ଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ

ବାଲେଶ୍ୱର ଅଫିସ/ ଭୋଗରାଇ,୬।୧୨(ଡି.ଏନ.ଏ)  ବାତ୍ୟା ‘ଜୱାଦ’ ପ୍ରଭାବରେ ବାଲେଶ୍ୱର ଜିଲାରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ଶନିବାର ଦିନତମାମ୍‌ ଝିପି ଝିପି ବର୍ଷା ହେବା କାରଣରୁ ରବିବାର ସକାଳ ୮ଟା ସୁଦ୍ଧା ଜିଲାରେ ହାରାହାରି ୨୪ ମି.ମି. ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ନୀଳଗିରିରେ ସର୍ବାଧିକ ୨୫ମି.ମି. ଓ ଔପଦାରେ ସର୍ବନିମ୍ନ ୬ ମି.ମି. ବର୍ଷା ହୋଇଛି। ଅମାବାସ୍ୟା ତିଥି ଥିବାରୁ ସମୁଦ୍ରକୁ ପାଣି ନ ଯିବା କାରଣରୁ ଅଧିକ ଦିନ କ୍ଷେତରେ ପାଣି ଜମିରହିବା ଆଶଙ୍କା କରୁଛନ୍ତି ଚାଷୀ। ହଜାର ହଜାର ଏକର ଜମିରେ ଧାନ ସହ ପନିପରିବା କ୍ଷେତରେ ପାଣି ଜମି ରହିଛି। ଫସଲକୁ କିଭଳି ବଞ୍ଚାଇ ହେବ ସେନେଇ ଚାଷୀମାନେ ଚିନ୍ତାରେ ରହି ଜୋରଦାର ଉଦ୍ୟମ ଚଳାଇଛନ୍ତି।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଚଳିତବର୍ଷ ଜିଲାରେ ୧ଲକ୍ଷ ୯୬ହଜାର ୫୧୯ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ଧାନ ଅମଳ ପରେ ବିକ୍ରି କରିବା ପାଇଁ ଅନଲାଇନ୍‌ରେ ୯୪ହଜାର ୧୯୧ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ସେଥିମଧ୍ୟରେ ବାହାନଗା ବ୍ଲକର ୭,୩୫୪ ଚାଷୀ, ବାଲିଆପାଳ ୮୦୧୯, ବସ୍ତା ୭,୬୮୦, ଭୋଗରାଇ ୧୨,୦୬୪, ଜଳେଶ୍ୱର ୭,୭୧୫, ଖଇରା ୧୦,୯୫୬, ନୀଳଗିରି ୪,୦୩୯, ଔପଦା ୫,୯୬୮, ରେମୁଣା ୬,୬୫୦, ସଦର ୯,୨୪୪, ସିମୁଳିଆ ୮,୬୦୯, ସୋର ବ୍ଲକର ୫,୮୯୩ ଜଣ ଚାଷୀ ରହିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ଜିଲାର କେତୋଟି ସ୍ଥାନରେ ମଣ୍ଡି ମଧ୍ୟ ଖୋଲାଯାଇଛି। ଚାଷୀମାନେ ବିଲରୁ ହାର୍ବେଷ୍ଟର ଦ୍ୱାରା ସିଧାସଳଖ ଧାନ ଅମଳ କରି ମଣ୍ଡିରେ ଦେବା ପାଇଁ ଯେଉଁ ଆଶା ବାନ୍ଧିଥିଲେ ବର୍ଷା ଯୋଗୁ ଏହା ସମ୍ଭବ ହୋଇପାରିନାହଁି। ବାତ୍ୟା ପ୍ରଭାବରୁ ଧାନ ସହ ଅନ୍ୟାନ୍ୟ ଫସଲକୁ ବଞ୍ଚାଇବା ପାଇଁ ଚାଷ ଜମିରେ ନାଳି କରି ପାଣି ନିଷ୍କାସନ କରିବା ପାଇଁ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଜିଲା କୃଷି ନିର୍ଦ୍ଦେଶକ ନିକୁଞ୍ଜ କିଶୋର ରାଉତ ପ୍ରକାଶ କରିଛନ୍ତି।
ସୃଷ୍ଟ ସାମୁଦ୍ରିକ ଝଡ଼ ‘ଜୱାଦ’ ଶକ୍ତି ହରାଇ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହି ବାତ୍ୟା ଧୀରେ ଧୀରେ ରବିବାର ରାତ୍ରି ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଶୁକ୍ରବାର ମଧ୍ୟରାତ୍ରିରୁ ରବିବାର ରାତି ପର୍ଯ୍ୟନ୍ତ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଅବିଶ୍ରାନ୍ତ ଝିପିଝିପି ବର୍ଷା ଲାଗି ରହିଥିଲା। ୩ ଦିନ ଧରି ଆକାଶ ମେଘାଛନ୍ନ ଥିବାବେଳେ ପାଗ କୋହଲା ରହିଛି। ଅମାବାସ୍ୟା ତିଥିରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଉତ୍ତାଳ ଢ଼େଉ କୂଳ ଆଡ଼କୁ ମାଡ଼ି ଆସି ଅଞ୍ଚଳବାସୀଙ୍କୁ ଭୟଭୀତ କରୁଛି। ତୁହାକୁ ତୁହା ବିକ୍ଷିପ୍ତ ବର୍ଷା ଲାଗି ରହିଥିବା ବେଳେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ଏଭଳି ସ୍ଥିତିରେ ଜନଜୀବନ ପ୍ରଭାବିତ ହୋଇ ଥିବା ବେଳେ ପାଚିଲା ଧାନ ଜମିରେ ପାଣି ଜମି ରହଛି। ଫଳରେ ଫସଲ ନଷ୍ଟ ହେବାର ଆଶଙ୍କାରେ ଚାଷୀକୂଳ ଚିନ୍ତିତ ହୋଇ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri