ଏଆର୍‌ସିଏସ୍‌ଙ୍କୁ ଭେଟିଲେ ଚାଷୀ

ରାଜକନିକା,୨୧।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକରେ ଥିବା କଟକ ସେଣ୍ଟ୍ରାଲ କ୍ରେଡିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ଲିଃ ଶାଖା ଅଧୀନରେ ୧୬ଟି ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପାକ୍ସ) ଅବସ୍ଥାପିତ। ସମସ୍ତ ସମବାୟ ସମିତିରେ ଚାଷୀଙ୍କ ଟଙ୍କା ହେର୍‌ଫେର ହେଉଥିବା ନେଇ ଅନେକ ଚାଷୀ ଅଭିଯୋଗ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସେହିପରି ବରୁଣା ସମବାୟ ସମିତିରେ ମାତ୍ରାଧିକ ଟଙ୍କା ହେରଫେର ନେଇ ୧୦ଜଣ ଚାଷୀ ନିକଟରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଚାପରେ ପଡ଼ି ପୋଲିସ ଏକ ସପ୍ତାହ ପରେ ନଂ.୩୨୪/୨୪ରେ ଏକ ମାମଲା ରୁଜୁକରି ଚୁପ୍‌ ବସିବା ଚାଷୀଙ୍କୁ ବ୍ୟଥିତ କରିଛି। ପାଖାପାଖି ଏକମାସ ହେବ ସମ୍ପୃକ୍ତ ସମ୍ପାଦକ ଓ ଶାଖା ପରିଚାଳକଙ୍କ ନାମରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି କ୍ରମରେ ମଙ୍ଗଳବାର ଏଆର୍‌ସିଏସ୍‌ ଯୋଗେନ୍ଦ୍ର ବିଶ୍ୱାଳ ଓ ଡିଆର୍‌ସିଏସ୍‌ ସନ୍ତୋଷ ଦାସ ସମ୍ପୃକ୍ତ ସମ୍ପାଦକଙ୍କ ଘରକୁ ଭୋଜି ଖାଇବା ପାଇଁ ଆସିଥିଲେ। ଖବରପାଇ ଚାଷୀ ଏଆର୍‌ସିଏସ୍‌ ବିଶ୍ୱାଳଙ୍କୁ ଭେଟି ଗୁହାରି କରିଥିଲେ କି, ବରୁଣା ସମବାୟ ସମିତିର ସମ୍ପାଦକ ଆମ ଅଜାଣତରେ ଟଙ୍କା ଉଠାଇ ନେଇଛନ୍ତି। ପାସ୍‌ ବହି ଆମକୁ ଦେଉନାହାନ୍ତି। ଚେକ୍‌ରେ ଦସ୍ତଖତ କରାଇ ନେଇଛନ୍ତି। କାହିଁକି ବିଭାଗୀୟ ତଦନ୍ତ ହେଉନାହିଁ ବୋଲି ଚାଷୀ ସୂର୍ଯ୍ୟମଣି ସାହୁ, ଅଲେଖ ଚନ୍ଦ୍ର ସାହୁ, ଅଜାମିଳ ମଲ୍ଲିକ, ମିନତି ମଲ୍ଲିକ, ଅଭିନମ ମଲ୍ଲିକ, ଉଦେକର ମଲ୍ଲିକ, ଧରଣୀ ମଲ୍ଲିକ, ଜଳଧର ମଲ୍ଲିକ, ପୀତାମ୍ବର ମଲ୍ଲିକ, ପ୍ରିୟରଞ୍ଜନ ପରିଡା, ଅଞ୍ଜନ ସାହୁ, ଗୌତମ ରଣା, ମହେଶ୍ୱର ପରିଡା ଏବଂ ସଂଗ୍ରାମ ମଲ୍ଲିକଙ୍କ ସହିତ ପେଗରପଡ଼ା ସମିତି ସଭ୍ୟ ପ୍ରବେଶନ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଥିଲେ। ତେବେ ଖୁବ୍‌ଶୀଘ୍ର ଚାଷୀମାନଙ୍କ ସମସ୍ୟା ସମାଧାନ ହେବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଆର୍‌ସିଏସ୍‌ ବିଶ୍ୱାଳ ଚାଷୀମାନଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri