ଭ୍ରୂଣହତ୍ୟା ତଦନ୍ତରେ ଫସିଲେ ନକଲି ଡାକ୍ତର: ଡାକ୍ତରୀ ପାଠ ନ ପଢ଼ି…

ନୟାଗଡ଼ ଅଫିସ,୫।୯: ନୟାଗଡ଼ ଜିଲାରେ ଭ୍ରୂଣହତ୍ୟା ଘଟଣା ୨ୟ ଥର ସାମ୍‌ନାକୁ ଆସିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହି ଘଟଣାରେ ପ୍ରଶାସନର ପ୍ରାଥମିକ ତଦନ୍ତରେ ଅଟକ ଥିବା ଅପାଠୁଆ ନକଲି ଡାକ୍ତର ବିଶ୍ୱନାଥ ଘଡ଼େଇଙ୍କୁ ଶନିବାର ନୟାଗଡ଼ ଟାଉନ ଥାନା ପୋଲିସ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ପରେ ତାଙ୍କୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି । ଶନିବାର ନୟାଗଡ଼ ଟାଉନ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମାଧୁରୀ ସାମଲ ଏହି ସୂଚନା ଦେଇଛନ୍ତି ା

ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ରେ ଗତ ଅଗଷ୍ଟ ୩୦ ଭ୍ରୂଣ ହତ୍ୟା ଘଟଣାରେ ନକଲି ଡାକ୍ତର ବିଶ୍ୱନାଥ ଘଡେଇ ସଂପୃକ୍ତି ଥିବା ପ୍ରମାଣ ମିଳିଛି । ଉକ୍ତ କ୍ଲିନିକର ମାଲିକ ସତ୍ୟପ୍ରିୟ ସ୍ବାଇଁଙ୍କୁ ଘଡେଇ ସହଯୋଗ କରିଥିଲେ । ପୂର୍ବରୁ ସଂପୃକ୍ତ ଘରୋଇ ହସ୍ପିଟାଲରେ ସେ ଭ୍ରୂଣହତ୍ୟା କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏକଥା ଜଣାପଡ଼ିବା ପରେ ୩୧୨, ୩୧୩, ୪୧୭, ୩୪ ଆଇପିସି, ୫ ପ୍ରିଭେନଶନ ଟର୍ମିନେସନ ଅଫ୍‌ ପ୍ରେଗ୍‌ନେନ୍‌ସି ଆକ୍ଟ ଦଫାରେ ଏକ ମାମଲା(ନଂ. ୧୮୨/୨୧)ରୁଜୁ ହୋଇଛି ା ଏଥିରେ ନକଲି ଡାକ୍ତରଙ୍କ ନାମକୁ ଯୋଡି ଦିଆଯାଇଛି ବୋଲି ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି ।

ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଭ୍ରୂଣହତ୍ୟାର ପ୍ରାଥମିକ ତଦନ୍ତରେ ନକଲି ଡାକ୍ତର ବିଶ୍ୱନାଥ ଘଡେଇ ଫସିଗଲେ । ସେ ଡାକ୍ତରୀ ପାଠ ନ ପଢ଼ି ନିଜକୁ ଡାକ୍ତର କହି ନୟାଗଡ଼ ସହରର ଛାୟାପଥ ଲେନ୍‌ରେ କଲ୍ୟାଣୀ କ୍ଲିନିକ ଖୋଲିଥିଲେ, ଯାହାକି ପଞ୍ଜୀକୃତ ନୁହେଁ। ସେହି ବେଆଇନ କ୍ଲିନିକରେ ସେ ରୋଗୀମାନଙ୍କୁ ଚିକିତ୍ସା ଓ ଅପରେଶନ କରୁଥିଲେ। ଏନେଇ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଟିମ୍‌ ତାଙ୍କ କ୍ଲିନିକ୍‌ରେ ଚଢ଼ାଉ କରିଥିଲା ା ଉକ୍ତ ଟିମ୍‌ରେ ତହସିଲଦାର, ପୋଲିସ ସାମିଲ ଥିଲେ । ତଦନ୍ତରେ ନକଲି ଡାକ୍ତର, ବେଆଇନ କ୍ଲିନିକ୍‌ ସମ୍ପର୍କରେ ସ୍ପଷ୍ଟ ହେବା ପରେ ସିଡିଏମ୍‌ଓଙ୍କ ଟିମ୍‌ର ସନ୍ତୋଷ ନାୟକଙ୍କ ଅଭିଯୋଗ କ୍ରମେ ନୟାଗଡ଼ ଟାଉନ ଥାନାରେ ୪୧୯, ୪୨୦, ୩୮୪, ୪୬୮ ଆଇପିସି ଦଫା, କଣ୍ଟ୍ରୋଲ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୯୦ର ୧୬ ରେ ଏକ ମାମଲା(ନଂ.୧୮୫/୨୧) ରୁଜୁ ହୋଇଥିଲା । ଦରକାର ପଡିଲେ ନକଲି ଡାକ୍ତରଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ା ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିଂ କହିଛନ୍ତି, ନକଲି ଡାକ୍ତର ଜେଲ୍‌ ଯିବା ପରେ ତଦନ୍ତ ଶେଷ ହୋଇନି, ବରଂ ଆରମ୍ଭ ହୋଇଛି । ଭ୍ରୂଣହତ୍ୟା ଘଟଣାରେ ଯେଉଁମାନେ ସଂପୃକ୍ତି ଥିବେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ା ଏଥିପାଇଁ ସବୁଦିଗରୁ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri