ଚାଷୀଙ୍କୁ ମିଳୁନି ଆର୍‌କେଭିୱାଇ ସହାୟତା

ଯାଜପୁର ଅଫିସ,୪। ୮: ଗତ ୨ ବର୍ଷ ମଧ୍ୟରେ ସାମୁଦ୍ରିକ ବାତ୍ୟା ହୁଡ୍‌ହୁଡ୍‌, ତିତ୍‌ଲି, ଫନୀ ଓ ଅମ୍ଫନ ଯୋଗୁ ଯାଜପୁର ଜିଲାର ଚାଷୀମାନେ ବିପୁଳ କ୍ଷତି ସହିଛନ୍ତି। ସେମାନଙ୍କ ବର୍ଷବର୍ଷର ସଞ୍ଚିତ ସମ୍ବଳ, ଫସଲ, ବୃକ୍ଷ ସମ୍ପଦ ନଷ୍ଟ ହୋଇଛି। ଏବେ ମହାମାରୀ କରୋନା ଜନିତ ଅଚଳାବସ୍ଥା ଯୋଗୁ ସେମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଚାଷୀଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ)ରେ ଯାଜପୁର ଜିଲାର ଚାଷୀଙ୍କୁ ପନିପରିବା ମିନି କିଟ୍‌, ଫୁଲ ଚାଷ, ଛତୁ ଚାଷ, ହାଇବ୍ରିଡ୍‌ ଚାଷ ପାଇଁ ୭୨ ଲକ୍ଷ ୭୦ ହଜାର ୮୫୦ ଟଙ୍କାର ସହାୟତା ମଞ୍ଜୁର କରାଯାଇଛି। ହେଲେ ଏଯାଏ ଜିଲାର ଚାଷୀମାନେ ତାହା ପାଇପାରି ନାହାନ୍ତି। ପୂର୍ବ ବାତ୍ୟା ସମୟରେ ମଧ୍ୟ ସରକାରଙ୍କ ପକ୍ଷରୁ କିଚେନ ଗାର୍ଡେନ ପାଇଁ ପନିପରିବା କିଟ୍‌ ବଣ୍ଟନ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଜିଲାର ଅଧିକାଂଶ ପନିପରିବା ଚାଷୀ ଏଭଳି ମିନି କିଟ୍‌ କେବେ ଦେଖି ନ ଥିବା କହିଛନ୍ତି।
ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଯୋଗୁ ଓଡ଼ିଶାର ଧାନ ଓ ପନିପରିବା ଚାଷୀମାନେ ସର୍ବହରା ହୋଇପଡ଼ିଛନ୍ତି। ସେମାନଙ୍କୁ ସହାୟତା ପାଇଁ ଆରକେଭିୱାଇରେ ୩୪୦୦.୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବିଭିନ୍ନ ପ୍ରକଳ୍ପ ଜରିଆରେ ଉକ୍ତ ଅର୍ଥ ଚାଷୀଙ୍କୁ ଯୋଗାଇବାର ବ୍ୟବସ୍ଥା ରହିଛି। ତଦନୁଯାୟୀ ବିଭିନ୍ନ ଜିଲାର ଉଦ୍ୟାନ କୃଷି ବିଭାଗ ୨୮୬୪ ଲକ୍ଷ ଟଙ୍କା ପାଇସାରିଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ଗତ ୩୦ ତାରିଖ ଚିଠିରୁ ଜଣାପଡ଼ିଛି। ତୁରନ୍ତ ଉକ୍ତ ଅର୍ଥ ବିନିଯୋଗ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଜିଲାର ୧୦ ବ୍ଲକ ଅଞ୍ଚଳରେ ବିଭିନ୍ନ ପର୍ଯ୍ୟାୟରେ କିଚେନ ଗାର୍ଡେନ ପାଇଁ ୧୫,୯୨୦ ଜଣ ଚାଷୀଙ୍କୁ ମିନି କିଟ୍‌ ବଣ୍ଟନ କରିବାକୁ ଧାର୍ଯ୍ୟ ହୋଇଛି। ମିନି କିଟ୍‌ ପିଛା ୧୩୦ ଟଙ୍କା ହିସାବରେ ୨୦,୬୯,୬୦୦ ଟଙ୍କା ବିନିଯୋଗ ହୋଇଛି। ସେହିପରି ଫୁଲ ଚାଷ ପାଇଁ ଜିଲାର ୧୫୦ ଚାଷୀଙ୍କୁ ଚିହ୍ନଟ କରାଯାଇଛି। ଚାଷୀ ପିଛା ୬୦୦୦ ଟଙ୍କା ହିସାବରେ ୯ ଲକ୍ଷ ଟଙ୍କା ବଣ୍ଟନ କରିବାକୁ ଧାର୍ଯ୍ୟ ହୋଇଛି। ସେହିପରି ଜିଲାରେ ଛତୁ ଚାଷ ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଆର୍ଥିକ ସହାୟତା ଦିଆଯାଉଛି। ୧୦୦୦ ଟଙ୍କା ହିସାବରେ ବ୍ୟକ୍ତିଗତ ଭାବେ ୪୦୦ ହିତାଧିକାରୀଙ୍କୁ ୪ ଲକ୍ଷ ଟଙ୍କା ଏବଂ ୧୦ ହଜାର ଟଙ୍କା ହିସାବରେ ଗୋଷ୍ଠୀଗତ ଭାବେ ୨୦୦ ଏସ୍‌ଏଚ୍‌ଜି/ଏଫଆଇଜିମାନଙ୍କୁ ୨୦ ଲକ୍ଷ ଟଙ୍କା ନିର୍ଦ୍ଧାରଣ ହୋଇଛି। ସେହିପରି ହାଇବ୍ରିଡ୍‌ କୃଷିଜାତ ଦ୍ରବ୍ୟ ଚାଷ ପାଇଁ ୧୨,୫୫୦ ଟଙ୍କା ସବ୍‌ସିଡିରେ ୧୫୦ ଦଳକୁ ସାମିଲ କରାଯାଇଛି। ଏଥିରେ ୧୯,୦୧,୨୫୦ ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ବାସ୍ତବରେ ଜିଲାର ଅଧିକାଂଶ ଚାଷୀ ଏହିସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି, ଯାହାକି ରସୁଲପୁର ବ୍ଲକ ଶ୍ରୀବନ୍ତପୁର, ଜାବରା ଆଦି ପଞ୍ଚାୟତର ଚାଷୀମାନଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଜାବରା ପଞ୍ଚାୟତର କଣ୍ଟିଆକଣ ଗ୍ରାମର ଚାଷୀ ଆତୁଳ ମଲିକ, ରମେଶ ମଲିକ, ନୃସିଂହ ଜେନା, ନଠୁଆବର ପଞ୍ଚାୟତର ଆଦମପୁର ଗ୍ରାମର ଚନ୍ଦ୍ରମଣି ମଲ୍ଲିକ, ସଞ୍ଜୟ ନାୟକ ଓ ବିମ୍ବାଧର ନାୟକଙ୍କ କହିବାନୁଯାୟୀ, କୌଣସି ବିପର୍ଯ୍ୟୟ ସମୟରେ ଧାନ କିମ୍ବା ପନିପରିବା ଚାଷ ପାଇଁ ସେମାନଙ୍କୁ ସରକାରୀ ସହାୟତା ମିଳିନାହିଁ। ବର୍ତ୍ତମାନ ମହାମାରୀ ସମୟରେ ମଧ୍ୟ ସେମାନଙ୍କୁ କିଚେନ ଗାର୍ଡେନ ପାଇଁ ମିନି କିଟ୍‌ କିମ୍ବା ଛତୁ, ଫୁଲ ଚାଷ ସକାଶେ ଆର୍ଥିକ ସହାୟତା ରାଶି ମିଳିନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ୩ ଦିନ ତଳେ ଏଠାରୁ ବଦଳି ହୋଇଥିବା ଜିଲା ଉଦ୍ୟାନ ବିଭାଗର ସହକାରୀ ଉପନିର୍ଦ୍ଦେଶକ ଲୋକନାଥ ଜେନା କୁହନ୍ତି, ଏଯାଏ କରୋନା ସହାୟତା ସାମଗ୍ରୀ କିମ୍ବା ଅର୍ଥ ଆସିନାହିଁ। ତାଲିକା ହିସାବରେ ଚାଷୀମାନଙ୍କୁ ଗାଇଡ୍‌ଲାଇନ ଅନୁଯାୟୀ ସହାୟତା ମିଳିବ। ଏଥିରେ କୌଣସି ପ୍ରକାର ଅନିୟମିତତା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ପରିବାର ବାସହରା

ଭଦ୍ରକ ଅଫିସ, ୨୬।୪ ଭଦ୍ରକ ଜିଲା ରାହାଞ୍ଜସାହିରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳିଯାଇଛି। ୩ ପରିବାର ବାସହରା ହୋଇପଡ଼ିଛନ୍ତି।...

୪ରୁ ଧାନ ସଂଗ୍ରହ

ଯାଜପୁର ଅଫିସ,୧ା୧:  ଆସନ୍ତା ଜାନୁୟାରୀ ୪ରୁ ୨୦୨୨-୨୩ ଖରିଫ ଋତୁ ଧାନକିଣା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଧାନ କ୍ରୟ ପାଇଁ...

ସିଦ୍ଧେଶ୍ୱର ପାହାଡ଼ରେ ଦନ୍ତା

ବାରଙ୍ଗ,୩।୬(ଡି.ଏନ୍‌.ଏ.): ନରାଜ ସିଦ୍ଧେଶ୍ୱର ପାହାଡ଼ରେ ଏକ ବଣୁଆ ଦନ୍ତାହାତୀ ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଦନ୍ତାକୁ ଦେଖିବା ପରେ ଭଗିପୁର ବନଖଣ୍ଡକୁ ଖବର...

ଦଦରା ହଷ୍ଟେଲରେ ଦହଗଞ୍ଜ

ଢେଙ୍କାନାଳ ଅଫିସ, ୨୪।୯: ଛାତ୍ରାବାସକୁ ବିତିଲାଣି ୪୦ବର୍ଷ। କେଉଁଠି କୋଠା ଛାତ ଫାଟି ଆଁ କରିଛି ତ ଆଉ କେଉଁଠି କାନ୍ଥ। ସମୟେ ସମୟେ ମୁଣ୍ଡା...

ନୂଆ ସରପଞ୍ଚ ଆଜିଠୁ ନେଲେ ଦାୟିତ୍ୱ

କେସିଙ୍ଗା,୨୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ପଞ୍ଚାୟତର ନୂତନ ସରପଞ୍ଚ ଅଶୋକ ପୋଢ଼ ପୂର୍ବତନ ସରପଞ୍ଚ ବିଶ୍ବମ୍ବର ମହଲାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ ବାର୍‌ହା ଶିକାର ପାଇଁ ବିଛାଯାଇଥିଲା

ନୟାଗଡ଼ ଅଫିସ,୨୨ା୧୦: ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସୋମବାର ନୟାଗଡ଼ ଜିଲାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା:ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ଭାଜପାର ବିକ୍ଷୋଭ

ଯାଜପୁର ଟାଉନ,୬-୧୧(ଡି.ଏନ୍‌.ଏ.)- ଭାଜପା ମହିଳା ମୋର୍ଚ୍ଚାର ଯାଜପୁର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ ଆଗରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା...

କୂଅରେ ପୋତି ହୋଇଗଲେ ଶ୍ରମିକ

କାମାକ୍ଷାନଗର, ୭।୪(ଡି.ଏନ.ଏ.): ଖୋଳାଯାଉଥିଲା କୂଅ। ମାଟି ବାହାର କରିବାକୁ ଭିତରକୁ ପଶିଥିବାବେଳେ ହଠାତ୍‌ ଖସିପଡ଼ିଲା ଅତଡ଼ା। ଏଥିରେ ପୋତି ହୋଇ ରହିଗଲେ ଶ୍ରମିକ। ଜେସିବି ସହାୟତାରେ...

Advertisement
Archives

Model This Week