ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଚାଷ ଜମିରେ ପାଣି ମାଡୁ ଥିବା ସରକାରୀ ରିପୋର୍ଟ କହୁଛି। ସେହି ଅନୁସାରେ ଚାଷୀମାନଙ୍କଠାରୁ ରାଜସ୍ବ ବିଭାଗ ଜଳକର ଆଦାୟ କରୁଛି। କିନ୍ତୁ ଜମିରେ ପାଣି ନ ମାଡ଼ି ମଧ୍ୟ ଚାଷୀ ଜଳକର ଦେଉଥିବା ଅଭିଯୋଗ ହେଉଛି।
ନୟାଗଡ଼ ଜିଲା ନୂଆଗାଁ ତହସିଲ ଅଧୀନରେ ୩୨,୫୪.୭୩ ଏକର ଚାଷ ଜମି ରହିଥିବା ବେଳେ ସେଥିମଧ୍ୟରୁ ୩,୫୨.୮୪୮ ଏକର ଜଳ ସେଚିତ ଜମି ରହିଥିବା ସରକାରଙ୍କ ତଥ୍ୟ କହୁଛି। ଜଳସେଚିତ ଜମି ପାଇଁ ଚାଷୀମାନେ ଜଳ କର ବାବଦକୁ ବର୍ଷକୁ ଏକର ପିଛା କିସମ ଅନୁସାରେ ୧୦୨ ଟଙ୍କା ୭୫ ଟଙ୍କା ଓ ୪୫ ଟଙ୍କା ଦେବାକୁ ପଡୁଛି। ପ୍ରତିବର୍ଷ ଜଳକର ନ ଦେଲେ ପରବର୍ତ୍ତୀ ବର୍ଷ ବକେୟା ବାବଦକୁ ସୁଧ ମଧ୍ୟ ଆଦାୟ କରୁଛି ରାଜସ୍ବ ବିଭାଗ। କିନ୍ତୁ ନୂଆଗାଁ ତହସିଲର ମହିତମା ରାଜସ୍ବ ବିଭାଗର ସୋରଡା ଗ୍ରାମର ମାତ୍ର ଅଳ୍ପ କିଛି ଜମିକୁ ଛାଡି ଦେଲେ ଅନ୍ୟ କୌଣସି ଜମିରେ ପାଣି ମାଡୁ ନାହିଁ। ଜଳସେଚନ ପାଇଁ କୁଆଁରିଆ ନଦୀରୁ ପାଣି ଆସିବା ପାଇଁ ଡ୍ରେନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ତାହା ସବୁ ପୋତି ହୋଇ ପଡିଲାଣି। ଫଳରେ ଜମିକୁ ପାଣି ମାଡୁ ନାହିଁ। ସେହିପରି ନୂଆଗାଁ , ମହିପୁର , ବାହାଡାଝୋଲା ରାଜସ୍ବ ବିଭାଗ ଅଧୀନରେ ଥିବା ଚାଷ ଜମିକୁ ପାଣି ଯୋଗାଇବା ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ଅନେକ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ ଉକ୍ତ ପ୍ରକଳ୍ପଗୁଡ଼ିକ ଠିକାଦାର ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ସୁହାଇଲା ଭଳି କରାଯାଉଥିବାରୁ କୌଣସି ଗୋଟିଏ ପ୍ରକଳ୍ପ କାମରେ ଆସୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେଉଁଠି ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିରହିଛି ତ ଆଉ କେଉଁଠି ପାଣି ଅଟକାଇବା ପାଇଁ ଚାବି ଲାଗି ନାହିଁ। ପୁଣି କେଉଁଠି ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରକଳ୍ପ ଭାଙ୍ଗିରୁଜି ଗଲାଣି। ଜଳ ସମ୍ପଦ ବିଭାଗ , କ୍ଷୁଦ୍ର ଜଳସେଚନ , ଉଠା ଜଳସେଚନ ଆଦି ବିଭାଗ ଦ୍ୱାରା ସରକାର ଅନେକ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ନିର୍ମାଣ କାର୍ଯ୍ୟ କରି ଲାଭବାନ ହେଉଛନ୍ତି। ଚାଷୀ ଜଳସେଚନ ମାଧ୍ୟମରେ ଜଳ ଯୋଗାଇ ନ ପାରିବା ବାବଦରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ପଚାରିବାରେ ଯେଉଁ ଚାଷୀମାନଙ୍କ ଚାଷ ଜମିରେ ପାଣି ମାଡୁନି କିନ୍ତୁ ଜଳକର ଦେଉଛନ୍ତି ସେମାନେ ଲିଖିତ ଭାବେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri