ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୩: କୃଷିକ୍ଷେତ୍ରକୁ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ଛାଡ କର, ଟାଟା ପାୱାର ଦାଦାଗିରି ବନ୍ଦ କର, ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତ୍‌ ଫ୍ରି କର ଏଭଳି ବିଭିନ୍ନ ନାରାବାଜି କରି ସୋମବାର ବରଗଡ଼ ଜିଲାପାଳଙ୍କ ଅଫିସରେ ଗର୍ଜି ଉଠିଛନ୍ତି ଚାଷୀ । ଜୟ କିଷାନ ଆନ୍ଦୋଳନର ନେତୃତ୍ୱରେ ହଜାର ହଜାର ଚାଷୀ ବରଗଡ଼ ଗୋଶାଳା ଛକରେ ସମବେତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଚାଷୀଙ୍କ ଆସିବା ପୂର୍ବରୁ ପୋଲିସ ଜିଲାପାଳଙ୍କ ଅଫିସ ମୁଖ୍ୟ ଫାଟକ ବନ୍ଦ କରି ଦେଇଥିଲା । କିନ୍ତୁ ଚାଷୀମାନେ ଜିଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ।

ଚାଷୀନେତା ଲିଙ୍ଗରାଜ, ସୁଶିଲ କୁମାର ସାହୁ, ହର ବଣିଆ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ନାଟକ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଆଦି ରାଜ୍ୟ ସରକାର କୃଷି ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଇ କୃଷକମାନଙ୍କ ଆର୍ଥିକ ବୋଝ ଲାଘବ କରୁଥିବା ବେଳେ ପଞ୍ଜାବ ଏବଂ ଦିଲ୍ଲୀ ସରକାର ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତି ମାଗଣାରେ ଯୋଗାଇ ଆସୁଛନ୍ତି। କିନ୍ତୁ ଓଡ଼ିଶାରେ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ସତ୍ତ୍ୱେ ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ସେଭଳି ଆଭିମୁଖ୍ୟ ନ ରହିବା ଦୁର୍ଭାଗ୍ୟଜନକ ବୋଲି ଚାଷୀନେତାମାନେ ପ୍ରକାଶ କରିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲାର ସବୁ ବ୍ଲକର ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ। । କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ବିଲ୍‌ ସମ୍ପୂର୍ଣ୍ଣ ଛାଡ, ବିଜୁଳି କ୍ଷତ୍ରର ଘରୋଇକରଣ ପ୍ରକ୍ରିୟା ବନ୍ଦ କରି ସରକାର ନିଜେ ଏହାର ଦାୟିତ୍ୱ ବହନ କରିବା, ବକେୟା ଥିବା ସମସ୍ତ ଦେୟ ସରକାର ବହନ କରିବା, ପ୍ରତି ପରିବାରକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେବା, କୌଣସି ପରିସ୍ଥିତିରେ ଫସଲ ଥିବା ସମୟରେ ବିଜୁଳି କାଟ କରା ନ ଯିବା, ଲୋଭୋଲେଟେଜ୍‌ ପାୱାର କଟ୍‌ ବନ୍ଦ କରାଯିବା, ଟ୍ରାନ୍ସଫର୍ମର ଅଚଳ ହେଲେ ୨୪ ଘଣ୍ଟା ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ଲଗାଇବାର ବ୍ୟବସ୍ଥ କରାଯିବା ଏବଂ ଅର୍ଥ ପଇଠ ହୋଇଥିବା ୯୮୨୩ଟି ଗଭୀର ନଳକୂପ ଶୀଘ୍ର ଖନନ କରାଯିବା ଦାବିରେ ଚାଷୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri