ଧାନ କଟ୍‌ନୀକୁ ବିରୋଧ: ପାକ୍ସରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୁଡ୍‌ଭେଲା,୧୮ା୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ଗୁଡ୍‌ଭେଲା ବ୍ଲକ ଅଧୀନ ନୂଆପଡ଼ା ପାକ୍ସରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ବିନା କଟ୍‌ନୀରେ ଧାନ ଉଠି ପାରିବନି ଜାଣିବା ପରେ ନୂଆପଡ଼ା ଗ୍ରାମର ଅଶୋକ ମେହେର(୩୫) ବିଷ ପିଇବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଚାଷୀମାନେ କୌଣସିମତେ ତାଙ୍କୁ ଏଥିରୁ ନିବୃତ୍ତ କରିଥିଲେ। ଏହାପରେ ଚାଷୀମାନେ ବିନା କଟ୍‌ନୀରେ ଧାନ ଉଠାଇବା ଦାବି କରି ପାକ୍ସ କାର୍ଯ୍ୟାଳୟ ଘେରାଉ କରିଥିଲେ। ଖବର ପାଇ କୋଅପରେଟିଭ ସୋସାଇଟି ଇନ୍ସପେକ୍ଟର ସୁମଜିତ ପ୍ରଧାନ ଓ ଆନାଲିସିସ ଟିମ୍‌ର ଜିଲା ଅଧିକାରୀ ସୁରେନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଉତ୍ତେଜନାମୂକଳ ପରିସ୍ଥିତିକୁ ଆଖି ଆଗରେ ରଖି ପାକ୍ସ ପରିସରରେ ପୋଲିସ ମୁତୟନ କରାଯାଇଛି।

ସୂଚନା ମୁତାବକ ନୂଆପଡ଼ା ଗ୍ରାମର ଚାଷୀ ଅଶୋକ ମେହେରଙ୍କର ୨୨କୁଇଣ୍ଟାଲ ଧାନ ଗୁରୁବାର ଉକ୍ତ ମଣ୍ଡିରୁ ଉଠିବାର ଥିଲା। ଅପରାହ୍ନ ପ୍ରାୟ ୨ଟାରେ ସମ୍ପାଦିକା ମଣ୍ଡିକୁ ଆସିଥିଲେ। ଧାନରେ କଟ୍‌ନୀକୁ ନେଇ ଅଶୋକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ବ୍ୟଥିତ ହୋଇ ଅଶୋକ ସାଙ୍ଗରେ ଆଣିଥିବା ବିଷ ବୋତଲ ଖୋଲି ପିଇବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଚାଷୀମାନେ ବିଷ(କୀଟନାଶକ) ବୋତଲ ଛଡାଇ ନେଇଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଅଶୋକଙ୍କ ବଡ଼ଭାଇ ଅଜିତ ମେହେର ସମାନ ପ୍ରସଙ୍ଗକୁ ନେଇ ଗତ ୭ତାରିଖରେ ମଣ୍ଡିକୁ ଆଣିଥିବା ପ୍ରାୟ ୧୮କୁଇଣ୍ଟାଲ ଧାନ ମଙ୍ଗଳବାର ଧାର୍ଯ୍ୟ ତାରିଖରେ ଉଠି ପାରି ନ ଥିଲା।

ଆନାଲିସିସ ଟିମ୍‌ ଧାନର ମାନ ଯାଞ୍ଚ କରି କୁଇଣ୍ଟାଲ ପିଛା ୨କେଜି କଟ୍‌ନୀ କରିବାକୁ କହିଥିବା ବେଳେ ପାକ୍ସ ସମ୍ପାଦିକା ମାନିନୀ ପ୍ରଧାନ କୁଆଡେ ୫କେଜି କଟ୍‌ନୀ କରିବାକୁ କହିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ଏଥିଯୋଗୁ ତାଙ୍କର ଟୋକନ ଲାପ୍‌ସ ହୋଇଯାଇଥିଲା। ଏଥିରେ ଅଜିତ ମାନସିକଭାବେ ଆଘାତପ୍ରାପ୍ତ ହୋଇ ଅସୁସ୍ଥ ହୋଇ ପଡିଥିଲେ। ବୁଧବାର ରାତିରେ ପୁଅକୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଇଥିବା ଅଜିତଙ୍କ ବାପା ଶଙ୍କର ମେହେର କହିଛନ୍ତି। ବଡଭାଇଙ୍କଟୋକନ ଲାପ୍‌ସ ହେବା ଓ ସାନ ଭାଇ ଅଶୋକ ଧାନ ବିକ୍ରି କରି ନ ପାରି ଆତ୍ମହତ୍ୟା ଉଦ୍ୟମ କରିବା ଚାଷୀ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି।

ଚାଷୀ ଅଶୋକ ମେହେର କହିଛନ୍ତି ମୋ ଧାନର ମାନ ଠିକ୍‌ ଅଛି। ଏହାସତ୍ତ୍ୱେ ଧାନ ଉଠୁନାହିଁ। ଗୁରୁବାର ରାତି ୧୨ଟାରେ ତାଙ୍କର ଟୋକନ ଅବଧି ସରିଯିବ। ଏହି ସମୟରେ ଯଦି ତାଙ୍କର ଧାନ ନ ଉଠେ ତେବେ ସେ ନିଶ୍ଚିତଭାବେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ପାକ୍ସ ସମ୍ପାଦିକା ପ୍ରଧାନ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସମ୍ପୃକ୍ତ ଚାଷୀଙ୍କ ଧାନର ମାନ ଠିକ୍‌ ନ ଥିବାରୁ ଏପରି ସମସ୍ୟା ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri