ମାନିଲେନି କଟକଣା: ପୁରୀରେ ମହାରାଷ୍ଟ୍ରର ଡାକ୍ତର ପରିବାର

ପୁରୀ ଅଫିସ,୨୫ା୭: କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ମାଡୁଛି। ପୁରୀ ଜିଲାରେ ବି ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍‌ କରାଯିବା ସହ ଜିଲାର ସମସ୍ତ ୬ଟି ପ୍ରବେଶ ପଥରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଡ଼ା କଟକଣା ଲଗାଯାଇଛି। କଡ଼ାକଡ଼ି ଯାଞ୍ଚ ମଧ୍ୟ ଚାଲିଛି। ଅତି ଜରୁରୀ କାମ ନ ଥିଲେ ଜିଲା ମଧ୍ୟକୁ କାହାକୁ ପ୍ରବେଶ ଅନୁମତି ଦିଆଯାଉନାହିଁ। ହେଲେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇପାରେ।
କାରଣ ପ୍ରତିଦିନ ଅନ୍ୟ ଜିଲା ଏପରି କି ରାଜ୍ୟ ବାହାର ଲୋକ ପୁରୀକୁ ପ୍ରବେଶ କରୁଛନ୍ତି। ଶୁକ୍ରବାର ସବୁ ନିୟମ ଓ ବ୍ୟବସ୍ଥାକୁ ଫୁ କରି ମହାରାଷ୍ଟ୍ରର ଏକ ଡାକ୍ତର ପରିବାର ଅନାୟାସରେ ଶ୍ରୀମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲେ। ଏଥିରୁ କରୋନା ସଂକ୍ରମଣ ପ୍ରତିହତ ଲାଗି ଯେଉଁସବୁ ବ୍ୟବସ୍ଥା ଏବଂ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।
କାଳିଆ ଠାକୁରଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରରୁ ସମ୍ପୃକ୍ତ ଡାକ୍ତରଙ୍କ ପରିବାରର ୮ଜଣ ସଦସ୍ୟ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ଥିଲେ। ପରେ ସେଠାରୁ ଦୁଇଟି ଗାଡ଼ିିରେ ପିପିଲି ଚେକ୍‌ଗେଟ୍‌ ଦେଇ ପୁରୀ ଆସିଥିଲେ। ଅପରାହ୍ନ ପ୍ରାୟ ୨ଟାରେ ସମ୍ପୃକ୍ତ ଡାକ୍ତରଙ୍କ ଦୁଇଟି ଗାଡ଼ିି ସିଧାସଳଖ ସିଂହଦ୍ୱାର ସମ୍ମୁଖ ରାସ୍ତାରେ ପହଞ୍ଚତ୍ଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ଡାକ୍ତରଙ୍କର ଓଡ଼ିଶା କିମ୍ବା ପୁରୀରେ କୌଣସି ଡ୍ୟୁଟି ନାହିଁ। ସମ୍ପ୍ରତି କଡ଼ା କଟକଣା ସତ୍ତ୍ବେ ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରୁ ଏମାନେ କିପରି ପୁରୀ ଆସିଲେ ତାହା ହିଁ ଏବେ ବଡ଼ ପ୍ରଶ୍ନ ହୋଇଛି। ଶ୍ରୀମନ୍ଦିର ନିକଟରେ ଥିବା ପୋଲିସ ସାମାନ୍ୟ ପଚରାଉଚରା କରି ଚୁପ୍‌ ରହିଥିଲା। ସମ୍ପୃକ୍ତ ପରିବାର ମନ୍ଦିର ଭିତରକୁ ପ୍ରବେଶ କରି ନ ଥିଲେ ମଧ୍ୟ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସିଂହଦ୍ୱାର ଅଞ୍ଚଳରେ ବୁଲାବୁଲି କରି ଫେରିଯାଇଥିଲେ। ତେବେ କୋଭିଡ୍‌ ଗାଇଡ୍‌ଲାଇନ କ’ଣ ବ୍ୟକ୍ତି ଅନୁଯାୟୀ ଭିନ୍ନ ରହୁଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଥାଉ କି, ଗତ ୧୪ ତାରିଖରେ କେତେଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସିଥିବା ଏକ ଘରୋଇ ବସ୍‌କୁ ପୋଲିସ ଜବତ କରିଛି। ଏହା ପରେ ବି ଆନ୍ଧ୍ର ଏବଂ ପୁରୀ ମଧ୍ୟରେ ଲୁଚାଛପାରେ କାର୍‌, ଟ୍ୟାକ୍ସି ଆଦି ଚଳାଚଳ କରୁଛି। ଯଦି ପ୍ରବେଶ ପଥରେ କଡ଼ା ଚେକିଂ ନ ହୁଏ ଏମିତି ଗଳାବାଟରେ ବାହାର ରାଜ୍ୟରୁ ଲୋକେ ପୁରୀକୁ ପ୍ରବେଶ କରୁଥିବେ ଏବଂ ପୁରୀର କରୋନା ସ୍ଥିତି ଅଧିକ ଜଟିଳ ହେବ ଏଥିରେ ସନ୍ଦେହ ନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପ୍ରବେଶ ପଥରେ ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ। ବାହାର ଲୋକ ଯେପରି ପୁରୀକୁ ପ୍ରବେଶ ନ କରିବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri