ଶ୍ୱାସରୁଦ୍ଧ ପାରିବାରିକ ସମ୍ପର୍କ

ମୀରା ବେଉରା

 

ଭାରତବର୍ଷ ସାଧୁ ସନ୍ନ୍ୟାସୀଙ୍କ ଦେଶ, ମୁନିଋଷିଙ୍କ ଦେଶ; ଯେଉଁଠି ପରିବାର ହିଁ ସମାଜର ମୂଳପିଣ୍ଡ ଆଉ ସେହି ପରିବାରର ଅଧିଷ୍ଠାତ୍ରୀ ଦେବୀ ହେଉଛି ନାରୀ। ପରିବାରକୁ ଏକ ପ୍ରଭାବଶାଳୀ ମୂଳ ସାମାଜିକ ପ୍ରତିଷ୍ଠାନ ରୂପେ ଗ୍ରହଣ କରାଯାଇଛି। ସମାଜର ଏକ କ୍ଷୁଦ୍ର ପ୍ରତିଛବି ହେଉଛି ପରିବାର, ଯେଉଁଠି ବ୍ୟକ୍ତିତ୍ୱର ମୂଳଦୁଆ ବା ଭିତ୍ତିପ୍ରସ୍ତର ପଡ଼ିଥାଏ। ଗୋଟିଏ ସୁସ୍ଥ ପରିବାର ସ୍ନେହ, ଶ୍ରଦ୍ଧା, ଭଲପାଇବା, ତ୍ୟାଗ, ସମ୍ମାନ, ତିତିକ୍ଷାର ଭିତ୍ତିପ୍ରସ୍ତର ଉପରେ ସର୍ବଦା ଦଣ୍ଡାୟମାନ ହୋଇଥାଏ। ଶିଶୁଟି ପ୍ରଥମେ ତା’ର ପରିବାରରୁ ହିଁ ଶିକ୍ଷାଲାଭ କରିଥାଏ। ତେଣୁ ମହାନ୍‌ ଶିକ୍ଷାବିତ୍‌ ପେଷ୍ଟାତ୍‌ଲସି ପରିବାରକୁ ହିଁ ଶିଶୁର ପ୍ରଥମ ବିଦ୍ୟାଳୟ ଏବଂ ଜନନୀକୁ ପ୍ରଥମ ଶିକ୍ଷୟିତ୍ରୀ ବୋଲି କହିଛନ୍ତି। ଶିଶୁର ବ୍ୟକ୍ତିତ୍ୱର ପରିପ୍ରକାଶ ମଧ୍ୟ ଘଟିଥାଏ ଏହି ପରିବାରରେ। ଶିକ୍ଷାସାଧନ କ୍ଷେତ୍ରରେ ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଉପଲକ୍ଷେ ଚିନ୍ତାନାୟକ ବିନୋବାଭାବେ କହିଥିଲେ, ”ଏକ ସୁସ୍ଥ ଶିକ୍ଷା ପ୍ରଣାଳୀରେ ଗୃହ ଶିକ୍ଷାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୃହରେ ପରିଣତ ହେବା ଉଚିତ।“ ଅର୍ଥାତ୍‌ ଶିଶୁର ଚାଲିଚଳନ, ଆଚାରବ୍ୟବହାର, ନୈତିକତା, ଚରିତ୍ର ଗଠନ, ଭାବ ବିନିମୟ ଶୈଳୀ ଇତ୍ୟାଦି ପରିବାର ମାଧ୍ୟମରେ ହିଁ ହୋଇଥାଏ।
ଶିଶୁଟିଏ ତା’ର ଶାରୀରିକଶିକ୍ଷା, ବୈଦ୍ଧିକଶିକ୍ଷା, ସାମାଜିକ ଶୃଙ୍ଖଳା , ନୈତିକ ଶିକ୍ଷା, ବୃତ୍ତିଗତଶିକ୍ଷା, ନାଗରିକତା ଶିକ୍ଷା ସବୁ ପରିବାରରେ ହିଁ ଲାଭ କରିଥାଏ। ଶିଶୁ ତା’ର ବିଚାର ବୁଦ୍ଧି, ଚିନ୍ତା ଆଦି ସୃଜନଶୀଳତାକୁ ବିକାଶ କରାଇ ସେଇ ସମାଜରେ ଏକ ପୂର୍ଣ୍ଣାଙ୍ଗ ବିକଶିତ ନାଗରିକ ରୂପେ ଉଦୀୟମାନ ହୁଏ।
ବେଦରେ ପରିବାରକୁ ସ୍ବର୍ଗ ମଧ୍ୟ କୁହାଯାଏ। ସେହି ପରିବାର ହିଁ ପ୍ରୀତି, କରୁଣା, ବାତ୍ସଲ୍ୟ, ଦୟା ଆଦି ଦିବ୍ୟଗୁଣର ପ୍ରୟୋଗଶାଳା। ଏହି ଦିବ୍ୟଗୁଣଗୁଡ଼ିକୁ ଅବଲମ୍ବନ କରି ସୁନ୍ଦର ପରିବାରଟିଏ ନିର୍ମାଣ କରାଯାଏ। ବିଶାଳ ପ୍ରାସାଦରେ ବାସ କଲେ ମଧ୍ୟ ଯଦି ପରିବାରରେ ଶାନ୍ତି ନ ଥାଏ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ନ ଥାଏ, ତେବେ ତାହା ନର୍କରେ ବାସ କରିବା ସହ ସମାନ। ଗୃହର ମୁଖ୍ୟଭୂମିକା ନାରୀ ହିଁ ତୁଲାଇଥାଏ। ବୁଦ୍ଧିମତୀ ଗୃହିଣୀ ହିଁ ଯଶସ୍ବୀ ଏବଂ ବଳିଷ୍ଠ ପରିବାରଟିଏ ଗଠନ କରିବାକୁ ସକ୍ଷମ ହୋଇଥାଏ। ନାରୀ ହିଁ ଆଦର୍ଶ। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ନାରୀ ସ୍ବାଧୀନତାରେ ବିଶୃଙ୍ଖଳା ବୃଦ୍ଧିପାଇ ପରିବାର ଖଣ୍ଡବିଖଣ୍ଡିତ ହେବାକୁ ଲାଗିଛି। ସେହି ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟ ପରିବାର ମଧ୍ୟ ଖଣ୍ଡବିଖଣ୍ଡିତ ହେବା ଲକ୍ଷ୍ୟକରାଯାଉଛି। ନାରୀ ପ୍ରକୃତରେ ପରିବାର ରୂପୀ ଯଜ୍ଞର ବ୍ରହ୍ମା। ସତ୍ୟ ଉପରେ ହିଁ ପରିବାରଟିଏ ଦଣ୍ଡାୟମାନ। ଏହି ସତ୍ୟ ହିଁ ନାରୀର ଆଶା, ଦିଶା ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ।
ଗୃହରେ ରହି ମଧ୍ୟ ଜଣେ ନାରୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସେନାବାହିନୀର ମୁଖ୍ୟ ଆଦି ଭୂମିକା ନିର୍ବାହ କରିଥାଏ। ଯଦିଓ କର୍ମକ୍ଷେତ୍ର ନାରୀର ଗୃହ ତଥାପି ସେ ଅନେକ ଭୂମିକା ନିଭାଇଥାଏ। ସେ ପତ୍ନୀ, ଭଗ୍ନୀରୂପରେ ପୁରୁଷର ଚେତନାଶକ୍ତିକୁ ଜାଗ୍ରତ କରିଥାଏ। ସେ ପାନ୍ନାଧାଇ ରୂପରେ କେତେବେଳେ ସମାଜସେବା ତ ପୁଣି କେତେବେଳେ ରାଷ୍ଟ୍ରରକ୍ଷାର କର୍ତ୍ତବ୍ୟ ନିର୍ବାହ କରିଛନ୍ତି। ଏହାକୁ ସ୍ମରଣକରି ନାରୀ ଯଦି ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ଉପଲବ୍‌ଧି କରି ଗୋଟିଏ ଉତ୍ତମ ପରିବାରଟି ସୃଷ୍ଟି କରିବାରେ ସମର୍ଥ ହେବ ସେହିଦିନ ହିଁ ତା’ର ପୁନରୁତ୍ଥାନ ହେବ।
ଦୁଃଖର କଥା ହେଉଛି ପରିବାର ଆଜି ଭାଙ୍ଗି ଯାଉଛି। ବିଶ୍ୱାସରେ ଆଜି ନିଇତି ଭୂମିକମ୍ପ ସୃଷ୍ଟି ହେଉଛି। ସ୍ବାମୀ ସ୍ତ୍ରୀ ଭିତରେ ସୁସମ୍ପର୍କ ଆଜି ଭୋଗବିଳାସ ଆଡ଼କୁ ଯାଉଛି। ଭଲପାଇବା, ବିଶ୍ୱାସ ପରିବର୍ତ୍ତେ ଆଜି ତିକ୍ତତା ବୃଦ୍ଧିପାଇ ପାରିବାରିକ ଜୀବନକୁ ପୂରାପୂରି ଅଣନିଃଶ୍ୱାସୀ କରିଦେଲାଣି। ପାଶ୍ଚାତ୍ୟ ରାଷ୍ଟ୍ରର ମୋହରେ ସଭିଏ ଆକର୍ଷିତ। ଦୈହିକ ସୁଖ ମେଣ୍ଟାଇବା ପାଇଁ ଆଜି ପରିବାରଗୁଡ଼ିକ ଭାଙ୍ଗି ଖଣ୍ଡବିଖଣ୍ଡିତ ହୋଇଯାଉଛି। ପ୍ରତ୍ୟେକ ପତ୍ନୀପତି ଆଜି ଭାବିବା ଦରକାର ପରିବାର କେବଳ ଶାରୀରିକ ସୁଖ ପାଇଁ ହୋଇ ନ ଥାଏ। ପରସ୍ପର ଭିତରେ ନୈତିକ ଓ ଆଧ୍ୟାମତ୍ିକତାର ମିଳନ ହିଁ ପରିବାର ।
ସେହି ଆଧ୍ୟାମତ୍ିକ ଓ ନୈତିକତାର ମିଳନରେ ଉତ୍ତମ ସନ୍ତାନ ସୃଷ୍ଟି ହୋଇ କୁଳ ଉଦ୍ଧାର କରେ। ଦେଶପାଇଁ ଉତ୍ତମ ଶ୍ରେଷ୍ଠ ନାଗରିକ ଜନ୍ମଦେବା ନାରୀର ଅପୂର୍ବ ଅବଦାନ- ଏହା ନାରୀ କଦାପି ବିସ୍ମରିଦେବା ଉଚିତ ନୁହେଁ। ନାରୀଟିଏ ଭୋଗବାଦୀ ବଦଳେ ପୁରୁଷାର୍ଥୀ, ପରିଶ୍ରମୀ ଏବଂ ସ୍ବେଚ୍ଛାଚାରିଣୀ ପରିବର୍ତ୍ତେ ସଦାଚାରିଣୀ ହେବା ହିଁ ତା’ର ସହଜାତ ଗୁଣ ହେବା ଆବଶ୍ୟକ। ନାରୀ ନିଜର ସ୍ବରୂପକୁ ହୃଦୟଙ୍ଗମ କଲେ ହିଁ ଏ ପୃଥିବୀ ସ୍ବର୍ଗରେ ପରିଣତ ହେବ। ଆଉ ମଧ୍ୟ କନ୍ୟାକୁ ଯଦି ଉପଯୁକ୍ତ ଶିକ୍ଷା ଦିଆଯାଏ ଏବଂ ଉପଯୁକ୍ତ ସମ୍ମାନ ଦିଆଯାଏ ତେବେ ଏହି ଭାରତବର୍ଷରେ ମାତୃଶକ୍ତିର ଗୌରବ ପ୍ରତିଷ୍ଠିତ ହେବ। ଅତୀତରେ ରାଜାରାମମୋହନ ରାୟ, ଦୟାନନ୍ଦ ସରସ୍ବତୀ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଗୋବିନ୍ଦ ରାନାଡେ ପ୍ରମୁଖ ସମାଜସଂସ୍କାରକମାନେ ନାରୀ ଉପତ୍ୀଡ଼ନ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ମାତ୍ର ଯେ ପର୍ଯ୍ୟନ୍ତ ହିନ୍ଦୁ ଶାସ୍ତ୍ରଗୁଡ଼ିକରେ ପକ୍ଷପାତ, ଦ୍ୱେଷପୂର୍ଣ୍ଣ ଅଂଶଗୁଡ଼ିକ ବାଦ୍‌ ଦିଆ ନ ଯିବ ବା ଏଗୁଡ଼ିକ ସଂଶୋଧିତ ନ ହେବ ସେ ପର୍ଯ୍ୟନ୍ତ ନାରୀ ପ୍ରତି ବିଦ୍ୱେଷ ଭାବ ରହିଥିବ।
ରଘୁନାଥଜୀଉ ମହାବିଦ୍ୟାଳୟ,
ଦେଉଳସାହି, କଟକ
ମୋ-୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri