କୃଷି ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୩।୧: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀରେ ଅଖିଳ ଭାରତୀୟ କିସାନ ସଂଘର୍ଷ ସମନ୍ବୟ ସମିତି ନେତୃତ୍ୱରେ ଦୁର୍ବାର ଆନ୍ଦୋଳନ ଚାଲିଛି। ଏହି କ୍ରମରେ ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଶନିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ନେତୃତ୍ୱରେ ବରଗଡ଼ ଗାନ୍ଧୀଛକରେ କୃଷକ ମୁକ୍ତି ସଂଗ୍ରାମ ପାଇଁ ସଂକଳ୍ପ ସମାବେଶ ଚାଲିଛି। ସମାବେଶରେ ପଶ୍ଚିମ ଓଡ଼ିଶା ବରଗଡ଼ ସମ୍ବଲପୁର, ବଲାଙ୍ଗୀର, ସୋନପୁର, ଝାରସୁଗୁ ସୁନ୍ଦରଗ ଦେବଗଡ, କଲାହାଣ୍ଡି ଆଦି ଜିଲାର ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଚାଷୀମାନେ ଦୁର୍ବାର ଆନ୍ଦୋଳନ ଜାରି ରଖିବେ ଏବଂ ଆସନ୍ତା ୨୬ତାରିଖ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହେବାକୁ ଥିବା ଚାଷୀଙ୍କ ଟ୍ରାକ୍ଟର ପରେଡରେ ପଶ୍ଚିମ ଓ ଚାଷୀମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ସମାବେଶ ପୂର୍ବରୁ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଚାଷୀମାନେ ମାଲ୍ୟାର୍ପଣ ସହିତ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଅଶୋକ ପ୍ରଧାନ, ଜୟ କିଶାନ ଆନ୍ଦୋଳନର ସୁଶିଲ ସାହୁ୍‌ଙ୍କ ସମେତ ବହୁସଂଖ୍ୟକ ଚାଷୀନେତା ସମାବେଶରେ ଯୋଗ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?