ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଶନିବାର ବରଗଡ଼ ଡିଆର୍‌ସିଏସଙ୍କ କାର୍ଯ୍ୟାଳୟରେ ଚାଲିଥିବା ଧାରଣାରେ ଜଣେ ଚାଷୀ ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର ଯୁବଚାଷୀ କନ୍ଦର୍ପ ବାରିକ ବିଷ ବୋତଲ ଦେଖାଇବା ଏବଂ ଟୋକନ ନ ମିଳିଲେ ତାହା ସେଠାରେ ପିଇଦେବା ପାଇଁ କହିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ସେ ଧାରଣାରେ ଉପସ୍ଥିତ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ସେହି ବିଷ ବୋତଲକୁ ଛଡ଼ାଇ ନେଇ ପୋଲିସକୁ ଦେଇଥିଲେ। ପାକ୍ସ ସମ୍ପାଦକ, ଡିଆରସିଏସ୍‌ଙ୍କଠାରୁ ଆରମ୍ଭ କରି ଜିଲାପାଳ ଏବଂ ଭଟଲି ବିଧାୟକଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ ସେ ଚାଷ କରିଥିବା ଜମି ଅନୁଯାୟୀ ତାଙ୍କୁ ଧାନ ବିକ୍ରି ଟୋକନ ମିଳିପାରିନାହିଁ ଏବଂ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କନ୍ଦର୍ପ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଆଧାର କାର୍ଡ଼ ଦେଖାଇଲେ ମିଳିବ କି ଫ୍ରି ଏସି? ଜାଣନ୍ତୁ ସତ…

ନୂଆଦିଲ୍ଲୀ,୨୭।୬: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କ ପାଇଁ “ମାଗଣା ଏସି ଯୋଜନା”…

ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ…

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri