ଚାଷୀଙ୍କ କ୍ଷତିଭରଣା ପୂର୍ବରୁ ଆରମ୍ଭ ରାଜନୈତିକ ଟଣାଓଟରା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପ୍ରତ୍ୟେକ ଥର ବାତ୍ୟା ପରେ ସହାୟତା ଏବଂ କ୍ଷତିପୂରଣ ମିଳିବା ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ଆସିବା ପରେ ଯେପରି ରାଜନୀତି ଜୋର୍‌ ଧରେ ଏଥର ମଧ୍ୟ ତାହା ଦେଖିବାକୁ ମିଳିଛି। ବିଜେଡି କହିଛି ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଭରଣା ଲାଗି ରାଜ୍ୟ ସବୁବେଳେ କେନ୍ଦ୍ର ପାଖରେ ଦାବି କରୁଥିବା ବେଳେ ଅନୁରୂପ ସହଯୋଗ ମିଳୁନାହିଁ। କିଛି ମାଗିବା ପୂର୍ବରୁ ରାଜ୍ୟକୁ ପର୍ଯ୍ୟାପ୍ତ ଅର୍ଥ ରାଶି କେନ୍ଦ୍ର ପଠାଇ ଦେଉଛିି। ହେଲେ ରାଜ୍ୟ ଖର୍ଚ୍ଚ ହିସାବ ଦେଇ ନ ପାରିବାରୁ ଟଙ୍କା ଫେରିଯାଉଥିବା ଭାଜପା କହିଛି। ଅନ୍ୟପଟେ କଂଗ୍ରେସ ବିଜେଡି ଓ ଭାଜପାକୁ ଟାର୍ଗେଟ କରିବା ସହ ଲୋକଦେଖାଣିଆ ଲଢେଇ ଛାଡି ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରିଛି।
ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁ କ୍ଷୟକ୍ଷତି ହୋଇଥାଏ ତାହା ଭରଣା କରିବା ଲାଗି ଲଗାତର କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ଆମେ ଅନୁରୂପ ଭାବେ ସହାୟତା ପାଉନାହୁଁ। ସବୁବେଳେ କେନ୍ଦ୍ର ସରକାର ବିପର୍ଯ୍ୟୟ ସହ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରି ଆସୁଥିବା ବେହେରା କହିଛନ୍ତି।
ଭାଜପା ବିଧାୟକ ନାଉରୀ ନାୟକ କହିଛନ୍ତି, ଅନ୍ୟକୁ ଦୋଷଦେବା ଆଗରୁ ପ୍ରଥମେ ନିଜ ଭୁଲ୍‌କୁ ବୁଝିବା କଥା। ବାତ୍ୟା ଅମ୍ଫନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ରାଜ୍ୟର କ୍ଷୟକ୍ଷତି ଆକଳନ କରିଥିଲେ। ଏହାସହ ରାଜ୍ୟ ସରକାର ମାଗିବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିଥିଲେ। ହେଲେ ରାଜ୍ୟ ସରକାର ସବୁ କାମରେ ଯେମିତି ଇସି ଦାଖଲ କରିବା କଥା ସେଥିରେ ଅବହେଳା କରିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ନାୟକ କହିଛନ୍ତି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବର୍ତ୍ତମାନ ବିଜେଡି-ଭାଜପା ମଧ୍ୟରେ ଭିତିରି ବୁଝାମଣା ଅତ୍ୟନ୍ତ ଭଲ ରହିଛି। ହେଲେ ସେମାନେ ଉପରକୁ ଲୋକଦେଖାଣିଆ ଲଢେଇ କରୁଛନ୍ତି। ଯେଉଁଠି ବାତ୍ୟା ଓ ବନ୍ୟା ଯୋଗୁ ଲୋକମାନେ ହଇରାଣ ହେଉଛନ୍ତି, ସେଠାରେ କମିଶନ ଗଠନ କରି ରିପୋର୍ଟ ସଂଗ୍ରହ କରିବା ଆବଶ୍ୟକ। ସେମାନେ ଯେଉଁ ରିପୋର୍ଟ ଦେବେ ସେହି ଅନୁଯାୟୀ କାର୍ଯ୍ୟକାରୀ ହେବା ଜରୁରୀ ବୋଲି ବାହିନୀପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri