ଚାଷୀଙ୍କୁ କରଜ ଶୁଝିବା ଚିନ୍ତା ଘାରିଛି

ପାଟକୁରା,୪ା୧୦(ଡି.ଏନ.ଏ.): ଲଗାଣ ବର୍ଷା ହେବାର ୨୨ ଦିନ ବିତିଯାଇଥିଲେ ସୁଦ୍ଧା ଖାଲ ପାଟ ଜମିରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପାଣି ଛାଡି ନାହିଁ। ପାଣିରେ ଦୀର୍ଘଦିନ ବୁଡି ରହିଥିବା ଶାରଦ ଧାନ ଫସଲ ଖରା ତାତିରେ ପଚିବାକୁ ଆରମ୍ଭ କଲାଣି। ଧାର କରଜ କରି ଚାଷୀମାନେ ଚାଷ କରିଥିଲେ। ଜମିରେ ଧାନ ଗଛ ପଚି ଯାଉଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି।
ବିଶେଷ କରି ସ୍ବର୍ଣ୍ଣ, ପୂଜା, ଶାରଳା, ସ୍ବର୍ଣ୍ଣ ସବ୍‌-ୱାନ୍‌ ଆଦି କିସମ୍‌ର ଅଧିକ ଅମଳକ୍ଷମ ଧାନ ବିହନ ଅଧିକ ଟଙ୍କାରେ କିଣି ଚାଷୀ ରୁଆପୋତା କରିଥିଲେ। ଚାଷ କାର୍ଯ୍ୟ ଆରମ୍ଭରେ ଠିକ୍‌ ସମୟରେ ବର୍ଷା ନ ହେବାରୁ ସ୍ବଳ୍ପ ବୃଷ୍ଟିରେ ଚାଷୀମାନେ ପାଣି ପମ୍ପ ଲଗାଇ ରୁଆପୋତା କାର୍ଯ୍ୟ ସାରିଥିଲେ। ଅଧିକ ଅମଳ ହେବା ଆଶାରେ ଧାନ ରୁଆପୋତା କରାଯିବା ପରେ ରାସାୟନିକ ସାର ଓ କୀଟନାଶକ ଔଷଧ ଜମିରେ ପ୍ରୟୋଗ କରିଥିଲେ। ଧାନ ଗଛଗୁଡିକରେ ଯଥେଷ୍ଟ ପରିମାଣରେ ପିଲ ବାହାରି ଥିବାବେଳେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜମିରୁ ପାଣି ନିଷ୍କାସିତ ହେବାରେ ବିଳମ୍ବ ହୋଇଥିଲା। ଅଧିକ ଦିନ ପାଣି ଜମି ରହିବା ଫଳରେ ଧାନ ଗଛର ପିଲଗୁଡ଼ିକ ପଚି ଗଲା। ଏବେ ଜମିରୁ ପାଣି ଛାଡ଼ିବା ପରେ ଦୁଇଦିନ ହେଲା ଟାଣ ଖରା ଯୋଗୁ ପାଣିରେ ଦୀର୍ଘଦିନ ବୁଡି ରହିଥିବା ଧାନ ଗଛଗୁଡିକ ପଚିବାକୁ ଆରମ୍ଭ କଲାଣି।
ଅନ୍ୟପକ୍ଷରେ ପାଚି ଥିବା ବିଆଳି କିସମ୍‌ ଧାନ ପାଣିରେ ବୁଡି ରହି ସେଥିରୁ ଗଜା ବାହାରୁଛି। କେତେଜଣ ଚାଷୀ ଓଦା ଥିବା ଧାନକୁ କାଟି ଆଣି କମ୍‌ ଦାମ୍‌ରେ ଚୁଡା ମିଲ୍‌ରେ ବିକ୍ରୟ କରୁଥିବା ଦେଖିବାକୁ ମିଳୁଛି। ଏପରିସ୍ଥଳେ ସମବାୟ ସମିତି ଓ ଗାଁ ମହାଜନଙ୍କଠାରୁ କରଜ କରି ଚାଷ କାର୍ଯ୍ୟରେ ବିନିଯୋଗ କରିଥିବା ଟଙ୍କା କିପରି ଚାଷୀ ଶୁଝିବେ ସେହି ଚିନ୍ତା ଏବେ ଘାରିଛି। ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରା ନ ଗଲେ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗିପଡିବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ସ୍ତରରେ ଖାଲପାଟ ଜମିରେ କ୍ଷତି ଘଟିଥିବା ଶାରଦ ଚାଷ ଜମିକୁ ଅନୁଧ୍ୟାନ କରି ଚାଷୀମାନଙ୍କୁ ଉଚିତ ପରିମାଣରେ କ୍ଷତିପୂରଣ ଦେବାକୁ ବେଡାରୀ ସରପଞ୍ଚ ଗୋକୁଳାନନ୍ଦ ବେହେରା, ନୃସିଂହ ଚରଣ ଶୁକ୍ଳ, ଧ୍ରୁବ ଚରଣ ସାହୁ, ନାରାୟଣ ସାହୁ, ବିସ୍ମୟ ଖୁଣ୍ଟିଆ, ଗଗନ ବିହାରୀ ବିଶ୍ୱାଳ, ନଗେନ୍‌ ମଲ୍ଲ ପ୍ରମୁଖ ଦାବି ଜଣାଇଛନ୍ତି। ପ୍ରକାଶ ଯେ, ବେଡାରୀ ମହୁରିଆ ଦଣ୍ଡା ପାଟ, ମୁକୁତି ଗହୀର, ବାରମାଣିଆ, ମହିଁଷିଗୋଠ, ବାଘତଳ ଚକ, କିଣିଲୋପାଟ, ପଦ୍ମପୁରପାଟ, ବେଡାରୀଛକିତା, ଦଳୁଆଣିପାଟ, ଶ୍ରୀଚନ୍ଦନପୁରପାଟ ଓ ପରକଣା ଗହୀରରେ ଥିବା ଖାଲପାଟ ଜମିରେ ବୁଡି ରହିଥିବା ଶାରଦ ଧାନ ବିଶେଷ ଭାବେ କ୍ଷତି ଘଟିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri