ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଲୁହୁରାପାଲି ଗ୍ରାମର ସୁଶୀଲ ଧରୁଆ(୩୫) ା ଲୋଇସିଂହା ପୋଲିସ ମୃତଦେହ ଜବତ କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ଶନିବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୁଶୀଲଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗୀତାଞ୍ଜଳି ଏବଂ ୨ଝିଅ ରୁଜି(୧୨) ଓ ପ୍ରିତି (୮)ଅସହାୟ ହୋଇ ପଡିଛନ୍ତି। ଏନେଇ ଲୋଇସିଂହା ଥାନାରେ ଏକ ଦୁର୍ଘଟଣା ମାମଲା (ନଂ.୮୨।୨୦୨୬) ରୁଜୁକରି ପୋଲିସ ଅଧିକ ତଦନ୍ତ ଚଳାଇଛି। ସୁଶୀଲଙ୍କୁ ହତ୍ୟାକରି ଦୁର୍ଘଟଣାର ରୂପ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ସୁଶୀଲଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ।
ସୂଚନା ଅନୁଯାୟୀ, ଲୋଇସିଂହା ଥାନା ଦୁମଦୁମି ଛକରେ ସମଲେଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଛି। ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁରୀ ଅର୍କେଷ୍ଟ୍ରା ପ୍ରୋଗ୍ରାମ ରହିଥିଲା। ସୁଶୀଲ ଗ୍ରାମର ୫ରୁ ୬ ଜଣ ସାଙ୍ଗଙ୍କ ସହିତ ଅର୍କେଷ୍ଟ୍ରା ଦେଖିବାକୁ ଯାଇଥିଲେ। ରାତି ସାଢେ ୧୦ଟାବେଳେ ଯାତ୍ରା ପଡିଆଠାରୁ ଅଳ୍ପବାଟ ଲୋଇସିଂହା-ପଦ୍ମପୁର ରାସ୍ତା କୁଟେନପାଲି ନିକଟସ୍ଥ କଲର୍ଭଟ ନିକଟରେ ରାସ୍ତା ଉପରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡିଥିବା ଲୋଇସିଂହା ପୋଲିସକୁ ଖବର ମିଳିଥିଲା। ସେଠାରେ ଲୋଇସିଂହା ପୋଲିସ ପହଞ୍ଚତ୍ ଆମ୍ବୁଲାନ୍ସ ଡକାଇ ସୁଶୀଲଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାକୁ ଆଣିଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସୁଶୀଲଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁଶୀଲଙ୍କ ବଡଭାଇ ଘନଶ୍ୟାମ କହିଛନ୍ତି, ଆମ୍ବୁଲାନ୍ସ କର୍ମଚାରୀଙ୍କଠାରୁ ସୂଚନା ପାଇ ଲୋଇସିଂହା ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ତାଙ୍କ ଭାଇର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବା ସେ ସନ୍ଦେହ କରିଛନ୍ତି। ତାଙ୍କ ଭାଇକୁ ଯୋଜାନବଦ୍ଧ ଭାବେ ହତ୍ୟାକରି ରାସ୍ତା ଉପରେ ଫିଙ୍ଗି ଦେଇଥିବା ସେ ସନ୍ଦେହ କରିଛନ୍ତି। ଏହି ଘଟଣା ପରେ ସାଙ୍ଗରେ ଯାଇଥିବା ଯୁବକମାନେ କୁଆଡେ ଫେରାର ହୋଇଯାଇଛନ୍ତି। ଯାହାକି ସାଧାରଣରେ ରହସ୍ୟ ବଢାଇଛି। ଏସମ୍ପର୍କରେ ଆଇଆଇସି ସିପୋରାସରାୟ ଲୁଗୁନ କହନ୍ତି, ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ, ଏଣୁ ରାସ୍ତା ପାରି ହେଉଥିବାବେଳେ କୌଣସି ଗାଡି ତାଙ୍କୁ ଧକ୍କା ଦେଇଥିବ ବୋଲି ସେ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ବୋଲି ଆଇଆଇସି ଲୁଗୁନ କହିଛନ୍ତି। ଲୋଇସିଂହା ପଟରେ ସୁଶୀଲଙ୍କ ଗାଁ ରହିଥିବାବେଳେ କୁଟେନପାଲି ପଟକୁ କାହିଁକି ସେ ଯାଇଥିଲେ ଏବଂ ସାଙ୍ଗରେ ଥିବା ଯୁବକମାନେ ସେତେବେଳେ କୁଆଡେ ଯାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ଶୁକ୍ରବାର ଅର୍କେଷ୍ଟ୍ରା ଚାଲିଥିବାବେଳେ ଏକାଧିକ ଗଣ୍ଡଗୋଳ ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ସୁଜିଆ ଅଞ୍ଚଳର ଜଣେ ଯୁବକଙ୍କୁ ନିର୍ଧୁମ ମାଡ ମରାଯାଇଥିବା ଆଲୋଚନା ହେଉଛି। ମୁଣ୍ଡ ପଛପଟେ ଆଘାତ ଲାଗିଥିବାରୁ ଆକ୍ରମଣକାରୀଙ୍କ ମାଡରେ ସୁଶୀଲଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ହେଲା ପରେ ରହସ୍ୟର ପରଦା ହଟିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri