ସେରୋ ସର୍ଭେ

”ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ତିଆରି ହୋଇଥିବା ଆଣ୍ଟିବଡି ରୋଗ ପ୍ରକୋପକୁ ପ୍ରତିହତ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ। ଆଣ୍ଟିବଡି ହେଉଛି ଭୂତାଣୁ ସଂକ୍ରମଣରୁ ରକ୍ତର ଶ୍ୱେତ ରକ୍ତକଣିକା ପ୍ରସ୍ତୁତ କରିଥିବା ପ୍ରୋଟିନ୍‌।“
ଭୁବନେଶ୍ୱରରେ କୋଭିଡ୍‌-୧୯ର ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଗକୁ ଭୟଙ୍କର ଭାବରେ କରୋନା କାୟା ବିସ୍ତାର କରିବ। ଭୁବନେଶ୍ୱରସ୍ଥ ଆର.ଏମ.ଆଇ.ସି. କରିଥିବା ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣରୁ ଏହା ଜଣାପଡିଛି। ପ୍ରଥମ ସର୍ଭେ ଅନୁସାରେ ୧.୪ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ ଏହା ୫.୧୫କୁ ବୃଦ୍ଧି ପାଇଛି। ଏଥିରୁ ସୂଚନା ମିଳେ ଯେ, ଭୂତାଣୁ ସଂସ୍ପର୍ଶରେ ଆସି ଲୋକମାନଙ୍କର ପ୍ରତିରୋଧକ ଶକ୍ତି ଆପେ ଆପେ ସୃଷ୍ଟି ହୋଇଛି। ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ତା’ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଅପରପକ୍ଷରେ ଆଗକୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କିନ୍ତୁ ଲୋକଙ୍କଠାରେ ବିକଶିତ ଆଣ୍ଟିବଡି କମ୍‌ ରହିଛି।
ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ତିଆରି ହୋଇଥିବା ଆଣ୍ଟିବଡି ରୋଗ ପ୍ରକୋପକୁ ପ୍ରତିହତ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ। ଆଣ୍ଟିବଡି ହେଉଛି ଭୂତାଣୁ ସଂକ୍ରମଣରୁ ରକ୍ତର ଶ୍ୱେତ ରକ୍ତକଣିକା ପ୍ରସ୍ତୁତ କରିଥିବା ପ୍ରୋଟିନ୍‌। ଏହା ହେଉଛି ଦେହର ଦ୍ୱାରପାଳ। କୌଣସି ଜୀବାଣୁ କିମ୍ବା ଭୂତାଣୁ ଶରୀରରେ ପ୍ରବେଶ କଲେ ତାହା ସହିତ ଯୁଦ୍ଧ କରି ସେମାନଙ୍କୁ ମାରିଦିଅନ୍ତି। ଆଣ୍ଟିବଡି ପରିମାଣ ନିର୍ଣ୍ଣୟ ପାଇଁ ‘ଏଲିସା ଟେଷ୍ଟ’ କରାଯାଏ। ଏହି ପରୀକ୍ଷା କିଟ୍‌ ଭାରତର ଭେଷଜ ଗବେଷଣା ସଂସ୍ଥା ତିଆରି କରି ସବୁ ରାଜ୍ୟକୁ ଯୋଗାଉଛନ୍ତି। ଏହାଦ୍ୱାରା ପ୍ରଶାସନ କୋଭିଡ୍‌-୧୯ର ଠିକ ମୁକାବିଲା କରିପାରିବେ।
ସେରୋସର୍ଭେ ଦ୍ୱାରା ଗୋଟିଏ ଗୋଷ୍ଠୀରେ କେତେ ଲୋକଙ୍କର ରକ୍ତରେ ଭୂତାଣୁ ପ୍ରତିପିଣ୍ଡ ରହିଛି ତାହା ଜଣାପଡିବ। ଯେଉଁ ଲୋକଙ୍କଠାରେ ରୋଗ ସଂକ୍ରମଣ ଭୟ ରହିଛି ସେମାନଙ୍କୁ ଚିହ୍ନଟ କରାଯାଇପାରିବ। ଏହି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାରେ ସହାୟକ ହେବ। ଅଗଷ୍ଟ ମାସରେ ହୋଇଥିବା ସର୍ଭେ ଅନୁଯାୟୀ ଅହମ୍ମଦାବାଦରେ ୨୩.୪, ଇନ୍ଦୋରରେ ୭.୭, ପଞ୍ଜାବରେ ୨୭.୮, ପୁଣେରେ ୫୧.୫ ଏବଂ ଦିଲ୍ଲୀରେ ୨୯.୧ ପ୍ରତିଶତ ଲୋକଙ୍କ ରକ୍ତରେ ଆଣ୍ଟିବଡି ରହିଥିବାର ଜଣାପଡିଛି। ଗୋଟିଏ ଅଞ୍ଚଳରୁ ୭୦-୮୦ ପ୍ରତିଶତ ଲୋକଙ୍କ ରକ୍ତରେ ଆଣ୍ଟିବଡି ତିଆରି ହେଲେ ତାହାକୁ ଗୋଷ୍ଠୀ ସଂକ୍ରମଣ କୁହାଯାଏ। ଏହା ପ୍ରମାଣିତ କରୁଛି ଯେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।
ସେରୋ ସର୍ବେକ୍ଷଣର ଆବଶ୍ୟକତା ହେଉଛି ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତିର ପ୍ରବଣତା ଜାଣିବା ପାଇଁ। ତାହା ସହିତ ଟିକାଦାନ ପ୍ରକ୍ରିୟାର ମୂଲ୍ୟାୟନ ହୋଇପାରିବ। ରୋଗ ସଂକ୍ରମଣ ଆଶଙ୍କାରେ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିହେବ। ଭବିଷ୍ୟତ ରୋଗ ସଂକ୍ରମଣ ସୂଚନା ମିଳିପାରିବ। ରୋଗ ନିରାକରଣ ପୂର୍ବାନୁମାନ ହୋଇପାରିବ। ନୂତନ ଆବିର୍ଭୂତ ଭୂତାଣୁ ଦ୍ୱାରା ପୁନର୍ବାର ରୋଗ ସଂକ୍ରମଣ ହୋଇଥିଲେ ଜଣାପଡିବ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାଙ୍କ ମତ ଅନୁଯାୟୀ ୨୦୨୧ ସେପ୍ଟେମ୍ବର ପୂର୍ବରୁ କୋଭିଡ୍‌-୧୯ ଟିକା ଉପଲବ୍ଧ ହେବ ନାହିଁ। ତେଣୁ ସେରୋ ସର୍ଭେ ଦ୍ୱାରା କେତେ ଲୋକ ଭୂତାଣୁ ଦ୍ୱାରା ସଂସ୍ପର୍ଶରେ ଆସିଛନ୍ତି ତାହା ଜାଣିବା ଆବଶ୍ୟକ। ଏହି ସର୍ବେକ୍ଷଣ ଠିକ ଭାବରେ ନ ହେଲେ ରୋଗ ନିୟନ୍ତ୍ରଣ ହୋଇପାରିବ ନାହିଁ। ଭୂତାଣୁ ଦେହରେ ପ୍ରବେଶ କରିବାର ୧୫ଦିନ ପରେ ଆଣ୍ଟିବଡି ଜଣାପଡିବ। ତାହା ପୂର୍ବରୁ ପରୀକ୍ଷା କଲେ ପ୍ରତିପିଣ୍ଡ ରକ୍ତରେ ମିଳେ ନାହିଁ।

ଡା. ଦ୍ୱିଜେଶ କୁମାର ପଣ୍ଡା

-ବରିଷ୍ଠ ନିଦାନ ଓ ଅଣୁଜୀବ ବିଶେଷଜ୍ଞ, ୧୨ ଆଚାର୍ଯ୍ୟ ବିହାର
ମୋ: ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ସାନଖେମୁଣ୍ଡି ଅଞ୍ଚଳରେ ଉପ ଜିଲାପାଳଙ୍କ ନେତୃତ୍ୱରେ ସଫେଇ ଅଭିଯାନ, ଅଞ୍ଚଳବାସୀଙ୍କ ପ୍ରଶଂସା

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର, ସ୍ବଚ୍ଛ ଓ ଆଦର୍ଶ ଜିଲାରେ ପରିଣତ କରିବା…

ଫସିଯିବେ କି ଗଡ଼କରୀ? କହିଲେ ‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବମ୍ବେ ହାଇକୋର୍ଟରେ ଏକ ପ୍ରସ୍ତାବିତ ଦେୱାନୀ ମାମଲା ରୁଜୁ କରି ଦାବି କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri