କ୍ଷତିପୂରଣ ପାଇଲେନି ଚାଷୀ

ଯାଜପୁର ଅଫିସ,୨୨।୩: ଯାଜପୁର ଜିଲାର ଅନ୍ୟତମ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ଉନ୍ନୟନ କାର୍ଯ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜା କ୍ଷତିଗ୍ରସ୍ତ ହେଉଛନ୍ତି। ୧୯୩୨ରୁ ରାଜାଙ୍କଠାରୁ ପଟ୍ଟା ପାଇ ଚାଷବାସ କରି ଆସୁଥିବା ଚାଷୀଙ୍କୁ ଉଚିତ କ୍ଷତିପୂରଣ ନ ଦେଇ ଜିଲା ପ୍ରଶାସନ ଜୋର ଜବରଦସ୍ତ ଉନ୍ନୟନ କାର୍ଯ୍ୟ ଚଳାଇଛନ୍ତି ବୋଲି କ୍ଷତିଗ୍ରସ୍ତ ପ୍ରଜାମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଏବଂ ଜବାବ ଦାଖଲ ନୋଟିସକୁ ଜିଲା ପ୍ରଶାସନ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି କ୍ଷତିଗ୍ରସ୍ତ ପ୍ରଜାମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସହରର କେତେଜଣ ବୁଦ୍ଧିଜୀବୀ ବାସ୍ତବ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ବ୍ୟାସ ସରୋବର ବିକାଶ କାର୍ଯ୍ୟକୁ ଆଗେଇ ନେବାକୁ ମତବ୍ୟକ୍ତ କରିଛନ୍ତି।
କାହିଁ କେଉଁ ଅବହମାନ କାଳରୁ ବ୍ୟାସ ସରୋବର ଅବହେଳିତ ଅବସ୍ଥାରେ ପଡି ରହିଥିଲା। ଏହାର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଲୋକେ ବହୁ ଦାବି ଏବଂ ଆନ୍ଦୋଳନ କରି ଆସୁଥିଲେ। ଗଣମାଧ୍ୟମରେ ମଧ୍ୟ ନିୟମିତ ଭାବେ ଖବର ପ୍ରକାଶ ପାଇ ଆସୁଥିଲା। ଏହାପରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌) ପାଣ୍ଠିରୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ୬୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପକୁ ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ(ଏନ୍‌ବିସିସି)ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା କାର୍ଯ୍ୟ ସମ୍ପାଦିତ କରୁଛି। ତେବେ ଏହି କାର୍ଯ୍ୟରେ ବ୍ୟାସନଗର ପୌରପରିଷଦର ମୁଣ୍ଡୋମାଳ, ଝାଟିଆସାହି, ବୀରମଣିପୁର, କୋପଣ୍ଡ, ଖଣ୍ଡାହତା, ଯୋଡାବର ଏବଂ ଦାନଗଦି ବ୍ଲକ ରାଛିପୁର ପଞ୍ଚାୟତର ପ୍ରାୟ ୮୦ ଏକର ସ୍ଥିତିବାନ ଜମିକୁ ଦଖଲ କରାଯାଇଛି। ଏନେଇ ସମ୍ପୃକ୍ତ ପ୍ରଜା ସନ୍ଦୀପ କୁମାର ରାୟ ଏବଂ ଆଲୋକ କୁମାର ରାୟ ଓ ଆଶିଷ କୁମାର ରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି କ୍ରମରେ ହାଇକୋର୍ଟରେ ୧୦୮୯୦/୨୦୨୨ ଓ ୮୦୬୨/୨୦୨୨ରେ ଦୁଇଟି ମାମଲା ରୁଜୁ ହୋଇଛି। ହାଇକୋର୍ଟ ୧୦୮୯୦/୨୦୨୨ ନମ୍ବର ମାମଲାର ଶୁଣାଣି କରି ଗତ ୫ା୫ା୨୦୨୨ରେ ବ୍ୟାସନଗର ତହସିଲ ଅଧୀନସ୍ଥ ମୁଣ୍ଡୋମାଳ ମୌଜାର ସାବକ ଖାତା ନମ୍ବର-୮୧, ପ୍ଲଟ ନମ୍ବର ୩୨୧, ୩୨୨, ୬୦ ଓ ୩୧୮ରେ କୌଣସି ବେଦଖଲ କରି କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲା ପ୍ରଶାସନ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ନ ମାନିବାରୁ ଚାଷୀ ସନ୍ଦୀପ ରାୟ ପୁଣି ହାଇକୋର୍ଟରେ ୩୯୯୦/୨୦୨୨ ନମ୍ବରରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ଏହାର ଶୁଣାଣି କରି ହାଇକୋର୍ଟ ୧୯ା୧୨ା୨୦୨୨ରେ ୩ ମାସ ମଧ୍ୟରେ ଅନୁପାଳନ କରିବାକୁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶର ୩ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ତହସିଲଦାର କୌଣସି ଅନୁପାଳନ ରିପୋର୍ଟ ଦାଖଲ କରି ନ ଥିବା ଆବେଦନକାରୀଙ୍କଠାରୁ ସୂଚନା ମିଳିଛି। ସେହିପରି ୮୦୬୨/୨୦୨୨ ମାମଲାର ବିଚାର କରି ହାଇକୋର୍ଟ ପକ୍ଷରୁ ୭ା୪ା୨୦୨୨ରେ ରାଜ୍ୟ ସରକାର, ଜିଲାପାଳ ଏବଂ ବ୍ୟାସନଗର ତହସିଲଦାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟରେ ଜବାବ୍‌ ନ ରଖି ସମ୍ପୃକ୍ତ ଚାଷୀମାନଙ୍କ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଗତ ୩ା୬ା୨୦୨୨ରେ ବୋର୍ଡ ଅଫ୍‌ ରେଭିନ୍ୟୁରେ ଓଲଟା ୩ଟି ପୃଥକ୍‌ ମାମଲା ରୁଜୁ ହୋଇଛି। ଏଭଳି ଭାବେ କେତେଜଣ ଗରିବ ନିରୀହ ଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ନ ଦେଇ ମାମଲା କରି ସମୟ ଗଡେଇ ନେବାକୁ ଉଦ୍ୟମ କରାଯାଉଛି। ଏହି ଚାଷୀମାନେ ବ୍ୟାସ ସରୋବର ଉନ୍ନୟନ କାର୍ଯ୍ୟକୁ ସ୍ବାଗତ କରୁଥିବାବେଳେ ଚାଷୀଙ୍କ କ୍ଷତି ପେଟରେ ଲାତ ମାରିବା ସଦୃଶ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଯାଜପୁର ଟାଉନରେ ହେଉଥିବା ବିକାଶ କାର୍ଯ୍ୟରେ କ୍ଷତିଗ୍ରସ୍ତ ଚାଷୀମାନେ ଉପଯୁକ୍ତ ଭାବେ କ୍ଷତିପୂରଣ ପାଉଥିବାବେଳେ ବ୍ୟାସ ସରୋବର ପ୍ରକଳ୍ପରେ କାହିଁକି ଚାଷୀଙ୍କୁ ଅଣଦେଖା କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ପୂର୍ବ ନିର୍ଦ୍ଧାରିତ ଏବଂ ଏଷ୍ଟିମେଟ ଅନୁସାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେଉ ନ ଥିବାବେଳେ ଆୟତନ ଏବଂ ପୋଖରୀ ଗଭୀରତାରେ ଅନିୟମିତା ହେଉଥିବା ମତପ୍ରକାଶ ପାଇଛି। ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ପ୍ରକଳ୍ପ କାର୍ଯ୍ୟ ସରକାରୀ ଜମିରେ ହେଉଛି, ପ୍ରଜାଙ୍କ ଜମିରେ ହେଉ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri