ଚାଷୀଙ୍କୁ ଭୟ ମେଘୁଆ ପାଗ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ଧାନ ସଂଗ୍ରହ ପ୍ରକ୍ରିୟାକୁ ମଙ୍ଗଳବାର ୧୫ ଦିନ ପୂରିଛି। ଧାନ ସଂଗ୍ରହ ପାଇଁ ଜିଲାରେ ମଣ୍ଡି ଖୋଲିଛି। କିନ୍ତୁ ଟୋକନ କଟକଣା ଯୋଗୁ ଚାଷୀମାନେ ଧାନ ବିକ୍ରି କରିପାରୁନାହାନ୍ତି। ଧାନ ଅମଳ ସାରିଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଡିସେମ୍ବର ଶେଷ ସପ୍ତାହ ଏବଂ ୨୦୨୪ ଜାନୁୟାରୀ ମାସ ରହିଛି। ଫଳରେ ଅମଳ ଧାନ କ୍ଷେତ, ଖଳା ଏବଂ ମଣ୍ଡିର ଖୋଲା ଆକାଶତଳେ ବିକ୍ରି ଅପେକ୍ଷାରେ ପଡ଼ିରହିଛି। ଅପରପକ୍ଷେ ମଙ୍ଗଳବାର ଝିପିଝିପି ବର୍ଷା ଏବଂ ମେଘୁଆ ପାଗ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ବରଗଡ଼ ଜିଲାରେ ନଭେମ୍ବର ୧୫ ତାରିଖ ସୁଦ୍ଧା ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଚାଷୀମାନେ ପ୍ରଶାସନଠାରେ ଦାବି କରିଥିଲେ। କିନ୍ତୁ ଚାଷୀଙ୍କ କଥାକୁ ଗୁରୁତ୍ୱ ଦିଆଯାଇ ନ ଥିଲା ଏବଂ ନଭେମ୍ବର ୨୧ତାରିଖରୁ ଧାନ ସଂଗ୍ରହ ପାଇଁ ଜିଲାରେ ୨୨୦ ମଣ୍ଡି ଖୋଲାଯାଇଛି। ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି ସତ, କିନ୍ତୁ ଟୋକନ କଟକଣା ଯୋଗୁ ଚାଷୀମାନେ ମଣ୍ଡିକୁ ମଧ୍ୟ ଧାନ ଆଣିପାରିନାହାନ୍ତି। ଅନ୍ୟପଟେ ମଣ୍ଡି ଖୋଲିବା ଦାବି ନେଇ ପ୍ରଶାସନ ସେମାନଙ୍କ କଥା ଶୁଣି ନ ଥିବା ପ୍ରତିବାଦରେ ଜିଲାର ବରଗଡ଼ ବ୍ଲକ କଲାପାଣି ସମେତ ଅତାବିରା ବ୍ଲକର ଅତାବିରା, ଗୋଡ଼ଭଗା ଅଞ୍ଚଳର ବହୁ ଚାଷୀ ନିକଟସ୍ଥ ମଣ୍ଡିରେ ଗତ ନଭେମ୍ବର ୧୫ତାରିଖରୁ ସେମାନଙ୍କ ଅମଳ ଧାନ ପୂରାଇ ରଖିଛନ୍ତି। କିନ୍ତୁ ଟୋକନ କଟକଣା ଯୋଗୁ ସମ୍ପୃକ୍ତ ଚାଷୀଙ୍କ ଧାନ ମଧ୍ୟ ଏପର୍ଯ୍ୟନ୍ତ ବିକ୍ରି ହୋଇ ନ ପାରି ମଣ୍ଡିରେ ପଡ଼ି ରହିଛି।
କଲାପାଣି ଗ୍ରାମର ଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ତାଙ୍କ ଧାନ ଅମଳ ସରିଯାଇଛି। ଗତ ନଭେମ୍ବର ୧୫ତାରିଖ ପ୍ରଥମ ପର୍ଯ୍ୟାୟରେ କଲାପାଣି ମଣ୍ଡିରେ ସେ ୧୮୦ ପ୍ୟାକେଟ୍‌ ଧାନ ପୂରାଇଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମଣ୍ଡି ଖୋଲିବା ଦିନ ଅର୍ଥାତ୍‌ ଗତ ମାସ ୨୧ତାରିଖରେ ଆହୁରି ୧୨୦ ପ୍ୟାକେଟ୍‌ ଧାନ ଏହି ମଣ୍ଡିରେ ପକାଇଛନ୍ତି। କିନ୍ତୁ ତାଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଡିସେମ୍ବର ୨୮ତାରିଖ ରହିଛି ବୋଲି ସେ କହିଛନ୍ତି। ସେହିପରି କଲାପାଣି ଗ୍ରାମର ଅନ୍ୟ ଜଣେ ଚାଷୀ ଏକାଦଶିଆ ସାହୁ କହିଛନ୍ତି, ତାଙ୍କ ଧାନ ଅମଳ ସରିଯାଇଛି। ଗତ ମାସ ୧୫ତାରିଖରେ ସେ କଲାପାଣି ମଣ୍ଡିରେ ୮୦ ପ୍ୟାକେଟ୍‌ ଧାନ ରଖିଥିଲେ। କ୍ଷେତ, ଖଳାରେ ଆହୁରି ୨୦୦ରୁ ଅଧିକ ପ୍ୟାକେଟ୍‌ ଧାନ ପଡ଼ି ରହିଛି। କିନ୍ତୁ ଟୋକନରେ ବିକ୍ରି ଦିବସ ବିଳମ୍ବ ଯୋଗୁ ସେ ତାଙ୍କ ଧାନ ବିକ୍ରି ହୋଇପାରୁନାହାନ୍ତି। ବର୍ଷାରେ ଧାନ କ୍ଷତିଗ୍ରସ୍ତ ହେଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି।
ଜିଲାର କେବଳ ଏହି ଦୁଇ ଚାଷୀ ନୁହଁନ୍ତି, ଅଧିକାଂଶ ଚାଷୀ ଏଭଳି ସମସ୍ୟାରେ ଛନ୍ଦି ହୋଇଛନ୍ତି। ଟୋକନ କଟକଣା ଯୋଗୁ ଧାନ ବିକ୍ରି କରି ପାରୁ ନ ଥିବା ଯୋଗୁ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ମଧ୍ୟ ସେମାନେ ପାରିଶ୍ରମିକ ଦେଇ ପାରୁନାହାନ୍ତି। ଏଭଳି ସ୍ଥିତିରେ ବେପାରୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଟୋକନ କଟକଣା ବେପାରୀ ଏବଂ ମିଲର୍ସଙ୍କୁ ସୁହାଉଛି ବୋଲି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି। କିଛି ଅଧିକାରୀ, ମିଲର୍ସ, ବେପାରୀ ମିଳିମିଶି ଚାଷୀଙ୍କୁ ଶୋଷଣ କରିବା ପାଇଁ ଟୋକନ କଟକଣା ଏକ ଷଡ଼ଜନ୍ତ୍ର କହିଲେ ଭୁଲ ହେବନାହିଁ ବୋଲି ବଣିଆ ଅଭିଯୋଗ କରିଛନ୍ତି। ପଞ୍ଜୀକରଣ ସମୟରେ ଚାଷୀମାନେ ସମ୍ଭାବ୍ୟ ଅମଳ ତାରିଖ ଉଦ୍ଦିଷ୍ଟ ଆବେଦନ ପତ୍ରରେ ଉଲ୍ଲେଖ କରୁଛନ୍ତି। ମାତ୍ର ତାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ ଏବଂ ମିଲର୍ସଙ୍କ ସହିତ ଅସାଧୁ ମେଣ୍ଟ କରି ସମ୍ପୃକ୍ତ ଅଧିକାରୀମାନେ ଟୋକନରେ ମନଇଚ୍ଛା ବିକ୍ରି ଦିବସ ଉଲ୍ଲେଖ କରୁଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେବା ଦରକାର ବୋଲି ବଣିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri