କୋଲକାତା,୧୪।୯: ପ୍ରସିଦ୍ଧ ଛଉ ନୃତ୍ୟଶିଳ୍ପୀ ଧନଞ୍ଜୟ ମହାତୋଙ୍କର ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା। ପଶ୍ଚିମବଙ୍ଗର ପୁରୁଲିଆ ଜିଲାର ଏହି ପୁରୁଣା ଲୋକ ନୃତ୍ୟକୁ ସାରା ବିଶ୍ୱରେ ପରଚିତ ହାସଲ କରାଇବାରେ ଧନଞ୍ଜୟଙ୍କ ବଡ ଭୂମିକା ଥିଲା। ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ ଏବଂ ପୁଅ ଥିଲେ। ତାଙ୍କ ପୁଅ ମଧ୍ୟ ଜଣେ ଛଉ ନୃତ୍ୟଶିଳ୍ପୀ। ଧନଞ୍ଜୟ ଆକ୍ରୋଶ, ଆତ୍ମସମର୍ପଣ, ସୁଖ ଏବଂ ଦୁଃଖ ଭଳି ବିଭିନ୍ନ ଅଭିବ୍ୟକ୍ତିକୁ ମିଶାଇ ଛଉ ନୃତ୍ୟକୁ ଏକ ସମୃଦ୍ଧ ଏବଂ ଅନନ୍ୟ ନୃତ୍ୟ ଭାବରେ ପ୍ରତିଷ୍ଠା କରିଥିଲେ। ପିତା ପିଲାରାମ ମହାତୋାଙ୍କଠାରୁ ଛଉ ନୃତ୍ୟର ଶିକ୍ଷା ନେଇ ତତ୍ଲେ ଧନଞ୍ଜୟ। ସେ ୧୩ ବର୍ଷ ବୟସରେ ପାଠ ଛାଡି ଛଉ ନୃତ୍ୟ ଅଭ୍ୟାସ ଆରମ୍ଭ କରିଥିଲେ। ଦୀର୍ଘ ୭ ଦଶନ୍ଧିର ନୃତ୍ୟ କ୍ୟାରିଅରରେ ମହାତୋ ଧମସା ଏବଂ ଶାହାନାଇ ବାଦ୍ୟଯନ୍ତ୍ର ଦ୍ୱାରା ଛଉ ନୃତ୍ୟ କରୁଥିଲେ।


