କୃଷି ଅନୁଦାନ ଲୁଟିବାକୁ କସରତ

ନୟାଗଡ଼,୧୬।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୧୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି ।ତେବେ କୃଷି ବିଭାଗର ଅବହେଳା ଯୋଗୁ ଚାଷୀ ୨୦୨୩-୨୪ ଆର୍ଥିକ ବର୍ଷରେ ନୟାଗଡ଼ ଜିଲାରେ ଏହି ଅନୁଦାନ ପାଇବାରେ ଅସମର୍ଥ ହୋଇଛନ୍ତି । ଧାଡିରେ ଧାନବୁଣା କାର୍ଯ୍ୟକ୍ରମର ବିଳମ୍ବରେ ବିଜ୍ଞାପନ ଓ ଏନଜିଓ ଏଗ୍ରିମେଣ୍ଟକୁ ଅନୁଧ୍ୟାନ କଲେ ଅନୁଦାନ ରାଶିକୁ ଲୁଟିବାକୁ ଉଦ୍ୟମ କରାଯାଇଥିବା ଜଣାପଡୁଛି । ଯେଉଁଭଳି ଢ଼ଙ୍ଗରେ ବିଜ୍ଞାପନ ପ୍ରକାଶ ପାଇଛି ତାହା ଦୂର୍ନୀତି ପାଇଁ କସରତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଧାନ ବୁଣା ଓ ଧାନ ରୁଆ ପରେ କୃଷି ବିଭାଗ ଧାଡ଼ିରେ ଧାନ ବୁଣା ବିଜ୍ଞାପନ ପ୍ରକାଶ କରିଛି । ତାହା ପୁଣି କୌଣସି ଖବର କାଗଜରେ ବାହାରି ନ ଥିଲା । ଜିଲାପାଳଙ୍କ ୱେସାଇଟରେ କିଛି ଦିନ ରଖି ପୁଣି ଗାଏବ କରି ଦିଆଗଲା । ସେହିପରି ଜିଲା ଭିତର ଏନ୍‌ଜିଓଙ୍କୁ ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ପାଇଁ ସୁଯୋଗ ଦିଆ ନ ଯାଇ କଟକ, ପୁରୀ ଓ ଭୁବନେଶ୍ୱର ଏନ୍‌ଜିଓମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି । ପୁଣି ଜିଲାରେ ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ଆଦୌ ହୋଇ ନ ଥିବାବେଳେ ୩ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ କରାଯାଇ ନାହିଁ । ଏଗ୍ରିମେଣ୍ଟକୁ ବାତିଲ କରାଯାଉ ନ ଥିବାରୁ ଧାନ କଟା ପରେ ରିପୋର୍ଟ ସଂଗ୍ରହ କରି ଅନିୟମିତତା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଅନୁରୁପ ଅଭିଯୋଗ ଉଠିଛି । ଏଣୁ ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମରେ କୃଷି ବିଭାଗର ଦୁର୍ନୀତିର ଗୁମର ଖୋଲି ଯାଇଥିବାରୁ ଜିଲାପାଳ ଏଗ୍ରିମେଣ୍ଟକୁ ବାତିଲ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି ।

ଯଦି ଏଗ୍ରିମେଣ୍ଟ ବାତିଲ କରା ନ ଯାଏ ତେବେ କେତେଜଣ ଚାଷୀ କୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ସୂଚନା ଅନୁଯାୟୀ, ସରକାର ଧାଡିରେ ଧାନବୁଣା ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ସହାୟତା ଯୋଗାଉଛନ୍ତି । ଏଥିରେ ଚାଷୀ ୭ ହଜାର ଟଙ୍କା, ଏନଜିଓ ପାଇବ ଅଢ଼େଇ ହଜାର ଟଙ୍କା ଓ କୃଷକ ସାଥି ୫୦୦ ଟଙ୍କା ପାଇବାର ରହିଛି । ଏନେଇ ଗଣିଆର ଚାଷୀ ଅକ୍ରୁର ପ୍ରଧାନ କୁହନ୍ତି, ମେ ଓ ଜୁନରେ ଧାନବୁଣା ଓ ରୁଆ ହୋଇଥାଏ ।

କୃଷି ବିଭାଗ ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମ ପାଇଁ ଅଗଷ୍ଟରେ ଜିଲାପାଳଙ୍କ ୱେବସାଇଟ୍‌ରେ ବିଜ୍ଞାପନ ଓ ସେପ୍ଟେମ୍ବରରେ ଏନଜିଓଙ୍କ ସହ ଏଗ୍ରିମେଣ୍ଟ କରି ଧାଡ଼ିରେ ଧାନବୁଣା କିପରି କରିବାକୁ ପଦକ୍ଷେପ ନେଇଛନ୍ତି । କୃଷି ବିଭାଗର ବିଜ୍ଞାପନ ଓ ଏଗ୍ରିମେଣ୍ଟକୁ ଅନୁଧ୍ୟାନ କଲେ ଦୁର୍ନୀତିର ଛିଟା ବାହାରିଲାଣି । ପୁଣି କାର୍ଯ୍ୟକ୍ରମ ଯଦି ଫସର ଫାଟିଲା ତେବେ ଏନଜିଓ ଏଗ୍ରିମେଣ୍ଟକୁ କାହିଁକି ବାତିଲ କରାଯାଉନି । ଏଗ୍ରିମେଣ୍ଟ ବାତିଲ ନହେବା ପଛରେ ପୁଣି ଦୂର୍ନୀତି ଲୁଚି ରହିଛି । ୧୬ ତାରିଖରେ ଜିଲା ପରିଷଦ ବୈଠକ ଥିବାରୁ ଜିଲା ପରିଷଦ ସଭ୍ୟମାନେ ଏନେଇ ଆଲୋଚନା କରି ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ।
ନୂଆଗଁାର ଚାଷୀ ଉଦ୍ଧବ ନାୟକ କୁହନ୍ତି, ସରକାର ଚାଷୀ ଓ ଚାଷକୁ ଗୁରୁତ୍ୱ ଦେଉଛନ୍ତି ।
ତେବେ କୃଷି ବିଭାଗ ଚାଷୀ ଓ ଚାଷ ଅନୁଦାନକୁ ଲୁଟିବାକୁ କାହିଁକି ଗୁରୁତ୍ୱ ଦେଉଛି ।
ଜିଲାପାଳ ଏହାର ସମୀକ୍ଷା କରି ପଦକ୍ଷେପ କାହିଁକି ନେଉ ନାହାନ୍ତି । କୃଷି ବିଭାଗର ଅନେକ ଅନିୟମିତତା ଲୁଚି ଯାଉଥିବାରୁ ଚାଷୀ ଓ ଚାଷ ସବୁବେଳେ ଉପେକ୍ଷିତ ହେଉଛନ୍ତି । ସରକାର ଦେଉଥିବା ସହାୟତା ଚାଷୀଙ୍କ ପାଖରେ ପହଞ୍ଚୁନି । ଚାଷୀଙ୍କ ପାଖରେ ପହଞ୍ଚିବା ପୁର୍ବରୁ ବିଭିନ୍ନ ଉପାୟରେ ତାକୁ ହରିଲୁଟ୍‌ କରାଯାଇ ସବୁ କିଛି ଠିକ୍‌ ଚାଲୁଛି ବୋଲି ରିପୋର୍ଟ ପ୍ରସ୍ତୁତ ହେଉଛି ।
ଏଣୁ ଧାଡିରେ ଧାନବୁଣା କାହିଁକି ଚାଷୀ ସୁଫଳ ପାଇଲେନି, ଏଥିରେ ହୋଇଥିବା ଅବ୍ୟବସ୍ଥାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି । ନୟାଗଡ଼ର ଚାଷୀ ଫକୀର ସାହୁ କୁହନ୍ତି, ଧାଡିରେ ଧାନ ବୁଣା କାର୍ଯ୍ୟକ୍ରମ ପାଇଁ ପୁରୀ ଜିଲାର ଏନ୍‌ଜିଓ ୪ଟି ବ୍ଲକ, ଭୁବନେଶ୍ୱରର ଏନଜିଓ ୨ଟି ବ୍ଲକ, କଟକର ଏନଜିଓ ୨ଟି ବ୍ଲକ ଏପରି ୮ଟି ବ୍ଳକ ଦାୟିତ୍ୱରେ ଅଛନ୍ତି ।
ତେବେ ଏନଜିଓମାନଙ୍କ ଦିନେ ପାଇଁ କୃଷି କ୍ଷେତ୍ରରେ ଦେଖା ନାହିଁ । ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ଏଭଳି ପ୍ରସ୍ତୁତି ହୋଇଛି  । ଏବର୍ଷ କିଛି ନ କରି ଅନୁଦାନକୁ କାଗଜପତ୍ର ଦେଖାଇ ହରିଲୁଟ୍‌ କରାଯିବ । ଆଗାମୀ ୨ ବର୍ଷରେ ସରକାରଙ୍କ ନୀତିକୁ ଦେଖି ପଦକ୍ଷେପ ନିଆଯିବ । ହେଲେ କୃଷି ବିଭାଗର ଏହି ଗୁମର ଧରାପଡିଯିବା ପରେ ଏନଜିଓ ଏଗ୍ରିମେଣ୍ଟ ତୁରନ୍ତ ବାତିଲ କରବା ଦରକାର । ନଚେତ ଆରବର୍ଷକୁ ଏନଜିଓ ନଁାରେ ବିଲ୍‌ ହୋଇ ସାରିଥିବ । ଧାଡିରେ ଧାନ ବୁଣା ଦୂର୍ନୀତକୁ ରୋକିବାକୁ ହେଲେ ପ୍ରଥମେ ଏନଜିଓ ଏଗ୍ରିମେଣ୍ଟ ବାତିଲ କରି ପରବର୍ତ୍ତୀ ପଦକ୍ଷେପ ନେବା ଦରକାର ବୋଲି ମତ ପ୍ରକାଶ ପାଇଛି ।
ଏନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ କୁହନ୍ତି, ଧାଡିରେ ଧାନ ବୁଣା ପାଇଁ ଏନଜିଓଙ୍କୁ ୩ ବର୍ଷ ପାଇଁ ଏଗ୍ରିିମେଣ୍ଟ ହୋଇଛି । ଚଳିତ ବର୍ଷ ଧାଡିରେ ଧାନ ବୁଣା ହୋଇ ପାରିଲାନି ବୋଲି ସ୍ବୀକାର କରିଛନ୍ତି । ତେବେ ଏଗ୍ରିମେଣ୍ଟ ବାତିଲ ସରକାରଙ୍କ ନୀତି ନିୟମକୁ ଦେଖି କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri