Posted inଜାତୀୟ

କୃଷକ-କେନ୍ଦ୍ର ବୈଠକ ନିଷ୍ଫଳ

ନୂଆଦିଲ୍ଲୀ,୨ା୧୨ (ପି.ଟି./ଆଇଏଏନ୍‌ଏସ୍‌): ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ମଙ୍ଗଳବାର ଅମୀମାଂସିତ ରହିଛି। ୩୫ କୃଷକ ସଙ୍ଗଠନର ନେତା ଓ ୩ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ନୂଆଦିଲ୍ଲୀର କୃଷିଭବନଠାରେ ଚାଲିଥିବା ଆଲୋଚନାରୁ କିଛି ସୁଫଳ ମିଳିପାରି ନାହିଁ। କେନ୍ଦ୍ର ସରକାର ଉକ୍ତ ବୈଠକରେ କୃଷକ ପ୍ରତିନିଧିମାନଙ୍କ ଆଗରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ ଏଗ୍ରିକଲ୍‌ଚରାଲ ପ୍ରଡ୍ୟୁସ୍‌ ମାର୍କେଟ କମିଟି ବା ମଣ୍ଡି (ଏପିଏମ୍‌ସି) ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହାସହ ନୂଆ କୃଷି ଆଇନ ସମ୍ପର୍କରେ ଅଧିକ ଆଲୋଚନା ଲାଗି ୪ରୁ ୫ ଜଣ ଚାଷୀ ନେତାଙ୍କ ନାମ ପ୍ରସ୍ତାବ ଦେବାକୁ କହିଥିଲେ। ତେବେ ଉକ୍ତ ମାରାଥନ୍‌ ବୈଠକରେ କିଛି ନିଷ୍ପତ୍ତି ହୋଇପାରି ନ ଥିବା ଜଣାପଡ଼ିଛି। ଆସନ୍ତା ଗୁରୁବାର ଆଲୋଚନା ପାଇଁ ଚତୁର୍ଥ ପର୍ଯ୍ୟାୟ ବୈଠକ ହେବ।
କେନ୍ଦ୍ର ସରକାର ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରୋଟେକ୍ସନ ଆଣ୍ଡ ଫାସିଲିଟି) ଆକ୍ଟ, ଫାର୍ମର୍ସ (ଏମ୍ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ୍‌ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍‌ ଏବଂ ଏସେନ୍ସିଆଲ କମୋଡିଟିଜ୍‌ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୨୦ ଆଣିଛନ୍ତି। ସେପ୍ଟେମ୍ବର ୨୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଦେବା ପରେ ଏହା ଆଇନରେ ପରିଣତ ହୋଇଛି। ଏହି ୩ ଆଇନ ମିଳିତ ଭାବେ ‘ନୂଆ କୃଷି ଆଇନ, ୨୦୨୦’ ନାମରେ ପରିଚିତ।
ସରକାରଙ୍କ ଯୁକ୍ତି ହେଲା, ଟେକ୍ନୋଲୋଜିର ବହୁଳ ବ୍ୟବହାର ଫଳରେ ଉକ୍ତ ଆଇନ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାରେ ସହାୟକ ହେବ। କୃଷକମାନେ ସେମାନଙ୍କ ଉତ୍ପାଦିତ ଶସ୍ୟକୁ ଖୋଲା ବଜାରରେ ବିକ୍ରି କରିପାରିବେ। ମଧ୍ୟସ୍ଥ ବ୍ୟବସ୍ଥା ଉଚ୍ଛେଦ ହେବା ଫଳରେ ସେମାନଙ୍କ ମୂଲଚାଲ କ୍ଷମତା ବଢ଼ିବ। ଅନ୍ୟପକ୍ଷେ କୃଷକମାନେ ଆଶଙ୍କା କରୁଛନ୍ତି ଯେ, ସେମାନେ ନିଜ ଉତ୍ପାଦିତ ଏମ୍‌ଏସ୍‌ପି ପାଇବାରୁ ବଞ୍ଚତ୍ତ ହେବେ। ଏହାସହ ବଡ଼ ବଡ଼ ବ୍ୟବସାୟୀ ବା ଘରୋଇ ପକ୍ଷଙ୍କ ଦୟାରେ ଚଳିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର ଦାବିରେ ଶତାଧିକ କୃଷକ ସଙ୍ଗଠନ ପକ୍ଷରୁ ଅକ୍ଟୋବର ୨୬ ଓ ୨୭ରେ ‘ଦିଲ୍ଲୀ ଚଲୋ’ ଡାକରା ଦିଆଯାଇଥିଲା। ଏହି କ୍ରମରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାକୁ ଦିଲ୍ଲୀମୁହଁା ହୋଇଥିଲେ। ହେଲେ କେନ୍ଦ୍ର ଓ ହରିୟାଣାର ଭାଜପା ସରକାର ବ୍ୟାରିକେଡ୍‌ କରି ସେମାନଙ୍କୁ ବାଟରେ ଅଟକାଇଥିଲେ। ଶୀତକାକରରେ ନିଜ ଅଧିକାର ପାଇଁ ଲଢ଼େଇ କରିବାକୁ ଯାଉଥିବା କୃଷକମାନଙ୍କ ଉପରେ ପାଣିବର୍ଷା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଅନେକ ସ୍ଥାନରେ ଚାଷୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା, ଯାହାକି ଅଦ୍ୟାବଧି ଜାରି ରହିଛି। ସ୍ଥିତି ସଙ୍ଗିନ ହେବା ପରେ କେନ୍ଦ୍ର ସରକାର ଚାଷୀଙ୍କୁ ବିକ୍ଷୋଭ ପାଇଁ ଦିଲ୍ଲୀର ବୁରାରିସ୍ଥିତ ନିରଙ୍କାରି ଗ୍ରାଉଣ୍ଡକୁ ଯିବା ପାଇଁ କହିଥିଲେ। କେତେକ ଚାଷୀ ସେହି ପଡ଼ିଆକୁ ଯାଇଥିବାବେଳେ ଅଧିକାଂଶ କୃଷକ ଦିଲ୍ଲୀ ସୀମା ସଂଲଗ୍ନ ଅଞ୍ଚଳରେ ରହି ଅଚଳାବସ୍ଥା ସୃଷ୍ଟି କରିଥିଲେ। ଶେଷରେ କେନ୍ଦ୍ର ସରକାର କୃଷକ ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲେ। ମଙ୍ଗଳବାର ବିଜ୍ଞାନ ଭବନରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବାଣିଜ୍ୟ ଓ ଶିଳ୍ପ ତଥା ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ (ପଞ୍ଜାବର ହୋସିଆରପୁର ଏମ୍‌ପି) ୩୫ ଚାଷୀ ନେତାଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ କରିଥିଲେ। ବୈଠକରେ ଚାଷୀ ନେତାମାନେ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ଏକସ୍ବରରେ ଦାବି ଦୋହରାଇଥିଲେ। ତେବେ ସରକାର ସେମାନଙ୍କୁ ଏକ ୫ ଜଣିଆ କମିଟି ଗଠନ କରି ଆଲୋଚନାକୁ ଆଗକୁ ବଢ଼ାଇବାକୁ କହିଥିଲେ। ସରକାରଙ୍କ ଏହି ପ୍ରସ୍ତାବକୁ କୃଷକ ସଙ୍ଗଠନଗୁଡ଼ିକ ପ୍ରତ୍ୟାଖ୍ୟାନ କରିଦେଇଥିବା ଭାରତ କିଷାନ ୟୁନିୟନ୍‌ ସଦସ୍ୟ ରୂପ ସିଂ ସନ୍‌ହା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ସରକାର କୃଷି ଆଇନକୁ ନେଇ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ। ଉକ୍ତ କମିଟି ଜରିଆରେ କୃଷକ ପ୍ରତିନିଧିମାନେ ସେମାନଙ୍କ ପ୍ରସ୍ତାବ ଦିଅନ୍ତୁ ବୋଲି କେନ୍ଦ୍ର ଚାହୁଁଛି। ଡିସେମ୍ବର ୩ରେ ଚାଷୀନେତା ଓ କେନ୍ଦ୍ର ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ ବୋଲି ତୋମାର କହିଛନ୍ତି।
ବୈଠକକୁ ଦୃଷ୍ଟିରେ ରଖି କୃଷି ଭବନ ଅଞ୍ଚଳରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍‌ ଶାହା, ତୋମାର ଓ ଗୋଏଲ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ରଣନୀତି ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri