ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବଡ଼ଗାଁ ବ୍ଲକର ବଡ଼ଗାଁ, ସାହାଜବାହାଲ, ଜରଙ୍ଗଲୋଇ, ଦାଣ୍ଡଜମରା, ବରଙ୍ଗାକଛାର ଓ ଏକମା ଗ୍ରାମରେ ସମବାୟ ସମିତି ରହିଛି। ଏହି ସମବାୟ ସମିତି ଅଧୀନ ବିଭିନ୍ନ ଗ୍ରାମର ପ୍ରାୟ ୫୦ପ୍ରତିଶତ ଚାଷୀ ଏ ଯାଏ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଥିଲାବେଳେ ୫୦ ପ୍ରତିଶତ ଚାଷୀ ଏବେ ମଧ୍ୟ ନାମ ପଞ୍ଜିକରଣ କରିପାରିନାହାନ୍ତି। ବହୁ ସଂଖ୍ୟକ ଚାଷୀ ଧନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିପାରୁନଥିବାରୁ ପଞ୍ଜିକରଣ ସମୟସୀମାକୁ ବୃଦ୍ଧି କରିବାକୁ ଚାଷୀ ମହଲରେ ଦାବି ହେଉଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଧାନ ବିକ୍ରି ପାଇଁ ପଞ୍ଜିକରଣ ଶେଷ ତାରିଖ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଛି। ଆଉ ମାତ୍ର ୪ ଦିନ ମଧ୍ୟରେ ବାକି ରହିଥିବା ବହୁ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜିକରଣ କରିବା ସମ୍ଭବ ନୁହେଁ ବୋଲି ସମବାୟ ସମିତି କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି । ଏ ସଂପର୍କରେ ସାହାଜବାହାଲ ସମବାୟ ସମିତିର ଏମଡି ନରେନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ ୩୧ ତାରିଖ ମଧ୍ୟରେ ବାକି ରହିଥିବା ଚାଷୀଙ୍କ ନାମ ପଞ୍ଜିକରଣ କରିବା ସମ୍ଭବ ହେବନାହିଁ ବୋଲି କହିଛନ୍ତି।

ପାମରା ଗ୍ରାମର ଚାଷୀ କାର୍ତ୍ତିକ ବେହେରା, ଦଶରଥ ବାରିକ, ଦିଲ୍ଲୀପ ରାଉତ୍, ମୂରଲୀଧର ବାରିକ, ସାହାଜବାହାଲ ଗ୍ରାମର ସୁରେନ୍ଦ୍ର ସାହୁ, ବସନ୍ତ ସାହୁ, ଗୋପାଳ ପୃଷେଟଙ୍କ ସହିତ ବହୁ ସଂଖ୍ୟକ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଦାବି କରିଛନ୍ତି । ସେହିପରି ବଡ଼ଗାଁ ସମବାୟ ସମିତିର ଏମଡି ଭେଷଜ ବରିହାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ଚଳିତ ବର୍ଷ ଧାନ ବିକ୍ରି ପାଇଁ ୨୭୦୦ ଚାଷୀ ଫର୍ମ ନେଇଛନ୍ତି। ସେଥିମଧ୍ୟରୁ ବଡ଼ଗାଁର ୭୫୫ ଜଣ ଙ୍କ ରେଜିଷ୍ଟ୍ରେସନ ହୋଇଥିଲାବେଳେ ଜରଙ୍ଗଲୋଇ ସମବାୟ ସମିତି ରେ ୨୦୦ ଓ ଦାଣ୍ଡଜମରା ସମବାୟ ସମିତିରେ ୧୪୧ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଛି । ତେବେ ଅନେକ ସମୟରେ ସର୍ଭର ଡାଉନ୍ ରହୁଥିବା, ବିଜୁଳି ଚାଲିଯାଉଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଞ୍ଜିକରଣ ସମୟସୀମା ବୃଦ୍ଧି କରିବାକୁ ଦାବି ହେଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଯୁବକ ସଂଘ ପକ୍ଷରୁ ରାସ୍ତା ସଫେଇ ଅଭିଯାନ: ଗ୍ରାମବାସୀଙ୍କ ପ୍ରଶଂସା

କର୍ଲାମୁଣ୍ଡା,୨୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ରାଧା ମାଧବ ଯୁବକ ସଂଘ ପକ୍ଷରୁ ଗାଁର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲକ୍ଷ୍ୟରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri