ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପରିବାର

କେନ୍ଦୁଝର,୧୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଝୁମ୍ପୁରା ଗ୍ରାମରେ ଶ୍ୱଶୁର ଘରେ ଲୋକେ ନିର୍ଯାତନ ଦେଇ ବୋହୂଙ୍କୁ ପୋଡ଼ି ମାରି ଦେଇଥିଲେ। ବାପଘର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ସ୍ବାମୀଙ୍କୁ ଗିରଫ କରିଛି। ମାତ୍ର ପୋଲିସ ତଦନ୍ତରେ ଅବହେଳା କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ବାପଘର ଲୋକେ ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ପରିବାର ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ ଗୋବର୍ଦ୍ଧନ ଗ୍ରାମର ଶୁସାନ୍ତି ସାହୁ, ଭଗବାନ ସାହୁଙ୍କୁ ଝିଅ ଅପରାଜିତାଙ୍କ ବିବାହ ୬ ବର୍ଷ ତଳେ ଝୁମ୍ପୁରାର ପ୍ରଶାନ୍ତଙ୍କ ସହିତ ହୋଇଥିଲା। ବିବାହ ପରଠାରୁ ଶାଶୂଘର ଲୋକେ ଅଧିକ ଯୌତୁକ ଦାବିରେ ନିର୍ଯାତନା ଦେଇ ଆସୁଥିଲେ। ଗତ ୨ ତାରିଖ ଦିନ ଶାଶୂଘର ଲୋକେ ଝିଅକୁ ପୋଡ଼ି ମାରିଦେଇଥିବା ଶୁସାନ୍ତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲେ। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବାପଘର ଲୋକେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଝୁମ୍ପୁରା ଥାନା ଅଧିକାରୀ ବରେନ୍ଦ୍ର ଶିଆଲ କହିଛନ୍ତି ଯେ, ଘଟଣାରେ ପୋଲିସ ପ୍ରଶାନ୍ତ ସାହୁ, ଉଦାସିନୀ ସାହୁ, ନନ୍ଦିନୀ ସାହୁ, ଝରଣା ସାହୁଙ୍କ ନାମରେ କେସ ନମ୍ବର ୧୧୬/୨୨ରେ ମାମଲା ରୁଜୁ କରି ତଦନ୍ତ କରୁଛି। ସ୍ବାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାରେ ଅଲଚିକି ଭାଷା ଶିକ୍ଷକ

ବାରିପଦା ଅଫିସ,୧୮ା୧୦: ନିୟମିତ ଶିକ୍ଷକର ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲାରେ ଠିକା ନିଯୁକ୍ତିପ୍ରାପ୍ତ ସାନ୍ତାଳୀ ଭାଷା(ଅଲଚିକି) ଶିକ୍ଷକମାନେ ୬ଦିନ ଧରି ଜିଲା ପ୍ରକଳ୍ପ ଅଧିକାରୀ ତଥା...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବୁଗୁଡ଼ା,୭ା୧୨(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ମତାଝରି ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଜଳିଯାଇଛି । ଘର ନିକଟ ଅଳିଆ ଗଦାରୁ...

ବାଘ ଶିକାରୀଙ୍କୁ ଧରାଇଦେଲା ଫଟୋ

ନୟାଗଡ଼ ଅଫିସ,୧୩ା୮: ୪ ବର୍ଷ ତଳେ ୪ଜଣ ବ୍ୟକ୍ତି କଲରାପତରିଆ ବାଘ ଶିକାର କରିଥିଲେ। ଜଣେ ଶିକାରୀ ମୃତ ବାଘ ସହ ଫଟୋ ଉଠାଇଥିଲେ। ଏବେ...

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପ୍ରତାରଣା ଯୋଗୁ ଆତ୍ମହତ୍ୟା, ଜଣେ ଗିରଫ

ଜି.ଉଦୟଗିରି,୬ା୯(ଡି.ଏନ.ଏ.)- ଜି.ଉଦୟଗିରି ଥାନା ପେଟାଗୁଡ଼ା ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ବିବାହ ପ୍ରଲୋଭନ ଦେଖାଇ ୨ବର୍ଷ ଶାରିରୀକ ସମ୍ପର୍କ ରଖିବା ପରେ...

ଭିଜିଲାନ୍ସ ଜାଲରେ ଫରେଷ୍ଟର : ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ

ବୌଦ୍ଧ,୨୬।୯(ସ୍ବ.ପ୍ର.): ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ବୌଦ୍ଧର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଗୁରୁବାର ସକାଳୁ ଭିଜିଲାନ୍ସ...

ଝିଅ ନ ମିଳିଲେ ଆତ୍ମହତ୍ୟା କରିବାକୁ ମା’ବାପାଙ୍କ ଚେତାବନୀ

ଆଳି,୯ା୧୧ (ଡି.ଏନ. ଏ. ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଯୁବକ ମାସେ ହେବ ଅପହରଣ କରି ନେଇଛନ୍ତି। ଏହି...

ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ

ପାଲଲହଡ଼ା, ୧୩।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଗୋଳସ୍ଥିତ...

ଗଞ୍ଜାମ କୋଭିଡ ହସ୍ପିଟାଲ ପାଇଁ ଏମ୍‌କେସିଜିରୁ ଯିବେ ୧୬ ଡାକ୍ତର, ୨୪ରେ ଯୋଗ ଦେବାକୁ ନିର୍ଦ୍ଦେଶ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡ଼ିକାଲ ହସ୍ପିଟାଲକୁ ଟାଟା ଗ୍ରୁପର ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ-୧୯ ହସ୍ପିଟାଲରେ ପରିଣତ...

Advertisement
Archives

Model This Week