ମାନିଲେନି କଟକଣା: ପୁରୀରେ ମହାରାଷ୍ଟ୍ରର ଡାକ୍ତର ପରିବାର

ପୁରୀ ଅଫିସ,୨୫ା୭: କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ମାଡୁଛି। ପୁରୀ ଜିଲାରେ ବି ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍‌ କରାଯିବା ସହ ଜିଲାର ସମସ୍ତ ୬ଟି ପ୍ରବେଶ ପଥରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଡ଼ା କଟକଣା ଲଗାଯାଇଛି। କଡ଼ାକଡ଼ି ଯାଞ୍ଚ ମଧ୍ୟ ଚାଲିଛି। ଅତି ଜରୁରୀ କାମ ନ ଥିଲେ ଜିଲା ମଧ୍ୟକୁ କାହାକୁ ପ୍ରବେଶ ଅନୁମତି ଦିଆଯାଉନାହିଁ। ହେଲେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇପାରେ।
କାରଣ ପ୍ରତିଦିନ ଅନ୍ୟ ଜିଲା ଏପରି କି ରାଜ୍ୟ ବାହାର ଲୋକ ପୁରୀକୁ ପ୍ରବେଶ କରୁଛନ୍ତି। ଶୁକ୍ରବାର ସବୁ ନିୟମ ଓ ବ୍ୟବସ୍ଥାକୁ ଫୁ କରି ମହାରାଷ୍ଟ୍ରର ଏକ ଡାକ୍ତର ପରିବାର ଅନାୟାସରେ ଶ୍ରୀମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲେ। ଏଥିରୁ କରୋନା ସଂକ୍ରମଣ ପ୍ରତିହତ ଲାଗି ଯେଉଁସବୁ ବ୍ୟବସ୍ଥା ଏବଂ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।
କାଳିଆ ଠାକୁରଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରରୁ ସମ୍ପୃକ୍ତ ଡାକ୍ତରଙ୍କ ପରିବାରର ୮ଜଣ ସଦସ୍ୟ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ଥିଲେ। ପରେ ସେଠାରୁ ଦୁଇଟି ଗାଡ଼ିିରେ ପିପିଲି ଚେକ୍‌ଗେଟ୍‌ ଦେଇ ପୁରୀ ଆସିଥିଲେ। ଅପରାହ୍ନ ପ୍ରାୟ ୨ଟାରେ ସମ୍ପୃକ୍ତ ଡାକ୍ତରଙ୍କ ଦୁଇଟି ଗାଡ଼ିି ସିଧାସଳଖ ସିଂହଦ୍ୱାର ସମ୍ମୁଖ ରାସ୍ତାରେ ପହଞ୍ଚତ୍ଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ଡାକ୍ତରଙ୍କର ଓଡ଼ିଶା କିମ୍ବା ପୁରୀରେ କୌଣସି ଡ୍ୟୁଟି ନାହିଁ। ସମ୍ପ୍ରତି କଡ଼ା କଟକଣା ସତ୍ତ୍ବେ ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରୁ ଏମାନେ କିପରି ପୁରୀ ଆସିଲେ ତାହା ହିଁ ଏବେ ବଡ଼ ପ୍ରଶ୍ନ ହୋଇଛି। ଶ୍ରୀମନ୍ଦିର ନିକଟରେ ଥିବା ପୋଲିସ ସାମାନ୍ୟ ପଚରାଉଚରା କରି ଚୁପ୍‌ ରହିଥିଲା। ସମ୍ପୃକ୍ତ ପରିବାର ମନ୍ଦିର ଭିତରକୁ ପ୍ରବେଶ କରି ନ ଥିଲେ ମଧ୍ୟ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସିଂହଦ୍ୱାର ଅଞ୍ଚଳରେ ବୁଲାବୁଲି କରି ଫେରିଯାଇଥିଲେ। ତେବେ କୋଭିଡ୍‌ ଗାଇଡ୍‌ଲାଇନ କ’ଣ ବ୍ୟକ୍ତି ଅନୁଯାୟୀ ଭିନ୍ନ ରହୁଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଥାଉ କି, ଗତ ୧୪ ତାରିଖରେ କେତେଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସିଥିବା ଏକ ଘରୋଇ ବସ୍‌କୁ ପୋଲିସ ଜବତ କରିଛି। ଏହା ପରେ ବି ଆନ୍ଧ୍ର ଏବଂ ପୁରୀ ମଧ୍ୟରେ ଲୁଚାଛପାରେ କାର୍‌, ଟ୍ୟାକ୍ସି ଆଦି ଚଳାଚଳ କରୁଛି। ଯଦି ପ୍ରବେଶ ପଥରେ କଡ଼ା ଚେକିଂ ନ ହୁଏ ଏମିତି ଗଳାବାଟରେ ବାହାର ରାଜ୍ୟରୁ ଲୋକେ ପୁରୀକୁ ପ୍ରବେଶ କରୁଥିବେ ଏବଂ ପୁରୀର କରୋନା ସ୍ଥିତି ଅଧିକ ଜଟିଳ ହେବ ଏଥିରେ ସନ୍ଦେହ ନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପ୍ରବେଶ ପଥରେ ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ। ବାହାର ଲୋକ ଯେପରି ପୁରୀକୁ ପ୍ରବେଶ ନ କରିବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri