନ, ଆଳୁ ମିଶନ୍‌, ନୀଳ ବିପ୍ଳବ, ଶ୍ୱେତ ବିପ୍ଳବ ନାମରେ ସରକାର ଯେତେ ସୁନ୍ଦର ଯୋଜନା କରୁଛନ୍ତି, ସେସବୁ କିଛି ବି ଫଳପ୍ରଦ ହେଉନାହିଁ। ଏପରିକି ଧାନର ଯେଉଁ ଏମ୍‌ଏସ୍‌ପି ଧାର୍ଯ୍ୟ ଦର ରହିଛି, ସେହି ଦର ମଣ୍ଡିରେ ଚାଷୀମାନେ ପାଉ ନାହାନ୍ତି। ଟୋକନ, ଟାର୍ଗେଟ, ଟ୍ରକ୍‌ ଏସବୁ ବାହାନାରେ ଚାଷୀର ଧାନ ଉଠୁନାହିଁ। ୟୁକ୍ରେନ୍‌, ଇସ୍ରାଏଲ ଭଳି ଦେଶ ଚାଷରେ ବହୁବାଟ ଆଗେଇ ଥିବାବେଳେ ଆମ ଦେଶ ଓ ରାଜ୍ୟରେ କୃଷି କ୍ଷେତ୍ରରେ ଆୟ ବଢୁନାହିଁ। କନ୍ଧମାଳ ହଳଦୀଠାରୁ ବଲାଙ୍ଗୀର ପିଆଜ, ଦେବଗଡ଼ର ଫଳ ଚାଷ, ନବରଙ୍ଗପୁରର କପାଚାଷ କାହାର ସୁରକ୍ଷା ପାଇଁ ରାଜ୍ୟ ସରକାର କିଛି ବି କରୁ ନାହାନ୍ତି। ଫଳରେ ଏଠାରେ ଚାଷୀ କେବଳ ବଞ୍ଚତ୍ ରହିଛି, ମାତ୍ର ତା’ର ଶିକ୍ଷା, ସ୍ବାସ୍ଥ୍ୟ ଆର୍ଥତ୍କ ଆୟର ଗ୍ୟାରେଣ୍ଟି ନାହିଁ। ଛତିଶଗଡ଼ ଧାନ ଉପରେ ବୋନସ ଦେଉଥିବାବେଳେ ଆମ ସରକାର ପଛଘୁଞ୍ଚା ଦେଉଛନ୍ତି। ସେହିପରି କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ହେବ ବୋଲି କରିଥିବା ଘୋଷଣା ଏବେ ଧୂଆଁବାଣରେ ପରିଣତ ହୋଇଛି ବୋଲି ଅକ୍ଷୟ କହିଛନ୍ତି। ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ବାଇଁ ଏବଂ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri