ଡିପ ବୋରୱେଲ ଖୋଲିବା ପାଇଁ ବ୍ୟାଙ୍କରେ ଡିପୋଜିଟ କରି ଚାଷୀ ହନ୍ତସନ୍ତ, ଧାରଣା ଦେବାକୁ ଚେତାବନୀ

କେସିଙ୍ଗା,୧୦।୧୦(ତୁମେଶ୍ବର ସାହୁ): କୃଷକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଅନେକ ଯୋଜନା କେବଳ କାଗଜ ପତ୍ରରେ ରହି ଯାଉଥିବା ବେଳେ ଆଉ କିଛି ଯୋଜନା ଦଲାଲମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରୁଛି । ପ୍ରକୃତ ଚାଷୀ ସବୁବେଳେ ହଇରାଣର ଶିକାର ହେଉଛି। ଏହାର ଏକ ସତ୍ୟଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକରେ । ଡିପ ବୋରୱେଲ ଯୋଜନା ଦୀର୍ଘ ଦୁଇ ବର୍ଷ ତଳେ ବର୍ଷ ୨୦୨୨-୨୩ ରେ ଉଠା ଜଳସେଚନ ନିଗମ OLIC ଭବାନୀପାଟଣାଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ବ୍ଲକର ବହୁ ଚାଷୀ ନିଜ ଜମିରେ ଡିପ ବୋରୱେଲ ପାଇଁ ଆବେଦନ କରିଥିଲେ । ସୋଲାର ବୋରୱେଲ ବ୍ୟକ୍ତିଗତ ଭାବେ ଜଣେ ଚାଷୀ ଆବେଦନ କରିବାରର ବ୍ୟବସ୍ଥା ଥିବା ବେଳେ ଇଲେକ୍ଟ୍ରି ବୋରୱେଲ କରିବାକୁ ହେଲେ କ୍ଲଷ୍ଟର ଭାବେ ଚାରି କିମ୍ବା ପାଞ୍ଚ ଜଣ ଚାଷୀ ଆବେଦନ କରିବାର ବ୍ୟବସ୍ଥା ଥିଲା। ଏହି ବାବଦକୁ ଚାଷୀମାନେ କୋଡିଏ ହଜାର ଲେଖାଏଁ ବିଭିନ୍ନ ବ୍ୟାଙ୍କରେ ଡ୍ରାଫ୍ଟ କରିଛନ୍ତି। କିନ୍ତୁ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କୌଣସି ଚାଷୀଙ୍କ ଜମିରେ ବୋରୱେଲ ଆଜି ପର୍ଯ୍ୟନ୍ତ ଖୋଲି ନାହାନ୍ତି କିମ୍ବା କେବେ ପର୍ଯ୍ୟନ୍ତ ଖୋଲା ଯିବ ତାହାର ମଧ୍ୟ ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯେଉଁଥି ପାଇଁ ଏହି ଯୋଜନାରେ ଆବେଦନ କରିଥିବା ଚାଷୀ ଆଶଙ୍କାରେ ପଡିଛନ୍ତି। ତେଣୁ କେସିଙ୍ଗା ବ୍ଲକର ପ୍ରାୟ ୨୦୦ରୁ ଉଦ୍ଧର୍‌ବ ଚାଷୀ ବିଭାଗୀୟ ଅଫିସରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ପାଇଁ ଚେତାବନୀ ଦେଇଥିବାର ଜଣାପଡିଛି।

ଏହି ପ୍ରସଙ୍ଗକୁ କେସିଙ୍ଗା ଅଂଚଳର ଯୁବ ଚାଷୀ ଭବାନୀ ସାହୁ ଲିଖିତ ଭାବରେ କଳାହାଣ୍ଡି ସାଂସଦଙ୍କୁ ଅଭିଯୋଗ କରିଛନ୍ତି। ସାଂସଦ ମାଲବିକା ଦେବୀ ଯଥାଶୀଘ୍ର ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇ ସମସ୍ୟାର ସମଧାନ ପାଇଁ ଆଶ୍ୱାସନା ଦେଇ ଥିବାରୁ ଏହି ଯୋଜନାରେ ଆବେଦନ କରିଥିବା ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଶାନ୍ତନୁ ମାଝୀଙ୍କୁ ପଚାରିବାରୁ ଟେଣ୍ଡର ହୋଇଛି, କିଛି ଦିନ ମଧ୍ୟରେ ବୋରୱେଲ ଖୋଲାଯିବ ବୋଲି ପ୍ରକାଶ କରିଛନ୍ତି।

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri