ନକଲି ତେଲ, ନାମୀ ବ୍ରାଣ୍ଡ୍‌

ବ୍ରହ୍ମପୁର,୨୫ା୯(ସୁବାସ ଚନ୍ଦ୍ର ପାଢ଼ୀ):ଦକ୍ଷିଣ ଓଡ଼ିଶାର ବାଣିଜି୍ୟକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ଚିନ୍ତା ବଢ଼ାଇଛି। ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେଉଥିବାରୁ ଯେକୌଣସି ଜିନିଷ କିଣିବା ବେଳେ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ସହରରେ ପୂର୍ବରୁ ନକଲି ଚା’ପତି, ଅମୁଲ, ଘିଅ, ହଳଦୀଗୁଣ୍ଡ, ମସଲାଗୁଣ୍ଡ, ଟମାଟୋ ସସ୍‌, ଚିଲିସସ୍‌, ମୃତ୍ୟୁପାନୀୟ ଓ ପାଣି ବୋତଲ କାରଖାନା ସିଲ୍‌ ହୋଇଥିବାବେଳେ ମଙ୍ଗଳବାର ଅପମିଶ୍ରିତ ଖାଇବା ତେଲ କାରଖାନା ଠାବ ହୋଇଛି। ବଡ଼ବଜାର ଅଞ୍ଚଳର ଏହି କାରଖାନା ଉପରେ ପୋଲିସ ଚଢ଼ାଉ କରି ବିପୁଳ ଅପମିଶ୍ରିତ ପାମୋଲିନ ତେଲ, ସୋରିଷ ତେଲ, ରାଶି ତେଲ ଜବତ କରିଛି। ଏହି ମାମଲାରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବ୍ୟବସାୟୀ ଜଣକ ୬ ବର୍ଷ ହେଲା ଭେଜାଲ ତେଲ ପ୍ରସ୍ତୁତ କରି ନାମୀଦାମୀ ବ୍ରାଣ୍ଡ୍‌ ଲଗାଇ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ବିକ୍ରି କରୁଥିବା ତାଙ୍କୁ ଜେରାବେଳେ ଜଣାପଡିଛି। ପୋଲିସ ପ୍ରଶାସନ ଚଢ଼ାଉ ପରେ ଚୁପ୍‌ ବସିଯାଉଥିବାବେଳେ ନକଲି ସାମଗ୍ରୀ କାରବାରରେ ଗିରଫ ବ୍ୟକ୍ତିମାନେ ଜାମିନରେ ମୁକୁଳି ପୁଣି ଜାଲିଆତିରେ ଲିପ୍ତ ରହୁଥିବା କୁହାଯାଉଛି। ବ୍ରହ୍ମପୁର ବଡ଼ବଜାର ପୋଲିସ ସପ୍ତାହକ ମଧ୍ୟରେ ପୃଥକ୍‌ ପୃଥକ୍‌ ୩ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଥିଲା।

ଗତ ୧୬ ତାରିଖରେ ଶାସ୍ତ୍ରୀନଗର ୪ର୍ଥ ଲାଇନସ୍ଥିତ ନକଲି ନଡ଼ିଆ ତେଲ କାରଖାନାରେ ଚଢ଼ାଉ ହୋଇଥିଲା। କାରଖାନା ମାଲିକ ଏ. ରଞ୍ଜନ ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରଞ୍ଜନ ସାଲିମାର ନଡ଼ିଆ ତେଲ ବୋତଲ ଓ ପାଉଚ ନକଲ କରି ଶିବାନୀ କୋକାନଟ ଅଏଲ ବ୍ରାଣ୍ଡ ଲେଖି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ଏ ନେଇ ସାଲିମାର କମ୍ପାନୀର ସହକାରୀ ମ୍ୟାନେଜର ସୋମନାଥ ବାନାର୍ଜୀ ଅଭିଯୋଗ କରିଥିଲେ। ସେହିପରି ଗତ ୨୦ ତାରିଖରେ ପ୍ରହଲ୍ଲାଦନଗର ଅଞ୍ଚଳରେ ଚାଲିଥିବା ନକଲି ହଳଦୀଗୁଣ୍ଡ କାରଖାନାରେ ଚଢାଉ କରାଯାଇଥିଲା। ମଙ୍ଗଳବାର ନକଲି ଖାଇବା ତେଲ କାରଖାନାରେ ଚଢ଼ାଉ ଜାରି ରହିଛି। ଏ ନେଇ ବଡ଼ବଜାର ଥାନାଧିକାରୀ ବାବା ଶଙ୍କର ସରାଫଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କିଛିଦିନ ହେବ ସହରରେ ଖାଦ୍ୟ ଅପମିଶ୍ରଣ କାରବାର ଉପରେ ଜୋରଦାର ଚଢ଼ାଉ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ, ପ୍ରୋହିବିସନ ଅଫ ଆଡ୍‌ଭର୍ଟାଇଜମେଣ୍ଟ ଆଣ୍ଡ ରେଗୁଲେଶନ ଅଫ ଟ୍ରେଡ୍‌ ଆଣ୍ଡ କମର୍ସ, ପ୍ରଡକ୍ସନ ସପ୍ଲାଇ ଆଣ୍ଡ ଡିଷ୍ଟ୍ରିବ୍ୟୁଶନ ଆକ୍ଟ, ଲିଗାଲ ମେଟ୍ରୋଲୋଜି ପ୍ୟାକେଟିଂ ଅଫ କମୋଡିଟି ଆକ୍ଟ, ଟ୍ରେଡ୍‌ ମାର୍କସ ଆକ୍ଟ ଆଦିରେ କେସ୍‌ କରାଯାଉଛି। ଲୋକେ ଏଭଳି ନକଲି କାରବାର ସମ୍ପର୍କରେ ପୋଲିସକୁ ଜଣାନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନକଲି ତେଲ, ହଳଦୀଗୁଣ୍ଡ ଭଳି ଭେଜାଲ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା ସିଲ୍‌ ହୋଇଛି। ମାଲିକ ଓ କର୍ମଚାରୀ ଗିରଫ ହୋଇଛନ୍ତି। ହେଲେ ବଜାରକୁ କେତେ ପରିମାଣର ଭେଜାଲ ସାମଗ୍ରୀ ଯାଇଛି, ସେ ସବୁ କେଉଁ ସ୍ଥାନରେ ବିକ୍ରି ହୋଇଛି, କେଉଁଠାରେ କେତେ କଞ୍ଚାମାଲ ଗଚ୍ଛିତ ରହିଛି ତାହା ଜଣାପଡୁନାହିଁ। ନକଲି ସାମଗ୍ରୀ କାରବାରରେ ଗିରଫ ହୋଇଥିବା କେତେଜଣ ମାଲିକ ଓ କର୍ମଚାରୀ ଏବେ ଜାମିନରେ ମୁକୁଳି ସାରିଲେଣି। କାରଖାନା ଚଢ଼ାଉ ଅଭିଯାନ ପରେ ଉଭୟ ପୋଲିସ ଓ ପ୍ରଶାସନ ଚୁପ୍‌ ବସିଯାଉଛନ୍ତି ବୋଲି ଆଇନଜୀବୀ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ଖାଡଙ୍ଗା କହିଛନ୍ତି, ବଡ଼ବଜାର ଅଞ୍ଚଳର କେତେକ ସାହିରେ ଛୋଟଛୋଟ କୁଟୀରଶିଳ୍ପ ରହିଛି। ସେମାନେ ଏଥିପାଇଁ ବିଇଏମ୍‌ସିରୁ ଲାଇସେନ୍ସ ନେଇଛନ୍ତି। ବର୍ତ୍ତମାନ ତେଲ, ହଳଦୀଗୁଣ୍ଡ ସହ ଖାଦ୍ୟ ସାମଗ୍ରୀ ନକଲି ହେଉଥିବା ଅଭିଯୋଗ ପରେ ଉକ୍ତ ଶିଳ୍ପଗୁଡିକରେ ଚଢ଼ାଉ କରାଯାଉଛି। ସେମାନେ ଯେଉଁଥିପାଇଁ ଲାଇସେନ୍ସ ନେଉଛନ୍ତି ତାହାକୁ ଅବମାନନା କରି ସେହି ଖାଦ୍ୟ ସାମଗ୍ରୀ ଅପମିଶ୍ରଣ କରୁଥିବା ନଜରକୁ ଆସିଛି। ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ମିଳିବା ପରେ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ। ପୁଣି ସେମାନେ ଯେଭଳି ଲାଇସେନ୍ସ ନ ପାଇବେ ସେଥିପାଇଁ ପଦକ୍ଷେପ ନିଆଯିବ। ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ବ୍ୟବସାୟୀମାନଙ୍କୁ ଅପମିଶ୍ରଣ ନ କରିବା ପାଇଁ ସଚେତନତା ନୋଟିସ ଦିଆଯିବ ବୋଲି କହିଛନ୍ତି। କେଉଁଠି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଚାଲିଥିବା ସମ୍ପର୍କରେ କେହି ଖବର ଦେଲେ ସେମାନଙ୍କ ନାମ ଗୋପନ ରଖାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri