Posted inଅପରାଧ

ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ଆସିଥିବା ପ୍ରଶଂସକଙ୍କୁ ଛୁରୀରେ ଆକ୍ରମଣ

ମୁମ୍ବାଇ, ୧୧।୭- ବଲିଉଡ୍‌ ସୁପର୍‌ ଷ୍ଟାର ଅମିତାଭ ବଚ୍ଚନଙ୍କ ଟିକିଏ ଝଲକ ପାଇବା ପାଇଁ ସୁଦୂର ଉତ୍ତର ପ୍ରଦେଶରୁ ମୁମ୍ବାଇ ଆସିଥିଲେ। କିନ୍ତୁ ଅମିତାଭଙ୍କ ଦର୍ଶନ ପାଇବା ପୂର୍ବରୁ ପ୍ରଶଂସକ ଜଣଙ୍କ ଦୁବୃର୍ତ୍ତଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଅକିଲ ଶେଖ୍‌ ନାମକ ଜଣେ ବ୍ୟକ୍ତି ବିଗ୍‌ ବି’ଙ୍କ ବଡ଼ ପ୍ରଶଂସକ। ବୃତ୍ତିରେ ସେ ଜଣେ କପଡ଼ା ବ୍ୟବସାୟୀ। ଅମିତାଭଙ୍କୁ ଦେଖିବା ପାଇଁ ମନ ବଳାଇ ଅଖିଲ ଗତ ଜୁନ୍‌ ଶେଷ ସପ୍ତାହରେ ସମସ୍ତ ଲକ୍‌ ଡାଉନା ନିୟମକୁ ଉଲ୍ଲଂଘନ କରି ମୁମ୍ବାଇ ଚାଲିଆସିଥିଲେ। ମୁମ୍ବାଇ ଆସିବା ପରେ ସେ ଜୁହୁସ୍ଥିତ ଅମିତାଭଙ୍କ ବଙ୍ଗଳା ‘ଜଲାସ’ ସମ୍ମୁଖ ଫୁଟ୍‌ଫାଥ୍‌ରେ ରହୁଥିଲେ। ଏହାପରେ ଗୋପୀ ଖାରଓ୍ବା ଓ ସୁରେଶ କଞ୍ଜି ଖାରଓ୍ବା ନାମକ ଦୁଇଜଣ ବ୍ୟକ୍ତିଙ୍କ ସହ ଅକିଲ୍‌ଙ୍କ ସାକ୍ଷାତ୍‌ ହୋଇଥିଲା। ଉଭୟ ଅକିଲ୍‌ଙ୍କ ସହ ଘନିଷ୍ଠତା ବଢ଼ାଇ ତାଙ୍କୁ ମଦ୍ୟପାନ ପାଇଁ ଟଙ୍କା ମାଗିଥିଲେ। କିନ୍ତୁ ଅକିଲ୍‌ ଟଙ୍କା ଦେବାକୁ ମନା କରିବାରୁ ସେମାନେ ତାଙ୍କୁ ଏକ ନିଛାଟିଆ ଯାଗାକୁ ନେଇଯାଇଥିଲେ। ସେଠାରେ ଗୋପୀ ଓ ସୁରେଶଙ୍କ ସହ ଅକିଲ୍‌ଙ୍କ କଥା କଟାକଟି ହୋଇଥିଲା। ଏହାପରେ ଉଭୟ ଏକ ଛୁରୀରେ ଅକିଲ୍‌ଙ୍କ ଛାତି, ହାତ ଓ ପେଟକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅକିଲ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ଜୁହୁ ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱେତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡଙ୍କୁ ଡାକି ପୋଲିସର ପଚରାଉଚରା

ଭୁବନେଶ୍ୱର,୧୫ା୯(ବ୍ୟୁରୋ): ରାଜଧାନୀରେ ବହୁ ଚର୍ଚ୍ଚିତ ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାକୁ ମାସେ ପୂରଣ ହେବାକୁ ବସିଥିବା ବେଳେ ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି।...

୩୬ ଘଣ୍ଟା, ୭୦୦ କି.ମି.

ଭୁବନେଶ୍ୱର,୩।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ଘଟଣାରେ କମିଶନରେଟ...

ନାରାୟଣପାଟଣା ଆଇଆଇସି ନିଲମ୍ବିତ

ଜୟପୁର, ୨।୨(ନି.ପ୍ର.): କୋରାପୁଟ ଜିଲା ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ ହୋଇଛନ୍ତି। ଲକ୍ଷ୍ମୀପୁର ଏସ୍‌ବିଆଇ ବ୍ୟାଙ୍କ ଲକର୍‌ରୁ ସୁନା ଚୋରି ଘଟଣାରେ ପୋଲିସ ପକ୍ଷରୁ...

ପୋଲିସ କ୍ୟାଣ୍ଟିନ୍‌ରେ ବଳାତ୍କାର ଶିକାର ମହିଳାଙ୍କ ମୃତ୍ୟୁ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିିନ୍‌ରେ କାମ କରୁଥିବା ଜଣେ ଆଦିବାସୀ ମହିଳା ବଳାତ୍କାରର ଶିକାର ହୋଇଥିଲେ। ମଙ୍ଗଳବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ...

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ଖଣ୍ଡଯୁଦ୍ଧ: ୩ ଗ୍ରାମବାସୀ ଗୁରୁତର, ଜଣେ ଡକାୟତ କାବୁ

ବାଲେଶ୍ୱର ଅଫିସ,୨୯ା୧୧: ବାଲେଶ୍ୱର ଜିଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡ଼ାପଡ଼ା ଅଞ୍ଚଳର ସୁଦାମ ଚରଣ ବାଉଲି ଶନିବାର ରାତିରେ ଘରକୁ ଫେରିବା ବାଟରେ ପିତାକାଳିଆ...

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ଭାଇ

ପାଟଣା,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝହ୍ନେଇପଶି ଗ୍ରାମର ନାଳ ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଶନିବାର ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ...

ଜୁଆଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ, ୮ହଜାର ୨ ଶହ ଜବତ

ବୁଗୁଡ଼ା,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଏକ ଆମ୍ବତୋଟାରେ ଜୁଆଖେଳ ଚାଲିଥିଲା। ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ...

ରାଜଧାନୀରେ ୩୦ ମହିଳାଙ୍କଠାରୁ ଲୁଟ୍‌ ଘଟଣା: ଧରାପଡ଼ିଲା ୨ଜଣିଆ ଲୁଟେରା ଗ୍ୟାଙ୍ଗ୍‌; ୧୫ ମୋବାଇଲ, ୩୦ ଭ୍ୟାନିଟି, ସୁନା ଅଳଙ୍କାର, ବାଇକ୍‌ ଜବତ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରାଜଧାନୀରେ ଗତ କିଛିମାସ ହେବ ମାତିଥିବା ଭ୍ୟାନିଟି ଓ ମୋବାଇଲ୍‌ ଫୋନ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଛି କମିଶନରେଟ ପୋଲିସ। ଏହି ୨ଜଣିଆ...

Advertisement
Archives

Model This Week