ନକଲି ମୁଖା ତଳର ମନ

ଫାଲ୍‌ଗୁନ ମାସର ଦୋଳପୂର୍ଣ୍ଣିମା ହୋଇଥାଏ। ମୁଁ ଡ୍ରଇଂ ରୁମ୍‌ରେ ଗୀତ ଶୁଣୁଥିଲି। ଠିକ୍‌ ସେତିକିବେଳେ ମୋ ସାଙ୍ଗ ଅରୁଣ ଫୋନ୍‌ କଲା। କହିଲା, ଆଜି ଦୋଳପୁନେଇଁରେ କ’ଣ କରୁଛୁ? ଚାଲ୍‌ ଯିବା, ଠାକୁରଙ୍କ ମେଳନ ଦେଖିବାକୁ। ସଙ୍ଗେସଙ୍ଗେ ମୋ ଘରକୁ ଆସିଲା। ତା’ପରେ ଆମେ ବାହାରିପଡ଼ିଲୁ ମେଳନ ଦେଖିବା ପାଇଁ। ମେଳନ ପଡ଼ିଆରେ ଝାଞ୍ଜ ଓ ମୃଦଙ୍ଗର ତାଳେ ତାଳେ ଅଣାଯାଉଥିଲା ଠାକୁରଙ୍କୁ ।
ଏଇ ସମୟରେ ମୁଖାଦିଆ ତାଡ଼କା ଓ ବାଘନାଚ ଉପରେ ମୋ ନଜର ପଡ଼ିଲା। ଲୋକମାନେ ତାଡ଼କା ମୁଖା ପିନ୍ଧି ଖୁବ୍‌ ଆନନ୍ଦରେ ମନଖୋଲି ନାଚୁଥାନ୍ତି। ଏସବୁ ଦେଖି ମୁଁ ପଡ଼ିଆର ଗୋଟିଏ ଜାଗାରେ ବସି ମୁଖାର ମାହାମତ୍‌ୟ ବିଷୟରେ ଭାବିଲି। ନାଚୁଥିବା ଲୋକମାନେ ତାଡ଼କା, ବାଘ ପ୍ରଭୃତିର ମୁଖା ସିନା ମୁହଁରେ ଦେଇଛନ୍ତି, ମାତ୍ର ତାଙ୍କ ମୁଖା ତଳର ମନ ଖୁବ୍‌ ପବିତ୍ର ଏବଂ ଅସଲି। ନିଜର ମନପ୍ରାଣ ଦେଇ ଠାକୁରଙ୍କୁ ଆନନ୍ଦିତ କରିବା ପାଇଁ ସେମାନେ ନାଚି ଚାଲୁଥାନ୍ତି। ସେମାନଙ୍କ ମନ ହେଲା ଅସଲି ମୁଖା ତଳର ମନ। ତାଙ୍କ ମନରେ ଆବିଳତା ନ ଥିଲା। ନିଜକୁ ସମର୍ପିଥା’ନ୍ତି ଠାକୁରଙ୍କ ଶରଣରେ। ମୁଖା ଯେତେ ରୁଦ୍ଧ ହେଲେ ମଧ୍ୟ ସେମାନେ ନାଚିବାରେ ଅବହେଳା କରୁ ନ ଥାନ୍ତି। ଏଠି ପଚାରିପାରନ୍ତି ସେମାନଙ୍କର ମନ ଯଦି ଅସଲି ମୁଖା ତଳର ମନ, ତା’ହେଲେ ନକଲି ମୁଖା ତଳର ମନ କାହାର? ଠିକ୍‌ କଥା, ନକଲି ମୁଖା ତଳର ମନ ଥିବା ମଣିଷ ଆଜିର ସମାଜରେ ଘୂରିବୁଲୁଛନ୍ତି ଏବଂ ସମାଜରେ ସେମାନଙ୍କର ଅଭାବ ନାହିଁ। ଏମାନଙ୍କର ମନ କହେ ନକଲି କଥା। ଯଥା ମଧୁର କଥା, କିନ୍ତୁ ପଛରେ ମନ କୁଟିଳ ଏବଂ ଖରାପ କାମରେ ବ୍ୟସ୍ତ ରୁହନ୍ତି। ଏମାନେ ଗୋଟିଏ ମୁଖାରେ କହନ୍ତି ଏବଂ ଅନ୍ୟଟିରେ ବିପରୀତ କାମ କରନ୍ତି। ଆଜିର ଦୁନିଆର ହାଲ୍‌ଚାଲ୍‌କୁ ବୁଝିଲେ ଜଣାପଡ଼େ ଯେ, କିଏ ନକଲି ମୁଖାର ମନ ନେଇ ଭାଇକୁ ମାରିଲାଣି ତ ଆଉ କିଏ ସ୍ତ୍ରୀକୁ ମାରି ଟାଙ୍ଗିଦେଲାଣି। କେରଳରେ ଘଟିଥିବା ଏକ ସଦ୍ୟ ଘଟଣା, ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଅର୍ଥ ଓ ଯୌବନର ଲାଳସାରେ ଦୁଇ ନିରୀହ ମଣିଷକୁ ବଳିପକାଇ ତାଙ୍କ ମାଂସ ରାନ୍ଧି ଖାଇବା ଭଳି ଜଘନ୍ୟ କାର୍ଯ୍ୟ ଏକ ନକଲି ମୁଖା ତଳର ମନର ନିଦର୍ଶନ। ଦୈନନ୍ଦିନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ହତ୍ୟା, ଲୁଣ୍ଠନ ଓ ବଳାତ୍କାରକୁ ନେଇ ମଧୁର ବାର୍ତ୍ତାରୂପକ ମୁଖା ପିନ୍ଧି ସମାଜରେ ଘୂରିବୁଲନ୍ତି। ବକ୍ତବ୍ୟ ଦିଅନ୍ତି ଗୋଟିଏ, କିନ୍ତୁ କରନ୍ତି ବିପରୀତ। ସାଧାରଣତଃ ନିରୀହ ଓ ସରଳ ଲୋକ ଏମାନଙ୍କର ଶିକାର ହୋଇଥାନ୍ତି। ସମାଜରେ ଏଇ ନକଲି ମୁଖାପିନ୍ଧା ମନ ଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ବିଭକ୍ତୀକରଣ କରାଯାଇପାରେ। କିଛି ଲୋକ ଅତ୍ୟନ୍ତ ନକାରାମତ୍କ ପ୍ରବୃତ୍ତିର, ପ୍ରାୟତଃ ଏମାନେ ନକାରାମତ୍କ ଶ୍ରେଣୀର। ଯେଉଁମାନେ ଟିକେ ଟିକେ କଥାରେ ହତ୍ୟା, ହିଂସାର ଆଶ୍ରୟ ନେବାକୁ ପଛାନ୍ତିନାହିଁ। ଆଉ କିଛି ଲୋକ ଥାଆନ୍ତି କୁଟିଳ ଏବଂ ଜଟିଳ ପ୍ରବୃତ୍ତିର, ଯେଉଁମାନଙ୍କର ମୁଖାପିନ୍ଧା ପ୍ରବୃତ୍ତି ଟିକେ ବେଶି ଥାଏ । ସେମାନେ କୌଣସି କାର୍ଯ୍ୟ କରିବାରେ ଲୋକଙ୍କ ସାଙ୍ଗରେ ଲୁଚକାଳି ଖେଳନ୍ତି ଏବଂ ପରିଶେଷରେ ଲୋକର କ୍ଷତି କରିଥାନ୍ତି। ତୃତୀୟ ଶ୍ରେଣୀର ଲୋକ ହେଲେ, ଯେଉଁମାନେ ଜଟିଳ ଏବଂ କୁଟିଳ। କଥା କମ୍‌ କହନ୍ତି, ନକଲି ମୁଖାପିନ୍ଧା ପ୍ରବୃତ୍ତି ମନ ଭିତରେ ଅଧିକ ଥାଏ। ଲୋକଙ୍କ କାର୍ଯ୍ୟକୁ ଅଯଥା ବିଳମ୍ବ କରାନ୍ତି। ଲୋକଙ୍କୁ ବାରମ୍ବାର ଦୌଡ଼ାନ୍ତି। ଶେଷରେ କ୍ଷତି ଘଟାନ୍ତି।
ଛାଡ଼ନ୍ତୁ, ଏସବୁ ଭାବନାରେ ମଜ୍ଜି ଯାଇଥିବା ସମୟରେ ମୋ ସାଙ୍ଗ ଅରୁଣ କଥା ମନେପଡ଼ିଗଲା। ସେତେବେଳକୁ ରାତି ପାହାନ୍ତା ହୋଇଯାଇଥିଲା। ସବୁ ଭାବନା ଓ ସ୍ମୃତିକୁ ନେଇ ଅରୁଣ ସହିତ ଘରକୁ ଫେରିଲି। ଶେଷରେ ଜାଣିବା ଜୀବନର ସତ୍ୟ କ’ଣ? ଜୀବନର ସତ୍ୟ ଠିକ୍‌ ସେଇ ତାଡ଼କା, ବାଘ ଓ ଭାଲୁର ଅସଲି ମୁଖାପିନ୍ଧା ଲୋକର ମନ ଭଳି, ଯେଉଁଥିରେ କି ମନପ୍ରାଣ ଦେଇ ଏକ ନିଷ୍ଠାର ସହିତ କାର୍ଯ୍ୟ କରିବା ଓ ଆନନ୍ଦ ପାଇବାର ଆଦର୍ଶ ଭରିରହିଛି। ତେଣୁ ନକଲି ମୁଖା ତଳର ମନକୁ ଅପସରି ଅସଲି ମୁଖା ତଳର ମନକୁ ଆପଣେଇବା। ଫଳରେ ସମାଜ ସୁସ୍ଥ ହୋଇ ଉଠିବ ଏବଂ ଆମ ମନରେ ସକାରାମତ୍କ ମାନସିକତା ଜାଗ୍ରତ ହେବ ।
ସିଡିଏ, ସେକ୍ଟର-୭, କଟକ
ମୋ: ୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri