ଖବରଦାତାଙ୍କ ବିରୋଧରେ ମିଥା ମାମଲା ନେଇ ଜିଲା ଏସ୍‌ପିଙ୍କୁ ଜବାବ ତଲବ କଲେ ଜାତୀୟ ମାନବାଧିକାର ଆୟୋଗ

କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକରେ ଜଣେ ଓ୍ବେବ ଖବରଦାତା ରିପୁନ ବାରିକଙ୍କ ପ୍ରତି କରିଥିବା ଅତ୍ୟାଚାର ଓ ମିଥ୍ୟା ମୋକଦ୍ଦମା ଘଟଣାକୁ ନେଇ ଯାଜପୁରର ମାନବାଧିକାର ରକ୍ଷକ ନାରାୟଣ ରଥ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖେ ଏକ ଅଭିଯୋଗ କରିଥିଲେ। ଏହି କେସ୍‌ ନଂ ୬୭/୧୮ା୭ାା୨୩। ଯାହା ତା ୧୨ା୧ା୨୩ରେ ପଞ୍ଜୀକୃତ ହୋଇଛି। ମାନବାଧିକାର କମିଶନ ନ୍ୟାୟମୂର୍ତ୍ତି ଅରୁଣ କୁମାର ମିଶ୍ର କେନ୍ଦୁଝର ଏସ୍‌ପିଙ୍କୁ ଆକ୍ସନ ଡେଟ୍‌ ତା୨୦ା୧ା୨୩ରୁ ୮ ସପ୍ତାହ ଭିତରେ ଏହି ନିର୍ଯାତନା ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରି ଅଭିଯୋଗକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ରିପୁନ ଏକ ସମସ୍ୟା ବହୁଳ ଖବର ପ୍ରସାରଣ କରିଥିଲେ। ଏହି କାମକୁ ନେଇ ବିଡିଓଙ୍କ ବାଇଟ୍‌ ନେବାକୁ ଚେଷ୍ଟା କଲା ବେଳେ ସେ ନ ଦେଇ ଓଲଟା ଦୁର୍ବ୍ୟବହାର କରିଥିଲେ। ରିପୁନ ସେଠାରୁ ଚାଲି ଆସିବା ବେଳେ ବାଟରେ କିଛି ମଦ୍ୟପ ଠିକାଦାର ତାଙ୍କ ଇଙ୍ଗିତରେ ରିପୁନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେଣୁ ଜୀବନ ବଞ୍ଚାଇବାକୁ ସେ ନୟାକୋଟ ଥାନା କଲେ କିନ୍ତୁ ଓଲଟା ସେଠାକାର ଥାନା ଅଧିକାରୀ ତୁମ ନାମରେ ପୂର୍ବରୁ କେସ୍‌ ଅଛି କହିଲେ ଗ୍ରହଣ କରି ନ ଥିଲେ। ପରେ ରିପୁନଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ୨୧ ଦିନ ପରେ ରିପୁନ ଜେଲରୁ ଜାମିନରେ ଆସିବା ପରେ ପୁଣି ଆଉ ଏକ ମାମଲା ତାଙ୍କ ବିରୋଧରେ ଥିବା ଜାଣି ଜାମିନରେ ଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri