କୃଷକ ଦିବସ ସମାରୋହ ଗୋଟିଏ ପଞ୍ଚାୟତରେ ସୀମିତ

ରସୁଲପୁର,୨୫।୪: (ଡି.ଏନ.ଏ.) ଅକ୍ଷୟ ତୃତୀୟା ଅବସରରେ ରସୁଲପୁର ବ୍ଲକ କୃଷି ବିଭାଗ ପକ୍ଷରୁ କୃଷକ ଦିବସ ସମାରୋହ ଉକ୍ତ ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତର ଚିତ୍ରକୂଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସମାରୋହକୁ ଗୋଟିଏ ପଞ୍ଚାୟତରେ ସୀମିତ ରଖାଯାଇଛି। ସୂଚନା ଅଭାବରୁ ବ୍ଲକ ଅଧୀନ ଅଧିକାଂଶ ପଞ୍ଚାୟତର ଜନପ୍ରତିନିଧି ଓ ଚାଷୀମାନେ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତହୋଇପାରି ନ ଥିଲେ। ଚାଷୀ ଓ ଜନ ପ୍ରତିନିଧିମାନଙ୍କ ଅନୁସ୍ଥିତିରେ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର କେତେଜଣ ମହିଳା ସ୍ବୟଂସହାୟିକା ଗୋଷ୍ଠି ସଦସ୍ୟାମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମକୁ ସାରି ଦିଆଯାଇଥିଲା। ଏହି ଅବସରରେ ବ୍ଲକ ଅଞ୍ଚଳରୁ ୧ଶହ ଅଗ୍ରଣୀ ଚାଷୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ସେଭଳି କିଛି କରାଯାଇ ନ ଥିଲା। ଆୟୋଜକ ପଞ୍ଚାୟତର କେତେଜଣ ଅଣଚାଷୀଙ୍କୁ ନେଇ କାର୍ଯ୍ୟକ୍ରମକୁ ସୀମିତ ରଖାଯାଇଥିଲା ବୋଲି ବ୍ଲକର ଅଗ୍ରଣୀ ଚାଷୀ ରବିନ୍ଦ୍ର ସ୍ବାଇଁ, ଦିବାକର ବିଶ୍ୱାଳ,ଗୋପାଳ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଦୌ ସୂଚନା ପାଇ ନ ଥିବା ସରପଞ୍ଚ ଜିତେନ୍ଦ୍ର ନାୟକ, ସମିତି ସଭ୍ୟ ରଞ୍ଜିତ କୁମାର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟ ସରପଞ୍ଚ, ସମିତି ସଭ୍ୟା,ସଭ୍ୟମାନେ ଅବଗତ ନ ଥିବା କହିଛନ୍ତି। ଏ ନେଇ ବ୍ଲକ କୃଷି ବିଭାଗ ପକ୍ଷରୁ ଗଠନ କରାଯାଇଥିବା ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ କୌଣସି ଚିଠି ବିତରଣ କରାଯାଇ ନ ଥିଲା। ପଞ୍ଚାୟତସ୍ତରରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥୀମାନେ ସମାରୋହ ସମ୍ପର୍କରେ ଜନପ୍ରତିନିଧି ଓ କୃଷକମାନଙ୍କୁ କୌଣସି ସୂଚନା ପ୍ରଦାନ କରି ନ ଥିଲେ ବୋଲି ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ବ୍ଲକସ୍ତରୀୟ କୃଷକ ଦିବସ ସମାରୋହ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ଯେ କୌଣସି ଏକ ପଞ୍ଚାୟତରେ ଅଖିମୁଠି ଅନୁକୂଳ କରାଯିବ ବୋଲି ସ୍ଥିର ହୋଇଥିଲା। ସେହି ଆଧାରରେ ସମାରୋହ ପାଇଁ ବାରବାଟୀ ପଞ୍ଚାୟତର ଚିତ୍ରକୂଳ ଗ୍ରାମକୁ ଚୟନ କରାଯାଇଥିଲା। ଏଥିସହ ସମାରୋହ ଜରିଆରେ ଚଳିତ ବର୍ଷର ଖରିଫ ଋତୁରେ ଚାଷୀଙ୍କ ଉଦ୍ଦେଶ୍ୟରେ ନୂତନ ସନ୍ଦେଶ ଦେବା ସହ ଚାଷୀ ଓ ଚାଷ ପାଇଁ ଆବଶ୍ୟକ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ଥାଆନ୍ତା। ଏହାଛଡା କୃଷି କାର୍ଯ୍ୟରେ ବିଭିନ୍ନ ପଞ୍ଚାୟତରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ଚାଷୀମାନଙ୍କ ମଧ୍ୟରୁ କେତେଜଣ ଅଗ୍ରଣୀ ଚାଷୀଙ୍କୁ ଚିହ୍ନଟ କରାଯାଇ ସମ୍ମାନିତ କରାଯାଇ ଥାଆନ୍ତା। ସମ୍ମାନିତ ଚାଷୀମାନେ ସେମାନଙ୍କ ଅନୁଭୂତିକୁ ଅନ୍ୟ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଥାଆନ୍ତେ। ଏପରି ଭାବେ ଉକ୍ତ ଉତ୍ସବକୁ ସଫଳ କରିବାର ଲକ୍ଷ୍ୟ ଥିଲା। ମାତ୍ର ଏଠାରେ ସେଭଳି କିଛି ହେଲାନାହିଁ। ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ରାତି ଅଧିଆ କୃଷକ ଦିବସ ପାଳନ ପାଇଁ ବାରବାଟୀ ପଞ୍ଚାୟତକୁ ବଛା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବାରବାଟୀ ସରପଞ୍ଚ ଆୟୁଷମତି ଦାସ, ସମିତିସଭ୍ୟା ସୌଦାମିନୀ ସ୍ବାଇଁ, ଆତ୍ମାର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକ, କୃଷି କାର୍ଯ୍ୟାଳୟ ପରିସରରେ ରସୁଲପୁର ସରପଞ୍ଚ ସୁରେନ୍ଦ୍ର କୁମାର ତିଆଡି ଯୋଗଦେଇଥିଲେ। ବ୍ଲକସ୍ତରରେ ୬୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ଜୋନସ୍ତରୀୟ ଜନପ୍ରତିନିଧି ଥିବା ବେଳେ ମାତ୍ର ୩ ଜଣ ପ୍ରତିନିଧିଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏ ସମ୍ପର୍କରେ ଜଣେ ଅଧିକାରୀ ସଫେଇ ଦେଇ କହିଥିଲେ ପ୍ରାରମ୍ଭରେ ବର୍ଷା ହେବାରୁ ଚାଷୀମାନେ ସମାରୋହ ସ୍ଥଳକୁ ଆସି ନ ଥିଲେ। ଅଖିମୁଠି ଅନୁକୂଳରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଉପସ୍ଥିତ ଥିବା କେତେଜଣ ମହିଳାଙ୍କୁ ପୁରସ୍କାର ବଣ୍ଟନ କରି ଉକ୍ତ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ମତାମତ ପାଇଁ ଫୋନ କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ। କୃଷି ଓଭରସିୟର ପଦ୍ମଲୋଚନ ପଣ୍ଡାଙ୍କୁ ପଚାରିବାରୁ ବର୍ଷା ହେବାରୁ କାର୍ଯ୍ୟକ୍ରମରେ ସାମାନ୍ୟ ବ୍ୟାଘାତ ସୃଷ୍ଟି ହୋଇଥିଲା। ଜନପ୍ରତିନିଧି, ଚାଷୀମାନଙ୍କୁ ସମାରୋହକୁ କାହିଁକି ଡକାଗଲା ନାହିଁ ସେ ସମ୍ପର୍କରେ ସେ କୌଣସି ଉତ୍ତର ରଖିପାରିବେ ନାହିଁ ବୋଲି କହିଥିଲେ। କେଉଁ ଗୋଷ୍ଠିକୁ ପୁରସ୍କାର ରାଶି କେତେ ମିଳିଲା ସେ ସବୁ ଦିଗରେ ବ୍ଲକ କୃଷି ଅଧିକାରୀଙ୍କୁ ପଚାରନ୍ତୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri