ଚାଷୀଙ୍କୁ ବୀମା ପ୍ରହାର

ବରଗଡ଼ ଅଫିସ୍‌,୧୬।୧୨: ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ ରବି ଫସଲ ପାଇଁ ଚାଷୀମାନେ ଡିସେମ୍ବର ୩୧ ତାରିଖ ସୁଦ୍ଧା ବୀମା ପ୍ରିମିୟମ ରାଶି ଜମା କରିବା କଥା। କିନ୍ତୁ କେନ୍ଦ୍ର ସରକାର ଏହି ଅବଧି ବଢ଼ାଇବା ପରିବର୍ତ୍ତେ ୧୬ଦିନ ପଛକୁ ଫେରାଇ ଆଣିଛନ୍ତି। ବୀମାରାଶି ଜମା କରିବା ସମୟ ଡିସେମ୍ବର ୧୫ରେ ଶେଷ ହୋଇଯିବାରୁ ବହୁ ଚାଷୀ ସେମାନଙ୍କ ପ୍ରିମିୟମ ଦେଇପାରିନାହାନ୍ତି। ଫଳରେ ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ହେଲେ ସେମାନେ ଆଉ କ୍ଷତିପୂରଣ ପାଇପାରିବେ ନାହିଁ। କରୋନା କାଳରେ କେନ୍ଦ୍ର ସରକାର ୩ ନୂଆ କୃଷି ଆଇନ ଆଣି ବିବାଦ ଘେରକୁ ଆସିଛନ୍ତି। ବର୍ତ୍ତମାନ ବୀମା ରାଶି ଭରିବା ଅବଧି କମ୍‌ କରିବା ଯୋଗୁ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଏହା ଚାଷୀଙ୍କୁ ସରକାରଙ୍କ ହତାଦରର ନମୁନା ବୋଲି ଆଲୋଚନା ହେଉଛି।
ବରଗଡ଼ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୦-୨୧ରେ ଏଚ୍‌ଡିଏଫ୍‌ସି ଆଗ୍ରୋ ବୀମା କମ୍ପାନୀ ଫସଲବୀମା ଦାୟିତ୍ୱରେ ରହିଛି। ୨୦୧୯-୨୦ ରବିଋତୁରେ ବରଗଡ଼ ଜିଲାର ୩୭୧୮ ଅଣଋଣୀ ଏବଂ ୧୭୮୨୦ ଋଣୀ ଚାଷୀ ଅର୍ଥାତ୍‌ ସମୁଦାୟ ୨୧ହଜାର ୫୩୮ ଚାଷୀ ପ୍ରିମିୟମ ଭରି ବୀମା ପାଇଁ ଆବେଦନ କରିଥିଲେ। ସେତେବେଳେ ଜିଲାର ୮୫୦୫.୬୭ ହେକ୍ଟର ଜମି ବୀମାଭୁକ୍ତ ହୋଇଥିଲା। ଚଳିତ ବର୍ଷ ଗତ ୯ତାରିଖ ସୁଦ୍ଧା ସମୁଦାୟ ୧୭ହଜାର ୯୯୭ଜଣ (୧୬ହଜାର ୨୧୧ ଋଣୀ, ୧୭୮୬ ଅଣଋଣୀ ଚାଷୀ) ପ୍ରିମିୟମ ଭରି ବୀମା ପାଇଁ ଆବେଦନ କରିଥିବାବେଳେ ମାତ୍ର ୩୬୦୯.୩୫ ହେକ୍ଟର ଜମି ବୀମାଭୁକ୍ତ ହୋଇ ପାରିଛି, ଯାହାକି ଗତ ରବିଋତୁ ବୀମାଭୁକ୍ତ ଫସଲଠାରୁ ବହୁ ଦୂରରେ ରହିଛି। ଗତ ନଭେମ୍ବରରୁ ରବିଋତୁ ଫସଲ ପାଇଁ ଏହି ବୀମା କମ୍ପାନୀ ପ୍ରିମିୟମ ରାଶି ସଂଗ୍ରହ କରୁଛି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ଗାଇଡ୍‌ଲାଇନ୍‌ ଅନୁଯାୟୀ, ରବି ଫସଲ ପାଇଁ ଚାଷୀମାନେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୀମା ପ୍ରିମିୟମ ଭରି ପାରିବେ। ମାତ୍ର ଏବେ ଏହି ଅବଧିକୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ରଖାଯାଇ ମଙ୍ଗଳବାର ବୀମା ପ୍ରିମିୟମ ଜମା କରିବା ଅବଧି ଶେଷ ହୋଇଛି । ୧୬ ଦିନ ଆଗରୁ ଏହା ସରିଯାଇଥିବାରୁ ବରଗଡ଼ ସମେତ ଅନ୍ୟ ଜିଲାର ଚାଷୀମାନେ ସେମାନଙ୍କ ବୀମା ପ୍ରିମିୟମ ରାଶି ଜମା କରି ପାରିନାହାନ୍ତି। ଧାନବିକ୍ରି ସରି ନ ଥିବାରୁ ଚାଷୀମାନଙ୍କୁ ବିକ୍ରିଧାନର ପ୍ରାପ୍ୟ ମିଳିପାରିନାହିଁ। ଫଳରେ ସେମାନେ ଋଣ ପରିଶୋଧ ସହିତ ବୀମା ପ୍ରିମିୟମ ଭରିପାରିନାହାନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଯୋଗୁ ଚାଷୀମାନେ ବୀମା ପ୍ରିମିୟମ ଜମା କରିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି। ମାତ୍ର ବୀମା ପ୍ରିମିୟମ ଜମା ଅବଧି ହ୍ରାସ କରାଯାଇଥିବାରୁ ତାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଅନେକ ଚାଷୀ ବୀମା ପ୍ରିମିୟମ ରାଶି ଜମା କରିବାରୁ ବଞ୍ଚିତ ହେବେ । ଏହାକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି।
‘ଜୟ କିଷାନ’ ଆନ୍ଦୋଳନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, କରୋନା କଟକଣା ସମୟରେ କେନ୍ଦ୍ର
ସରକାର ବୀମା ପ୍ରିମିୟମ ଭରିବା ଅବଧି ବଢ଼ାଇବା ଦରକାର। ମାତ୍ର ଏହାକୁ ୧୫ଦିନ ପଛକୁ ଫେରାଇବା ଦୁର୍ଭାଗ୍ୟଜନକ। ସରକାରଙ୍କ ଏଭଳି ଅଦୂରଦର୍ଶିତା ଯୋଗୁ ଯଦି ବୀମାଭୁକ୍ତ ହୋଇ ପାରି ନ ଥିବା କୌଣସି ଚାଷୀ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୁଅନ୍ତି, ସେଥିପାଇଁ କେନ୍ଦ୍ର ସରକାର ହିଁ ଦାୟୀ ରହିବେ । ସେହିପରି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କୁହନ୍ତି, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ନେଇ କେନ୍ଦ୍ର ସରକାର ତଥା କେନ୍ଦ୍ର ମନ୍ତ୍ରୀମାନେ ବାରମ୍ବାର ବାହାସ୍ଫୋଟ ମାରୁଛନ୍ତି । ମାତ୍ର କରୋନା କାଳରେ ବୀମା ପ୍ରିମିୟମ ଅବଧି ଭରିବା ସମୟକୁ ୧୬ଦିନ କମ୍‌ କରିଦେବା ଚାଷୀଙ୍କ ପ୍ରତି ହତାଦରକୁ ସୂଚାଇ ଦେଉଛି । ଓଡ଼ିଶା ସରକାର ଏହାକୁ ଦୃଷ୍ଟିରେ ରଖି ଏହି ଅବଧିକୁ କିଭଳି ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ, ସେଥିପ୍ରତି ପଦକ୍ଷେପ ନେବା ଜରୁରୀ । ଏ ସମ୍ପର୍କରେ ବରଗଡ଼ ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ ସେ କହିଥିଲେ, ଯେହେତୁ ଡିସେମ୍ବର ୩୧ ବଦଳରେ ୧୫ତାରିଖ ପର୍ଯ୍ୟନ୍ତ ଏହି ଅବଧି ରହିଥିଲା। ସେଥିପାଇଁ ୮ଟି ସ୍ବତନ୍ତ୍ର ଗାଡ଼ିରେ ସେ ସମ୍ପର୍କରେ ପ୍ରଚାର କରି ଚାଷୀଙ୍କୁ ସଚେତନ କରାଯାଇଥିଲା ।

-ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri