ପାରିବାରିକ କଳହ: ସାନଭାଇ ନେଲେ ବଡଭାଇଙ୍କ ଜୀବନ

ବରଗଡ଼ ଅଫିସ, ୨୭।୯: ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ଲେମଧର ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର କୈଲାସ ସାହୁ ନିଜ ବଡଭାଇ ଝସକେତନଙ୍କୁ କୁରାଢୀରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ବିଜେପୁର ଥାନା ଆଇଆଇସି ସନୟ କୁମାର ନାଏକ କହିଛନ୍ତି । ଏ ନେଇ ବିଜେପୁର ଥାନାରେ ଏକ ହତ୍ୟା ମାମଲା (ନଂ-୨୦୪/୨୨) ରୁଜୁ ସହିତ ଅଭିଯୁକ୍ତ ଭାଇ କୈଲାସଙ୍କୁ ପୋଲିସ ଗିରଫ କରିଛି ।
ପ୍ରକାଶ ଯେ, ଉଭୟ ଭାଇଙ୍କ ମଧ୍ୟରେ ପାରିବାରିକ କଳିଗୋଳ ଲାଗି ରହିଥିଲା। ଉଭୟେ ମଙ୍ଗଳବାର କ୍ଷେତରେ ଥିବାବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ମୃତ ଝସକେତନ ସାନଭାଇ କୈଲାସ ଉପରକୁ ଏକ ଠେଙ୍ଗା ଉଠାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କୈଲାସ ପାଖରେ ଥିବା ଏକ କୁରାଢୀରେ ଝସକେତନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଝସକେତନ ଗୁରୁତର ଆହତ ହୋଇଥିଲେ। ବିଜେପୁର ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୀମସାର, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବୁର୍ଲା ପହଞ୍ଚିବା ବେଳକୁ ଝସକେତନଙ୍କ ମୃତ୍ୟୁ ହୋଇ ସାରିଥିଲା। ବୁର୍ଲା ଡାକ୍ତରଖାନାରେ ତାଙ୍କ ମୃତଦେହ ରହିଛି। ବ୍ୟବଚ୍ଛେଦ ପରେ ବୁଧବାର ମୃତଦେହ ଗ୍ରାମକୁ ଆସିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଡ଼ୁବାବାଙ୍କ ଚାପ ଡଙ୍ଗା ଓଲଟିଲା

ନୟାଗଡ଼ ଅଫିସ,୨୪ା୫”ନୟାଗଡ଼ ଜିଲା ଶରଣକୂଳର ଆରାଧ୍ୟ ଦେବ ଲଡୁବାବାଙ୍କ ଚାପ ଡଙ୍ଗା ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଚନ୍ଦନ ପୁଷ୍କରିଣୀରେ ଓଲଟି ପଡିବାରୁ...

ରୋଗୀ କଲ୍ୟାଣ ସମିତି ବୈଠକ:ଡାକ୍ତର ପଦବୀ ଖାଲି ପଡିଥିବା ନେଇ ଅସନ୍ତୋଷ

କଳିଙ୍ଗନଗର,୧୫।୮(ଡି.ଏନ୍‌.ଏ.)- ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିପିଓ ଜୋସ୍ନାମୟୀ ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର

ନୂଆଗାଁ,୧୬।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅଞ୍ଚଳରେ ଜଣେ ଯୁବତୀ (୧୯)ଙ୍କୁ ବର୍ଷେ ଧରି ଗଣବଳାତ୍କାର କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି।...

ଗଞ୍ଜାମ ଜିଲାରୁ କନ୍ଧମାଳକୁ ଅବାଧ ପ୍ରବେଶ କରୁଛନ୍ତି ମାଛ ବେପାରୀ

ରାଇକିଆ,୨୧।୭(ଡି.ଏନ୍‌.ଏ.): ଗଞ୍ଜାମରୁ କନ୍ଧମାଳ ଜିଲାକୁ ଆସିବା ପାଇଁ କଟକଣା ଜାରି କରାଯାଇଛି । ଗଞ୍ଜାମ ଜିଲାରେ କରୋନାସ୍ଥିତି ସଙ୍ଗୀନ ଥିବାରୁ ଜିଲାବାସୀଙ୍କୁ ଜରୁରୀ କାରଣ ନ...

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ

ଦିଗପହଣ୍ଡି,୬।୧(ଡି.ଏନ୍‌.ଏ.)-ଦିଗପହଣ୍ଡି ସହରର ବିଜୁ ଯୁବ ବାହିନୀ ସଦସ୍ୟ କାହ୍ନୁ ନାହାକଙ୍କୁ ସୋମବାର କେତେକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ କାହ୍ନୁ ଦିଗପହଣ୍ଡି ବସଷ୍ଟାଣ୍ଡରେ...

ଡେପୁଟେଶନରେ ଡାକ୍ତର, ମିଳୁନି ସ୍ବାସ୍ଥ୍ୟସେବା

ଧାମନଗର,୨୪।୧(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟସେବା। ୧୧ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୪ଜଣ ଅଛନ୍ତି। ଶିଶୁ ବିଭାଗ ଓ...

ବଲାଙ୍ଗୀର: ଗୋଟିଏ ଦିନରେ ୭ କରୋନା ପଜିଟିଭ୍‌ ଚିହ୍ନଟ; ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଛୁଇଁଲା

ବଲାଙ୍ଗୀର ଅଫିସ, ୨୪ା୫- ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ୭ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାର ପଜିଟିିଭ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି...

ମହିଳା ଓ ଶିଶୁ ସହାୟତା କେନ୍ଦ୍ର

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟର ପ୍ରମୁଖ ରେଳ ଷ୍ଟେଶନରେ କାର୍ଯ୍ୟକାରୀ ହେଉଛି ମହିଳା ଓ ଶିଶୁ ସହାୟତା କେନ୍ଦ୍ର। ମାତ୍ର ବାଲେଶ୍ୱର ରେଳ...

Advertisement
Archives

Model This Week