କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ, ୨୩।୯(ପି.ଟି.): କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ୨୦୨୦ ଜାନୁୟାରୀରେ ମହାମାରୀ ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୪.୪୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ସମେତ ଆଗକୁ କୋଭିଡ୍‌ରେ ପ୍ରାଣ ହରାଇବାକୁ ଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ଏହି ସହାୟତା ମିଳିବ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି। ରାଜ୍ୟ ସରକାରଗୁଡ଼ିକ ସେମାନଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ଜରିଆରେ ଏହି ସହାୟତା ରାଶି ପ୍ରଦାନ କରିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତର ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଗାଇଡଲାଇନ ଅନୁଯାୟୀ କୋଭିଡ୍‌ ମୃତ୍ୟୁ ପ୍ରମାଣପତ୍ର ଆଧାରରେ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରାଯିବ। ଆବେଦନକାରୀ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବାର ୩୦ ଦିନ ମଧ୍ୟରେ ଏହାକୁ ବିଚାର କରାଯାଇ ନିକଟ ସମ୍ପର୍କୀୟଙ୍କ ଆଧାର ସଂଯୋଗ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନେଫିଟ୍‌ ଟ୍ରାନ୍ସଫର (ଡିବିଟି) ପ୍ରକ୍ରିୟାରେ ସହାୟତା ରାଶି ପଠାଯିବ। କୌଣସି ଆପତ୍ତି ଅଭିଯୋଗ ଥିଲେ, ଜିଲାସ୍ତରୀୟ କମିଟି ଦ୍ୱାରା ଏହାର ସମାଧାନ କରାଯିବ। ଏଥିରେ ଅତିରିକ୍ତ ଜିଲାପାଳ, ମୁଖ୍ୟ ମେଡିକାଲ ସ୍ବାସ୍ଥ୍ୟାଧିକାରୀ, ଅତିରିକ୍ତ ସ୍ବାସ୍ଥ୍ୟାଧିକାରୀ କିମ୍ବା ମେଡିକାଲ କଲେଜର ମେଡିସିନ୍‌ ବିଭାଗ ମୁଖ୍ୟ ବା ପ୍ରିନ୍ସପାଲ ଏବଂ ଜଣେ ସବ୍‌ଜେକ୍ଟ ଏକ୍ସପର୍ଟ ସଦସ୍ୟ ରହିବେ। କମିଟି ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ସଂଶୋଧିତ କାଗଜପତ୍ର ଇସ୍ୟୁ କରିବା ଓ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରସ୍ତାବ ଦେବେ। ଯଦି କମିଟିର ନିଷ୍ପତ୍ତି ଆବେଦନକାରୀଙ୍କ ସପକ୍ଷରେ ନ ଯାଏ, ଏହାର ସ୍ପଷ୍ଟ କାରଣ ରେକର୍ଡ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ସୁପାରିସ୍‌ କରିଥିଲେ। କୋଭିଡ୍‌-୧୯ ରିଲିଫ୍‌ କାର୍ଯ୍ୟ ଓ ପ୍ରସ୍ତୁତିରେ ସମ୍ପୃକ୍ତ ଥାଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ଏହି ସହାୟତା ମିଳିବ। ସର୍ବୋଚ୍ଚ ଅଦାଲତଙ୍କ ଜୁନ୍‌ ୩୦ ନିର୍ଦ୍ଦେଶକ୍ରମେ ଏନ୍‌ଡିଏମ୍‌ଏ ପକ୍ଷରୁ ସେପ୍ଟେମ୍ବର ୧୧ରେ ଏନେଇ ଗାଇଡ୍‌ଲାଇନ ଜାରି କରାଯାଇଥିଲା। କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ମିଳିବା ଉଚିତ। ୬ ସପ୍ତାହ ମଧ୍ୟରେ ସହାୟତା ରାଶି ପରିମାଣ ଉପରେ ନିଷ୍ପତ୍ତି ନେବା ସହ ଆବଶ୍ୟକ ଗାଇଡ୍‌ଲାଇନ ପ୍ରସ୍ତୁତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଜୁନ୍‌ ୩୦ରେ ଏନ୍‌ଡିଏମ୍‌ଏକୁ ନିର୍ଦ୍ଦେଶ ଦେଇଥିଲେ।
କୋଭିଡ୍‌ ମୃତକଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଆଇନଜୀବୀ ଗୌରବ କୁମାର ବଂଶଲ, ସୁମୀର ସୋଧିଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ସୂଚନାଯୋଗ୍ୟ, ଇତିମଧ୍ୟରେ କେତେକ ରାଜ୍ୟ କୋଭିଡ୍‌ ମୃତକଙ୍କ ପରିବାର ଲାଗି ସହାୟତା ରାଶି ଘୋଷଣା କରିସାରିଛନ୍ତି। ବିହାର ସରକାର ପ୍ରତି ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଘୋଷଣା କରିଥିବାବେଳେ ମଧ୍ୟପ୍ରଦେଶ ସରକାର ୧ ଲକ୍ଷ ଏବଂ ଦିଲ୍ଲୀ ସରକାର ୫୦ ହଜାର ଟଙ୍କା ସହାୟତା ଦେବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri