ଚାଷୀଙ୍କୁ ମିଳୁନି ଆର୍‌କେଭିୱାଇ ସହାୟତା

ଯାଜପୁର ଅଫିସ,୪। ୮: ଗତ ୨ ବର୍ଷ ମଧ୍ୟରେ ସାମୁଦ୍ରିକ ବାତ୍ୟା ହୁଡ୍‌ହୁଡ୍‌, ତିତ୍‌ଲି, ଫନୀ ଓ ଅମ୍ଫନ ଯୋଗୁ ଯାଜପୁର ଜିଲାର ଚାଷୀମାନେ ବିପୁଳ କ୍ଷତି ସହିଛନ୍ତି। ସେମାନଙ୍କ ବର୍ଷବର୍ଷର ସଞ୍ଚିତ ସମ୍ବଳ, ଫସଲ, ବୃକ୍ଷ ସମ୍ପଦ ନଷ୍ଟ ହୋଇଛି। ଏବେ ମହାମାରୀ କରୋନା ଜନିତ ଅଚଳାବସ୍ଥା ଯୋଗୁ ସେମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଚାଷୀଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ)ରେ ଯାଜପୁର ଜିଲାର ଚାଷୀଙ୍କୁ ପନିପରିବା ମିନି କିଟ୍‌, ଫୁଲ ଚାଷ, ଛତୁ ଚାଷ, ହାଇବ୍ରିଡ୍‌ ଚାଷ ପାଇଁ ୭୨ ଲକ୍ଷ ୭୦ ହଜାର ୮୫୦ ଟଙ୍କାର ସହାୟତା ମଞ୍ଜୁର କରାଯାଇଛି। ହେଲେ ଏଯାଏ ଜିଲାର ଚାଷୀମାନେ ତାହା ପାଇପାରି ନାହାନ୍ତି। ପୂର୍ବ ବାତ୍ୟା ସମୟରେ ମଧ୍ୟ ସରକାରଙ୍କ ପକ୍ଷରୁ କିଚେନ ଗାର୍ଡେନ ପାଇଁ ପନିପରିବା କିଟ୍‌ ବଣ୍ଟନ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଜିଲାର ଅଧିକାଂଶ ପନିପରିବା ଚାଷୀ ଏଭଳି ମିନି କିଟ୍‌ କେବେ ଦେଖି ନ ଥିବା କହିଛନ୍ତି।
ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଯୋଗୁ ଓଡ଼ିଶାର ଧାନ ଓ ପନିପରିବା ଚାଷୀମାନେ ସର୍ବହରା ହୋଇପଡ଼ିଛନ୍ତି। ସେମାନଙ୍କୁ ସହାୟତା ପାଇଁ ଆରକେଭିୱାଇରେ ୩୪୦୦.୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବିଭିନ୍ନ ପ୍ରକଳ୍ପ ଜରିଆରେ ଉକ୍ତ ଅର୍ଥ ଚାଷୀଙ୍କୁ ଯୋଗାଇବାର ବ୍ୟବସ୍ଥା ରହିଛି। ତଦନୁଯାୟୀ ବିଭିନ୍ନ ଜିଲାର ଉଦ୍ୟାନ କୃଷି ବିଭାଗ ୨୮୬୪ ଲକ୍ଷ ଟଙ୍କା ପାଇସାରିଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ଗତ ୩୦ ତାରିଖ ଚିଠିରୁ ଜଣାପଡ଼ିଛି। ତୁରନ୍ତ ଉକ୍ତ ଅର୍ଥ ବିନିଯୋଗ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଜିଲାର ୧୦ ବ୍ଲକ ଅଞ୍ଚଳରେ ବିଭିନ୍ନ ପର୍ଯ୍ୟାୟରେ କିଚେନ ଗାର୍ଡେନ ପାଇଁ ୧୫,୯୨୦ ଜଣ ଚାଷୀଙ୍କୁ ମିନି କିଟ୍‌ ବଣ୍ଟନ କରିବାକୁ ଧାର୍ଯ୍ୟ ହୋଇଛି। ମିନି କିଟ୍‌ ପିଛା ୧୩୦ ଟଙ୍କା ହିସାବରେ ୨୦,୬୯,୬୦୦ ଟଙ୍କା ବିନିଯୋଗ ହୋଇଛି। ସେହିପରି ଫୁଲ ଚାଷ ପାଇଁ ଜିଲାର ୧୫୦ ଚାଷୀଙ୍କୁ ଚିହ୍ନଟ କରାଯାଇଛି। ଚାଷୀ ପିଛା ୬୦୦୦ ଟଙ୍କା ହିସାବରେ ୯ ଲକ୍ଷ ଟଙ୍କା ବଣ୍ଟନ କରିବାକୁ ଧାର୍ଯ୍ୟ ହୋଇଛି। ସେହିପରି ଜିଲାରେ ଛତୁ ଚାଷ ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଆର୍ଥିକ ସହାୟତା ଦିଆଯାଉଛି। ୧୦୦୦ ଟଙ୍କା ହିସାବରେ ବ୍ୟକ୍ତିଗତ ଭାବେ ୪୦୦ ହିତାଧିକାରୀଙ୍କୁ ୪ ଲକ୍ଷ ଟଙ୍କା ଏବଂ ୧୦ ହଜାର ଟଙ୍କା ହିସାବରେ ଗୋଷ୍ଠୀଗତ ଭାବେ ୨୦୦ ଏସ୍‌ଏଚ୍‌ଜି/ଏଫଆଇଜିମାନଙ୍କୁ ୨୦ ଲକ୍ଷ ଟଙ୍କା ନିର୍ଦ୍ଧାରଣ ହୋଇଛି। ସେହିପରି ହାଇବ୍ରିଡ୍‌ କୃଷିଜାତ ଦ୍ରବ୍ୟ ଚାଷ ପାଇଁ ୧୨,୫୫୦ ଟଙ୍କା ସବ୍‌ସିଡିରେ ୧୫୦ ଦଳକୁ ସାମିଲ କରାଯାଇଛି। ଏଥିରେ ୧୯,୦୧,୨୫୦ ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ବାସ୍ତବରେ ଜିଲାର ଅଧିକାଂଶ ଚାଷୀ ଏହିସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି, ଯାହାକି ରସୁଲପୁର ବ୍ଲକ ଶ୍ରୀବନ୍ତପୁର, ଜାବରା ଆଦି ପଞ୍ଚାୟତର ଚାଷୀମାନଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଜାବରା ପଞ୍ଚାୟତର କଣ୍ଟିଆକଣ ଗ୍ରାମର ଚାଷୀ ଆତୁଳ ମଲିକ, ରମେଶ ମଲିକ, ନୃସିଂହ ଜେନା, ନଠୁଆବର ପଞ୍ଚାୟତର ଆଦମପୁର ଗ୍ରାମର ଚନ୍ଦ୍ରମଣି ମଲ୍ଲିକ, ସଞ୍ଜୟ ନାୟକ ଓ ବିମ୍ବାଧର ନାୟକଙ୍କ କହିବାନୁଯାୟୀ, କୌଣସି ବିପର୍ଯ୍ୟୟ ସମୟରେ ଧାନ କିମ୍ବା ପନିପରିବା ଚାଷ ପାଇଁ ସେମାନଙ୍କୁ ସରକାରୀ ସହାୟତା ମିଳିନାହିଁ। ବର୍ତ୍ତମାନ ମହାମାରୀ ସମୟରେ ମଧ୍ୟ ସେମାନଙ୍କୁ କିଚେନ ଗାର୍ଡେନ ପାଇଁ ମିନି କିଟ୍‌ କିମ୍ବା ଛତୁ, ଫୁଲ ଚାଷ ସକାଶେ ଆର୍ଥିକ ସହାୟତା ରାଶି ମିଳିନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ୩ ଦିନ ତଳେ ଏଠାରୁ ବଦଳି ହୋଇଥିବା ଜିଲା ଉଦ୍ୟାନ ବିଭାଗର ସହକାରୀ ଉପନିର୍ଦ୍ଦେଶକ ଲୋକନାଥ ଜେନା କୁହନ୍ତି, ଏଯାଏ କରୋନା ସହାୟତା ସାମଗ୍ରୀ କିମ୍ବା ଅର୍ଥ ଆସିନାହିଁ। ତାଲିକା ହିସାବରେ ଚାଷୀମାନଙ୍କୁ ଗାଇଡ୍‌ଲାଇନ ଅନୁଯାୟୀ ସହାୟତା ମିଳିବ। ଏଥିରେ କୌଣସି ପ୍ରକାର ଅନିୟମିତତା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri