Posted inଫୁରସତ

ଚିଠି ମାଧ୍ୟମରେ ଗଣପତିଙ୍କୁ ଜଣାଇବାକୁ ପଡେ ନିଜର ମନୋସ୍କାମନା

କୌଣସି ଶୁଭ କାମ କରିବା ପୂର୍ବରୁ ସାଧାରଣତଃ ଗଣପତି ବା ଗଣେଶଙ୍କର ଆରାଧନା କରାଯାଇଥାଏ । ଅନେକ ସ୍ଥାନରେ ଗଣେଶଙ୍କର ମନ୍ଦିର ଥିବା ଦେଖାଯାଏ । ଆଦ୍ୟେ ପୂଜା ପାଉଥିବା ଗଜାନନଙ୍କର ଏକ ସ୍ୱତନ୍ତ୍ର ମନ୍ଦିର ରହିଛି ରାଜସ୍ଥାନରେ । ଯେଉଁଠି ଜଣେ ଭକ୍ତ ନିଜର ମନୋସ୍କାମନା ଜଣାଇବା ପାଇଁ ଗରପତିଙ୍କ୍‌ୁ ଏକ ପତ୍ର ଲେଖିବାକୁ ପଡିଥାଏ । ପ୍ରତ୍ୟେକ ବ୍ୟକ୍ତି ଶୁଭ କାମର ଆରମ୍ଭରୁ ଏହି ମନ୍ଦିରକୁ ଏକ ପତ୍ର ଲେଖିଥାଆନ୍ତି । ସେଥିପାଇଁ ସେଠାରେ ଗଣପତିଙ୍କ ପାଦତଳେ ସର୍ବଦା ଲକ୍ଷ ଲକ୍ଷ ପତ୍ର ଥୁଆ ହୋଇଥିବା ଦେଖାଯାଏ । ଏଠାକୁ ପଠାଯାଉଥିବା ଚିଠିରେ ଠିକଣା ଥାଏ, ଶ୍ରୀ ଗଣେଶ ଜୀ, ରଣଥଂଭୋରା କିଲା, ଜିଲା-ବସାଇ ମାଧପୁର, ରାଜସ୍ଥାନ । ଡାକବାଲା ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଭକ୍ତିରେ ଚିଠି ଗୁଡିକୁ ମନ୍ଦିରରେ ପହଞ୍ଚାଇଥାଆନ୍ତି । ଏହାପରେ ମନ୍ଦିର ମଧ୍ୟକୁ ଚିଠି ପ୍ରବେଶ କରିବା ପରେ ସେଠାକାର ପୂଜାରି ଚିଠିକୁ ପଢି ଗଣପତିଙ୍କ ପାଦତଳେ ରଖି ଦିଅନ୍ତି । ବିଶ୍ୱାସ କରାଯାଏ ଯେ କୌଣସି ଶୁଭ କାମ ପୂର୍ବରୁ ଏହି ମନ୍ଦିରକୁ ଚିଠି ଲେଖିଲେ ଗଣପତିଙ୍କ କରୁଣାରୁ ସବୁ କାମ ସୁରୁଖୁରରେ ହୋଇଯାଇଥାଏ । ଏହି ମନ୍ଦିରଟି ରାଜସ୍ଥାନ, ସବାଇମାଧପୁରଠାରୁ ୧୦ କିଲୋମିଟର ଦୂର ରଣଥଂଗୋର କିଲାରେ ନିର୍ମାଣ କରାଯାଇଛି । କୁହାଯାଏ ଏହି ମନ୍ଦିର ୧୦ମ ଶତାବ୍ଦିରେ ରଣଥଂଭୋରର ରାଜା ହମିର ନିର୍ମାଣ କରିଥିଲେ । ଯୁଦ୍ଧ ସମୟରେ ଗଣେଶ ରାଜାଙ୍କ ସ୍ୱପ୍ନରେ ଆସିଥିଲେ ଓ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହାପରେ ରାଜା ଯୁଦ୍ଧରେ ବିଜୟ ଲାଭ କରିଥିଲେ । ଏହାପରେ ରାଜା ନିଜର କିଲାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ତେବେ ଏଠାରେ ଯେଉଁ ମୂର୍ତ୍ତି ପୂଜା ପାଉଛନ୍ତି ତାଙ୍କର ୩ଟି ଆଖି ରହିଛି । ଆଉ ଏଠାରେ ଗଣେଶ ପତ୍ନୀ ରିଦ୍ଧି-ସିଦ୍ଧି ଓ ପୁତ୍ର ଶୁଭଲାଭଙ୍କ ସହ ବିରାଜମାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri