ଚାଷୀଙ୍କୁ କରଜ ଶୁଝିବା ଚିନ୍ତା ଘାରିଛି

ପାଟକୁରା,୪ା୧୦(ଡି.ଏନ.ଏ.): ଲଗାଣ ବର୍ଷା ହେବାର ୨୨ ଦିନ ବିତିଯାଇଥିଲେ ସୁଦ୍ଧା ଖାଲ ପାଟ ଜମିରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପାଣି ଛାଡି ନାହିଁ। ପାଣିରେ ଦୀର୍ଘଦିନ ବୁଡି ରହିଥିବା ଶାରଦ ଧାନ ଫସଲ ଖରା ତାତିରେ ପଚିବାକୁ ଆରମ୍ଭ କଲାଣି। ଧାର କରଜ କରି ଚାଷୀମାନେ ଚାଷ କରିଥିଲେ। ଜମିରେ ଧାନ ଗଛ ପଚି ଯାଉଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି।
ବିଶେଷ କରି ସ୍ବର୍ଣ୍ଣ, ପୂଜା, ଶାରଳା, ସ୍ବର୍ଣ୍ଣ ସବ୍‌-ୱାନ୍‌ ଆଦି କିସମ୍‌ର ଅଧିକ ଅମଳକ୍ଷମ ଧାନ ବିହନ ଅଧିକ ଟଙ୍କାରେ କିଣି ଚାଷୀ ରୁଆପୋତା କରିଥିଲେ। ଚାଷ କାର୍ଯ୍ୟ ଆରମ୍ଭରେ ଠିକ୍‌ ସମୟରେ ବର୍ଷା ନ ହେବାରୁ ସ୍ବଳ୍ପ ବୃଷ୍ଟିରେ ଚାଷୀମାନେ ପାଣି ପମ୍ପ ଲଗାଇ ରୁଆପୋତା କାର୍ଯ୍ୟ ସାରିଥିଲେ। ଅଧିକ ଅମଳ ହେବା ଆଶାରେ ଧାନ ରୁଆପୋତା କରାଯିବା ପରେ ରାସାୟନିକ ସାର ଓ କୀଟନାଶକ ଔଷଧ ଜମିରେ ପ୍ରୟୋଗ କରିଥିଲେ। ଧାନ ଗଛଗୁଡିକରେ ଯଥେଷ୍ଟ ପରିମାଣରେ ପିଲ ବାହାରି ଥିବାବେଳେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜମିରୁ ପାଣି ନିଷ୍କାସିତ ହେବାରେ ବିଳମ୍ବ ହୋଇଥିଲା। ଅଧିକ ଦିନ ପାଣି ଜମି ରହିବା ଫଳରେ ଧାନ ଗଛର ପିଲଗୁଡ଼ିକ ପଚି ଗଲା। ଏବେ ଜମିରୁ ପାଣି ଛାଡ଼ିବା ପରେ ଦୁଇଦିନ ହେଲା ଟାଣ ଖରା ଯୋଗୁ ପାଣିରେ ଦୀର୍ଘଦିନ ବୁଡି ରହିଥିବା ଧାନ ଗଛଗୁଡିକ ପଚିବାକୁ ଆରମ୍ଭ କଲାଣି।
ଅନ୍ୟପକ୍ଷରେ ପାଚି ଥିବା ବିଆଳି କିସମ୍‌ ଧାନ ପାଣିରେ ବୁଡି ରହି ସେଥିରୁ ଗଜା ବାହାରୁଛି। କେତେଜଣ ଚାଷୀ ଓଦା ଥିବା ଧାନକୁ କାଟି ଆଣି କମ୍‌ ଦାମ୍‌ରେ ଚୁଡା ମିଲ୍‌ରେ ବିକ୍ରୟ କରୁଥିବା ଦେଖିବାକୁ ମିଳୁଛି। ଏପରିସ୍ଥଳେ ସମବାୟ ସମିତି ଓ ଗାଁ ମହାଜନଙ୍କଠାରୁ କରଜ କରି ଚାଷ କାର୍ଯ୍ୟରେ ବିନିଯୋଗ କରିଥିବା ଟଙ୍କା କିପରି ଚାଷୀ ଶୁଝିବେ ସେହି ଚିନ୍ତା ଏବେ ଘାରିଛି। ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରା ନ ଗଲେ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗିପଡିବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ସ୍ତରରେ ଖାଲପାଟ ଜମିରେ କ୍ଷତି ଘଟିଥିବା ଶାରଦ ଚାଷ ଜମିକୁ ଅନୁଧ୍ୟାନ କରି ଚାଷୀମାନଙ୍କୁ ଉଚିତ ପରିମାଣରେ କ୍ଷତିପୂରଣ ଦେବାକୁ ବେଡାରୀ ସରପଞ୍ଚ ଗୋକୁଳାନନ୍ଦ ବେହେରା, ନୃସିଂହ ଚରଣ ଶୁକ୍ଳ, ଧ୍ରୁବ ଚରଣ ସାହୁ, ନାରାୟଣ ସାହୁ, ବିସ୍ମୟ ଖୁଣ୍ଟିଆ, ଗଗନ ବିହାରୀ ବିଶ୍ୱାଳ, ନଗେନ୍‌ ମଲ୍ଲ ପ୍ରମୁଖ ଦାବି ଜଣାଇଛନ୍ତି। ପ୍ରକାଶ ଯେ, ବେଡାରୀ ମହୁରିଆ ଦଣ୍ଡା ପାଟ, ମୁକୁତି ଗହୀର, ବାରମାଣିଆ, ମହିଁଷିଗୋଠ, ବାଘତଳ ଚକ, କିଣିଲୋପାଟ, ପଦ୍ମପୁରପାଟ, ବେଡାରୀଛକିତା, ଦଳୁଆଣିପାଟ, ଶ୍ରୀଚନ୍ଦନପୁରପାଟ ଓ ପରକଣା ଗହୀରରେ ଥିବା ଖାଲପାଟ ଜମିରେ ବୁଡି ରହିଥିବା ଶାରଦ ଧାନ ବିଶେଷ ଭାବେ କ୍ଷତି ଘଟିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?