କୋହଳ ମାନ ଯୋଜନାରେ ସବୁଧାନ କିଣାଯାଉ: କୃଷକ ସଂଗଠନର ଦାବି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ଅଦିନିଆ ବର୍ଷା ପଶ୍ଚିମ ଓଡ଼ିଶାରେ ରହିଥିବା ବିଭିନ୍ନ ଜିଲାର ଚାଷୀଙ୍କ ଧାନକୁ ଉଜାଡ଼ି ଦେଇଛି। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷା କାରଣରୁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। କ୍ଷେତ, ଖଳା ତଥା ଶୁଖା ଯାଇଥିବା ସ୍ଥାନ ଭିଜି ନଷ୍ଟ ହୋଇ ଯାଇଛି। ଧାନରୁ ଗଜା ବାହାରି ଯାଇଥିବାବେଳେ କ୍ଷେତରେ ଧାନପେଟା ଗୁଡ଼ିକ ପଚି ଯାଇଛି। ଫଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିବାବେଳେ ଚାଷୀଙ୍କ ମାନସିକ, ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ କୋହଳ ମାନ ଯୋଜନା(ୟୁଆରଏସ୍‌)ରେ ସମସ୍ତ ଚାଷୀଙ୍କ ସବୁଧାନକୁ ସର୍ବନିମ୍ନ ସହାୟକ ଦରରେ କିଣିବା ପାଇଁ ଘୋଷଣା କରନ୍ତୁ ବୋଲି ମଙ୍ଗଳବାର ବରଗଡ଼ ସମତା ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ଖବରଦାତା ସମ୍ମିଳନୀରେ ସମିତିର ଆବାହକ ଅଶୋକ ପ୍ରଧାନ କହିଥିଲେ, ସାଧାରଣତଃ ଖରିଫ୍‌ ଅପେକ୍ଷା ରବିଋତୁରେ ଅମଳ ଧାନ ଚାଷୀମାନଙ୍କୁ ଅଧିକ ଶକ୍ତି ଯୋଗାଇଥାଏ। ଅର୍ଥାତ୍‌ ଖରିଫ ତୁଳନାରେ ରବିଧାନରେ ଅଧିକ ଆୟ ହୋଇଥାଏ। ଏଥର ରବିଧାନ ବହୁତ ଭଲ ତଥା ବମ୍ପର୍‌ କ୍ରପ୍‌ ହୋଇଥିଲା। ଚାଷୀଙ୍କ ମନରେ ଆୟ ବଢ଼ିବା ଆଶା ମଧ୍ୟ ରହିଥିଲା। କିନ୍ତୁ ଅଦିନିଆଁ ବର୍ଷା ସେହି ଆଶାକୁ ଧୂଳିସାତ୍‌ କରିଦେଲା। ବର୍ତ୍ତମାନ ଧାନର ମାନକୁ ନେଇ ପ୍ରଶ୍ନ ଉଠିଛି। ଏବେ କଟନୀଛଟନୀର କୌଣସି ସୀମା ନାହିଁ। ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି। ଏଭଳି ସ୍ଥିତିରେ ବିଗତ ଦିନରେ ଆମ ରଜ୍ୟ ସମେତ ପଞ୍ଜାବ ଆଦି ରାଜ୍ୟରେ ୟୁଆରଏସ୍‌ରେ ସରକାର ଧାନ କିଣିବାର ନଜିର୍‌ ରହିଛି। ଫଳରେ ଏଥର ମଧ୍ୟ ରାଜ୍ୟ ସରକାର ସେହି ଯୋଜନାରେ ଧାନ କିଣନ୍ତୁ ବୋଲି ସେ ଦାବି କରିଥିଲେ।
ସେହିପରି ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ କହିଥିଲେ, ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ସରକାର, ପ୍ରଶାସନ ନିଷ୍କ୍ରିୟ ହୋଇ ପଡ଼ିବା ବିଡ଼ମ୍ବନାର ବିଷୟ। ଧାନଚାଷ ବାବଦକୁ ଉପତ୍ାଦନ ଖର୍ଚ୍ଚ ଇତିମଧ୍ୟରେ ବହୁଗୁଣ ବୃଦ୍ଧି ହୋଇଥିବା ସମୟରେ ଚାଷୀମାନଙ୍କୁ ଏକ ମାନଧାତା ଅମଳର ପୁରୁଣା ରିଲିଫ୍‌ କୋଡ୍‌ ଆଧାରରେ କେବଳ ୨ହେକ୍ଟର ଜମି ବାବଦକୁ ମାତ୍ର ୨୭ହଜାର ଇନପୁଟ୍‌ ସହାୟତା ରାଶି ପ୍ରଦାନ କରାଯାଉଛି। ଏହା ଏକ ଉପହାସ ବୋଲି ଅଭିଯୋଗ କରି ରାଜ୍ୟ ସରକାର ରିଲିଫ୍‌ କୋଡ୍‌ ସଂଶୋଧନ ପୂର୍ବକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ହେକ୍ଟର ପ୍ରତି ୧ଲକ୍ଷ ଟଙ୍କା କ୍ଷତିପୂରଣ ସମସ୍ତ ଜମି ପାଇଁ ପ୍ରଦାନ କରିବା ସହିତ ୟୁଆରଏସ୍‌ରେ ଚାଷୀଙ୍କ ସବୁଧାନକୁ କିଣିବାକୁ ସେ ଦାବି କରିଥିଲେ। ଏହା ସହିତ ଚାଷୀମାନଙ୍କଠାରୁ ଯୁଦ୍ଧକାଳୀନ ଭିତ୍ତିରେ ସପ୍ତାହକ ମଧ୍ୟରେ ସବୁଧାନ କିଣିନେବା ପାଇଁ ଲିଙ୍ଗରାଜ ଦାବି କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ପ୍ରବକ୍ତା ସରୋଜ, ଜୟ କିସାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସମ୍ପାଦକ ହର ବଣିଆଁ, ପୂର୍ବତନ ସମ୍ପାଦକ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri