ସେରୋ ସର୍ଭେ

”ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ତିଆରି ହୋଇଥିବା ଆଣ୍ଟିବଡି ରୋଗ ପ୍ରକୋପକୁ ପ୍ରତିହତ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ। ଆଣ୍ଟିବଡି ହେଉଛି ଭୂତାଣୁ ସଂକ୍ରମଣରୁ ରକ୍ତର ଶ୍ୱେତ ରକ୍ତକଣିକା ପ୍ରସ୍ତୁତ କରିଥିବା ପ୍ରୋଟିନ୍‌।“
ଭୁବନେଶ୍ୱରରେ କୋଭିଡ୍‌-୧୯ର ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଗକୁ ଭୟଙ୍କର ଭାବରେ କରୋନା କାୟା ବିସ୍ତାର କରିବ। ଭୁବନେଶ୍ୱରସ୍ଥ ଆର.ଏମ.ଆଇ.ସି. କରିଥିବା ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣରୁ ଏହା ଜଣାପଡିଛି। ପ୍ରଥମ ସର୍ଭେ ଅନୁସାରେ ୧.୪ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ ଏହା ୫.୧୫କୁ ବୃଦ୍ଧି ପାଇଛି। ଏଥିରୁ ସୂଚନା ମିଳେ ଯେ, ଭୂତାଣୁ ସଂସ୍ପର୍ଶରେ ଆସି ଲୋକମାନଙ୍କର ପ୍ରତିରୋଧକ ଶକ୍ତି ଆପେ ଆପେ ସୃଷ୍ଟି ହୋଇଛି। ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ତା’ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଅପରପକ୍ଷରେ ଆଗକୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କିନ୍ତୁ ଲୋକଙ୍କଠାରେ ବିକଶିତ ଆଣ୍ଟିବଡି କମ୍‌ ରହିଛି।
ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ତିଆରି ହୋଇଥିବା ଆଣ୍ଟିବଡି ରୋଗ ପ୍ରକୋପକୁ ପ୍ରତିହତ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ। ଆଣ୍ଟିବଡି ହେଉଛି ଭୂତାଣୁ ସଂକ୍ରମଣରୁ ରକ୍ତର ଶ୍ୱେତ ରକ୍ତକଣିକା ପ୍ରସ୍ତୁତ କରିଥିବା ପ୍ରୋଟିନ୍‌। ଏହା ହେଉଛି ଦେହର ଦ୍ୱାରପାଳ। କୌଣସି ଜୀବାଣୁ କିମ୍ବା ଭୂତାଣୁ ଶରୀରରେ ପ୍ରବେଶ କଲେ ତାହା ସହିତ ଯୁଦ୍ଧ କରି ସେମାନଙ୍କୁ ମାରିଦିଅନ୍ତି। ଆଣ୍ଟିବଡି ପରିମାଣ ନିର୍ଣ୍ଣୟ ପାଇଁ ‘ଏଲିସା ଟେଷ୍ଟ’ କରାଯାଏ। ଏହି ପରୀକ୍ଷା କିଟ୍‌ ଭାରତର ଭେଷଜ ଗବେଷଣା ସଂସ୍ଥା ତିଆରି କରି ସବୁ ରାଜ୍ୟକୁ ଯୋଗାଉଛନ୍ତି। ଏହାଦ୍ୱାରା ପ୍ରଶାସନ କୋଭିଡ୍‌-୧୯ର ଠିକ ମୁକାବିଲା କରିପାରିବେ।
ସେରୋସର୍ଭେ ଦ୍ୱାରା ଗୋଟିଏ ଗୋଷ୍ଠୀରେ କେତେ ଲୋକଙ୍କର ରକ୍ତରେ ଭୂତାଣୁ ପ୍ରତିପିଣ୍ଡ ରହିଛି ତାହା ଜଣାପଡିବ। ଯେଉଁ ଲୋକଙ୍କଠାରେ ରୋଗ ସଂକ୍ରମଣ ଭୟ ରହିଛି ସେମାନଙ୍କୁ ଚିହ୍ନଟ କରାଯାଇପାରିବ। ଏହି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାରେ ସହାୟକ ହେବ। ଅଗଷ୍ଟ ମାସରେ ହୋଇଥିବା ସର୍ଭେ ଅନୁଯାୟୀ ଅହମ୍ମଦାବାଦରେ ୨୩.୪, ଇନ୍ଦୋରରେ ୭.୭, ପଞ୍ଜାବରେ ୨୭.୮, ପୁଣେରେ ୫୧.୫ ଏବଂ ଦିଲ୍ଲୀରେ ୨୯.୧ ପ୍ରତିଶତ ଲୋକଙ୍କ ରକ୍ତରେ ଆଣ୍ଟିବଡି ରହିଥିବାର ଜଣାପଡିଛି। ଗୋଟିଏ ଅଞ୍ଚଳରୁ ୭୦-୮୦ ପ୍ରତିଶତ ଲୋକଙ୍କ ରକ୍ତରେ ଆଣ୍ଟିବଡି ତିଆରି ହେଲେ ତାହାକୁ ଗୋଷ୍ଠୀ ସଂକ୍ରମଣ କୁହାଯାଏ। ଏହା ପ୍ରମାଣିତ କରୁଛି ଯେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।
ସେରୋ ସର୍ବେକ୍ଷଣର ଆବଶ୍ୟକତା ହେଉଛି ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତିର ପ୍ରବଣତା ଜାଣିବା ପାଇଁ। ତାହା ସହିତ ଟିକାଦାନ ପ୍ରକ୍ରିୟାର ମୂଲ୍ୟାୟନ ହୋଇପାରିବ। ରୋଗ ସଂକ୍ରମଣ ଆଶଙ୍କାରେ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିହେବ। ଭବିଷ୍ୟତ ରୋଗ ସଂକ୍ରମଣ ସୂଚନା ମିଳିପାରିବ। ରୋଗ ନିରାକରଣ ପୂର୍ବାନୁମାନ ହୋଇପାରିବ। ନୂତନ ଆବିର୍ଭୂତ ଭୂତାଣୁ ଦ୍ୱାରା ପୁନର୍ବାର ରୋଗ ସଂକ୍ରମଣ ହୋଇଥିଲେ ଜଣାପଡିବ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାଙ୍କ ମତ ଅନୁଯାୟୀ ୨୦୨୧ ସେପ୍ଟେମ୍ବର ପୂର୍ବରୁ କୋଭିଡ୍‌-୧୯ ଟିକା ଉପଲବ୍ଧ ହେବ ନାହିଁ। ତେଣୁ ସେରୋ ସର୍ଭେ ଦ୍ୱାରା କେତେ ଲୋକ ଭୂତାଣୁ ଦ୍ୱାରା ସଂସ୍ପର୍ଶରେ ଆସିଛନ୍ତି ତାହା ଜାଣିବା ଆବଶ୍ୟକ। ଏହି ସର୍ବେକ୍ଷଣ ଠିକ ଭାବରେ ନ ହେଲେ ରୋଗ ନିୟନ୍ତ୍ରଣ ହୋଇପାରିବ ନାହିଁ। ଭୂତାଣୁ ଦେହରେ ପ୍ରବେଶ କରିବାର ୧୫ଦିନ ପରେ ଆଣ୍ଟିବଡି ଜଣାପଡିବ। ତାହା ପୂର୍ବରୁ ପରୀକ୍ଷା କଲେ ପ୍ରତିପିଣ୍ଡ ରକ୍ତରେ ମିଳେ ନାହିଁ।

ଡା. ଦ୍ୱିଜେଶ କୁମାର ପଣ୍ଡା

-ବରିଷ୍ଠ ନିଦାନ ଓ ଅଣୁଜୀବ ବିଶେଷଜ୍ଞ, ୧୨ ଆଚାର୍ଯ୍ୟ ବିହାର
ମୋ: ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri