Posted inଜାତୀୟ

ସିଦ୍ଧି ବିନାୟକଙ୍କ ପ୍ରସାଦରେ ମୂଷା

ମୁମ୍ବାଇ, ୨୫ା୯:ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା ବେଳେ ଦେଶର ବହୁ କୋଟି ଗଣେଶ ଭକ୍ତଙ୍କ ଆସ୍ଥା କେନ୍ଦ୍ର ଭାବେ ପରିଚିତ ମୁମ୍ବାଇର ସିଦ୍ଧି ବିନାୟକ ଗଣପତି ମନ୍ଦିରର ପ୍ରସାଦ ପ୍ୟାକେଟରେ ମୂଷା ଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏକ ନୀଳ ରଙ୍ଗର ଟ୍ରେରେ ଲଡ଼ୁ ଥିବା ଅନେକ ପ୍ୟାକେଟ ରଖାଯାଇଛି। ଉକ୍ତ ଲଡ଼ୁ ପ୍ୟାକେଟଗୁଡ଼ିକ ମଧ୍ୟରେ ମୂଷା ଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍‌ନାକୁ ଆସିବା ପରେ ସିଦ୍ଧି ବିନାୟକ ମନ୍ଦିରରେ ମିଳୁଥିବା ପ୍ରସାଦର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ତେବେ ଭାଇରାଲ ଭିଡିଓକୁ ଶ୍ରୀ ସିଦ୍ଧି ବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ(ଏସ୍‌ଏସ୍‌ଜିଟି) ପକ୍ଷରୁ ଖଣ୍ଡନ କରାଯାଇଛି। ଉକ୍ତ ଭିଡିଓ ସିଦ୍ଧି ବିନାୟକ ମନ୍ଦିରର ହୋଇ ନ ଥିବା ଟ୍ରଷ୍ଟ କହିଛି। ଘଟଣାକୁ ନେଇ ଏସ୍‌ଏସ୍‌ଜିଟି ଅଧ୍ୟକ୍ଷ ସଦା ସର୍ବନକର କହିଛନ୍ତି, ମନ୍ଦିରରେ ପ୍ରତିଦିନ ଲକ୍ଷାଧିକ ଲଡ଼ୁ ଭକ୍ତଙ୍କୁ ବଣ୍ଟନ କରାଯାଇଥାଏ। ସେଗୁଡ଼ିକୁ ପ୍ରସ୍ତୁତ କରାଯାଉଥିବା ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଇଥାଏ। ଭାଇରାଲ ହେଉଥିବା ଭିଡିଓ କୌଣସି ଅପରିଷ୍କାର ସ୍ଥାନର ହୋଇଥିବା ପରି ଜଣାପଡ଼ୁଛି। ସିଦ୍ଧି ବିନାୟକ ମନ୍ଦିରରେ ଏପରି କୌଣସି ସ୍ଥାନ ନ ଥିବା ସେ କହିଛନ୍ତି। ଭିଡିଓରେ ଦେଖାଯାଉଥିବା ପ୍ୟାକେଟ ଓ ପ୍ରସାଦ ଅନ୍ୟ କୌଣସି ସ୍ଥାନର ହୋଇଥିବା ପରି ଜଣାପଡ଼ୁଛି। ଘଟଣାର ତଦନ୍ତ ଆରମ୍ଭ ହୋଇ ସାରିଛି। ତଦନ୍ତରେ ମନ୍ଦିରରେ ଲାଗିଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରାଯିବ ବୋଲି ସର୍ବନକର କହିଛନ୍ତି। ତଦନ୍ତ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଡିସିପି ର଼୍ୟାଙ୍କ୍‌ର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛି। ଯଦି କେହି ଦୋଷୀ ମିଳିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ଭିଡିଓ କ୍ଲିପ୍‌ କେବେର ତାହା ତଦନ୍ତରୁ ସ୍ପଷ୍ଟ ହେବ। ତେବେ କେହିଜଣେ ଲଡ଼ୁ ଥିବା ପ୍ଲାଷ୍ଟିକ ବ୍ୟାଗ୍‌ଗୁଡ଼ିକ ମଧ୍ୟରେ ମୂଷା ଛାଡ଼ିଦେଇଥିବା ନେଇ ମଧ୍ୟ ସର୍ବନକର ସନ୍ଦେହ ପ୍ରକାଶ କରିଛନ୍ତି। ମନ୍ଦିର ଟ୍ରଷ୍ଟ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ମଧ୍ୟ ହୋଇପାରେ। ପୂର୍ବରୁ ମଧ୍ୟ ବିଭିନ୍ନ ଅସାମାଜିକ ତତ୍ତ୍ୱଙ୍କ ପକ୍ଷରୁ ଏପରି ପ୍ରୟାସ କରାଯାଇଛି। ହିନ୍ଦୁ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସର୍ବନକର କହିଛନ୍ତି। ସିଦ୍ଧି ବିନାୟକ ମନ୍ଦିରରେ ଭକ୍ତମାନଙ୍କୁ ଦିଆଯାଉଥିବା ଲଡ଼ୁରେ ବ୍ୟବହୃତ ଘିଅ, କାଜୁ ଏବଂ ଅନ୍ୟ ସାମଗ୍ରୀ ପ୍ରଥମେ ବ୍ରିହନ୍‌ ମୁମ୍ବାଇ ମୁନିସିପାଲ୍‌ କର୍ପୋରେଶନ୍‌(ବିଏମ୍‌ସି)ର ଲାବୋରେଟୋରିକୁ ପଠାଯାଇଥାଏ। ସେଠାରୁ ଅନୁମୋଦନ ମିଳିବା ପରେ ହିଁ ସେଗୁଡ଼ିକୁ ବ୍ୟବହାର କରାଯାଇ ଭକ୍ତଙ୍କ ପାଇଁ ଲଡ଼ୁ ପ୍ରସ୍ତୁତ ହୋଇଥାଏ। ସିଦ୍ଧି ବିନାୟକ ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଥିବା ସର୍ବନକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri