କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ, ୨୩।୯(ପି.ଟି.): କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ୨୦୨୦ ଜାନୁୟାରୀରେ ମହାମାରୀ ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୪.୪୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ସମେତ ଆଗକୁ କୋଭିଡ୍‌ରେ ପ୍ରାଣ ହରାଇବାକୁ ଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ଏହି ସହାୟତା ମିଳିବ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି। ରାଜ୍ୟ ସରକାରଗୁଡ଼ିକ ସେମାନଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ଜରିଆରେ ଏହି ସହାୟତା ରାଶି ପ୍ରଦାନ କରିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତର ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଗାଇଡଲାଇନ ଅନୁଯାୟୀ କୋଭିଡ୍‌ ମୃତ୍ୟୁ ପ୍ରମାଣପତ୍ର ଆଧାରରେ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରାଯିବ। ଆବେଦନକାରୀ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବାର ୩୦ ଦିନ ମଧ୍ୟରେ ଏହାକୁ ବିଚାର କରାଯାଇ ନିକଟ ସମ୍ପର୍କୀୟଙ୍କ ଆଧାର ସଂଯୋଗ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନେଫିଟ୍‌ ଟ୍ରାନ୍ସଫର (ଡିବିଟି) ପ୍ରକ୍ରିୟାରେ ସହାୟତା ରାଶି ପଠାଯିବ। କୌଣସି ଆପତ୍ତି ଅଭିଯୋଗ ଥିଲେ, ଜିଲାସ୍ତରୀୟ କମିଟି ଦ୍ୱାରା ଏହାର ସମାଧାନ କରାଯିବ। ଏଥିରେ ଅତିରିକ୍ତ ଜିଲାପାଳ, ମୁଖ୍ୟ ମେଡିକାଲ ସ୍ବାସ୍ଥ୍ୟାଧିକାରୀ, ଅତିରିକ୍ତ ସ୍ବାସ୍ଥ୍ୟାଧିକାରୀ କିମ୍ବା ମେଡିକାଲ କଲେଜର ମେଡିସିନ୍‌ ବିଭାଗ ମୁଖ୍ୟ ବା ପ୍ରିନ୍ସପାଲ ଏବଂ ଜଣେ ସବ୍‌ଜେକ୍ଟ ଏକ୍ସପର୍ଟ ସଦସ୍ୟ ରହିବେ। କମିଟି ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ସଂଶୋଧିତ କାଗଜପତ୍ର ଇସ୍ୟୁ କରିବା ଓ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରସ୍ତାବ ଦେବେ। ଯଦି କମିଟିର ନିଷ୍ପତ୍ତି ଆବେଦନକାରୀଙ୍କ ସପକ୍ଷରେ ନ ଯାଏ, ଏହାର ସ୍ପଷ୍ଟ କାରଣ ରେକର୍ଡ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ସୁପାରିସ୍‌ କରିଥିଲେ। କୋଭିଡ୍‌-୧୯ ରିଲିଫ୍‌ କାର୍ଯ୍ୟ ଓ ପ୍ରସ୍ତୁତିରେ ସମ୍ପୃକ୍ତ ଥାଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ଏହି ସହାୟତା ମିଳିବ। ସର୍ବୋଚ୍ଚ ଅଦାଲତଙ୍କ ଜୁନ୍‌ ୩୦ ନିର୍ଦ୍ଦେଶକ୍ରମେ ଏନ୍‌ଡିଏମ୍‌ଏ ପକ୍ଷରୁ ସେପ୍ଟେମ୍ବର ୧୧ରେ ଏନେଇ ଗାଇଡ୍‌ଲାଇନ ଜାରି କରାଯାଇଥିଲା। କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ମିଳିବା ଉଚିତ। ୬ ସପ୍ତାହ ମଧ୍ୟରେ ସହାୟତା ରାଶି ପରିମାଣ ଉପରେ ନିଷ୍ପତ୍ତି ନେବା ସହ ଆବଶ୍ୟକ ଗାଇଡ୍‌ଲାଇନ ପ୍ରସ୍ତୁତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଜୁନ୍‌ ୩୦ରେ ଏନ୍‌ଡିଏମ୍‌ଏକୁ ନିର୍ଦ୍ଦେଶ ଦେଇଥିଲେ।
କୋଭିଡ୍‌ ମୃତକଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଆଇନଜୀବୀ ଗୌରବ କୁମାର ବଂଶଲ, ସୁମୀର ସୋଧିଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ସୂଚନାଯୋଗ୍ୟ, ଇତିମଧ୍ୟରେ କେତେକ ରାଜ୍ୟ କୋଭିଡ୍‌ ମୃତକଙ୍କ ପରିବାର ଲାଗି ସହାୟତା ରାଶି ଘୋଷଣା କରିସାରିଛନ୍ତି। ବିହାର ସରକାର ପ୍ରତି ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଘୋଷଣା କରିଥିବାବେଳେ ମଧ୍ୟପ୍ରଦେଶ ସରକାର ୧ ଲକ୍ଷ ଏବଂ ଦିଲ୍ଲୀ ସରକାର ୫୦ ହଜାର ଟଙ୍କା ସହାୟତା ଦେବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri