କୃଷି ଋଣ ଠକେଇର ଶିକାର ହେଲେ ପକ୍ଷାଘାତ ପୀଡ଼ିତ ଚାଷୀ

ଲୋଇସିଂହା,୧୪।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ବୁର୍ଡା ଗ୍ରାମର ଜଣେ ପକ୍ଷାଘାତ ପିଡୀତ ଚାଷୀ କୃଷି ଋଣ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି ା ଠକେଇର ଶିକାର ଚାଷୀ ମୁକୁନ୍ଦ ସାହୁ ଆ୍‌ଲପୁର(ଡୁଡୁକା) ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲାପଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବେ ଫେରାଦ ହୋଇଛନ୍ତି। ଠକେଇ ତଥା ଚଞ୍ଚକତାରେ ପାକ୍ସରେ ପୂର୍ବତନ ବୋର୍ଡ ସଭାପତି ଛନ୍ଦାଚରଣ ଖମାରୀ, ଡାଟାଅପରେଟର ରଜଂନ ନନ୍ଦ ଓ ପିଅନ ନିରୋଜ ସାହୁଙ୍କ ସମ୍ପୃକ୍ତି ରହିଛି ା
ଦୁଇସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ ନ ହେଲେ ସେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ା ଜିଲାପାଳଙ୍କୁ ଭେଟିବା ଅବସରରେ ସ୍ଥାନୀୟ ସରପଞ୍ଚ ସୁଦୀପ ସା,ପୂର୍ବତନ ସରପଚଂ ତଥା ବୋର୍ଡ ନିର୍ଦ୍ଦେଶକ ପ୍ରହ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା
ଅଭିଯୋଗରୁ ପ୍ରକାଶ ଯେ,ବୁର୍ଡା ପଞ୍ଚାୟତ ପରିସରରେ ପାକ୍ସ ଓ ପୋଷ୍ଟ ଅଫିସ କାର୍ଯ୍ୟ କରୁଛି ା ପୋଷ୍ଟ ଅଫିସକୁ ଚାଷୀ ମକୁନ୍ଦ ସାହୁ ୨୦୨୪ ଆର୍ଥିକ ବର୍ଷର ପିଏମ କିଷାନ ଟଙ୍କା ଉଠାଇଣ ପାଇଯାଇଥିଲେ ା ଏତିକିବେଳେ ଚାଷୀ ମୁକୁନ୍ଦଙ୍କୁ ଧାନକାର୍ଡ କରାଇବା ବାହାନାରେ ପାକ୍ସର ୨ ଜଣ କର୍ମଚାରୀ ନିରୋଜ ସାହୁ ଓ ରଞ୍ଜନ ନନ୍ଦ ଦେଖି ପାକ୍ସକୁ ଡାକିଥିଲେ। ସେଠାରେ ପୂର୍ବରୁ ପାକ୍ସର ପୂର୍ବତନ ବୋର୍ଡ ସଭାପତି ଛନ୍ଦାଚରଣ ଖମାରୀ ଥିଲେ ା
ଉପରୋକ୍ତ ୩ ଜଣ ବ୍ୟକ୍ତି ସାକ୍ଷର ମୁକୁନ୍ଦଙ୍କଠାରୁ ଦସ୍ତଖତ ବଦଳରେ କୁଆଡେ ବିଭିନ୍ନ କାଗଜପତ୍ରରେ ଟିପଚିହ୍ନ ନେଇଯାଇଥିଲେ ା ବିଶ୍ୱାସ ଦେଇଥିଲେ ଯେ, ଧାନକାର୍ଡ ହୋଇଯିବା ଓ ଧାନବିକ୍ରି କରିପାରିବେ ବୋଲି ମୁକୁନ୍ଦଙ୍କୁ ସେମାନେ କହିଥିଲେ ା କିନ୍ତୁ ସେପ୍ଟେମ୍ବର ୨୦୨୫ରେ ପୂର୍ବତନ ବୋର୍ଡ ସଭାପତି ଛନ୍ଦାଚରଣ ଖମାରୀ ମୁକୁନ୍ଦଙ୍କ ଘରକୁ ଯାଇ ଗତବର୍ଷ ଋଣର ପୁନଶ୍ଚ ନବୀକରଣ କରିବା ପାଇଁ ଏକ ଦସ୍ତଖତ ମାଗିଥିଲେ ା ଏଥିରେ ମୁକୁନ୍ଦ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ା
ଏହାପରେ ପୂର୍ବତନ ବୋର୍ଡ ସଭାପତି ଖମାରୀ କୁଆଡେ କହିଥିଲେ ଯେ, ୬୫ ହଜାର ଟଙ୍କା ଋଣ ନେଇଛ କହି ଜୋରଜବରଦସ୍ତି ନବୀକରଣ ପାଇଁ ତାଙ୍କ ହସ୍ତାକ୍ଷାର ନେଇଯାଇଥିଲେ। ଘଟଣା ସଂକ୍ରାନ୍ତରେ ଚାଷୀ ମୁକୁନ୍ଦ ପରବର୍ତ୍ତୀ ସମୟରେ ପଚରାଉଚରା ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାମରେ ୬୫ ହଜାର ଟଙ୍କା ଋଣ ହୋଇଥିବାବେଳେ ସେହି ଟଙ୍କା ପୂର୍ବତନ ବୋର୍ଡ ସଭାପତି ଛନ୍ଦାଚରଣ ଖମାରୀଙ୍କ ଆକଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଥିଲେ ା ତାଙ୍କ ଅଜ୍ଞାତରେ ତଥା ବିନା ସ୍ବୀକୃତିରେ ଋଣ କରାଯାଇଛି ା ସେ ଜଣେ ସାକ୍ଷର ହୋଇଥିଲେ ସୁଦ୍ଧା ମନ୍ଦ ଉଦ୍ଦେଶ୍ୟରେ ତାଙ୍କ ଠାରୁ ଟିପ ଚିହ୍ନ ନେଇ ଏପରି ଜାଲିଆତି କରିଥିବା ସେ ଅଭିଯୋଗ କରିଛନ୍ତିା
ଏସମ୍ପର୍କରେ ଦାୟିତ୍ୱରେ ଥିବା ପାକ୍ସ ସମ୍ପାଦକ ଘଟଣା ପଚାରିବାରୁ, ଏପରି ଏକ ଅଭିଯୋଗ ଆସୁଛି ା ସମ୍ପୃକ୍ତ ଚାଷୀ ଜଣକ ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ ମାର୍ଚ୍ଚରେ ତାଙ୍କ ନାମରେ ଋଣ ଉଠିଛି। ଏହଛଡା ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ମ୍ଯଯ ଋଣ ନବୀକରଣ କରାଯାଇଛି ା ୨ ଥର ନବୀକରଣ କଲା ପରେ ଏପରି ଆପତ୍ତି ଆଣିବାକୁ ନେଇ ସେ ଘଟଣାର ରହସ୍ୟ ଥିବା ସେ ସନ୍ଦେହ କରୁଥିବା କହିଛନ୍ତିା ପ୍ରଥମ କିସ୍ତି ଋଣ ୧୦ ହଜାରୁ ଆରମ୍ଭ ହୋଇଥା ଏ ା କିନ୍ତୁ ମୁକୁନ୍ଦଙ୍କ କ୍ଷେତ୍ରରେ ଏକାଥରରେ ୬୫ ହଜାର ଟଙ୍କା ଋଣ ମଞ୍ଜୁର ହେବା ଘଟଣା ଜାଲିଆତି ରହସ୍ୟ ଘେରକୁ ଟାଣି ଆଣୁଛି। ଅପପରକ୍ଷେ ବିଡିସିସ ବ୍ୟାଙ୍କର ଭୂମିକା ମଧ୍ୟ ସନ୍ଦେହ ଘେରରେ ା ପୂର୍ବତନ ସବାପତି ଖମାରୀଙ୍କ ସହ ଯୋଗା ଯୋଗ ନ ହେବାରୁ ପ୍ରତିକ୍ରିୟା ମିଳିପାରିନାହିଁ ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?