ଜାଲ ସାର୍ଟିଫିକେଟ୍‌ ତନାଘନା

ଢେଙ୍କାନାଳ ଅଫିସ,୨୫।୪: ଓଡ଼ିଶାର ଜାଲ୍‌ ସାର୍ଟିଫିକେଟ ଚେର ଢେଙ୍କାନାଳକୁ ଲମ୍ବିଛି। ଏହା ସ୍ପଷ୍ଟ ହେବାପରେ ଡାକ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ବିଧିବଦ୍ଧ ଯାଞ୍ଚ ପାଇଁ ଟାଉନ ଥାନାରେ ଅଭିଯୋଗ କରାଯାଇଥିବାବେଳେ ବୋର୍ଡ ଉତ୍ତରକୁ ଅପେକ୍ଷା କରାଯାଇଥିବା ଜଣାପଡ଼ିଛି।
ଜିଲା ଡାକମଣ୍ଡଳରେ ଗ୍ରାମାଞ୍ଚଳ ଶାଖା ପୋଷ୍ଟମାଷ୍ଟର ପଦବୀ ପାଇଁ ବହୁ ଆଶାୟୀ ପ୍ରାର୍ଥୀ ଓଡ଼ିଶା ଏବଂ ଉତ୍ତରପ୍ରଦେଶ ବୋର୍ଡର ମାଟ୍ରିକ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ସନ୍ଦେହ ଘେରକୁ ଆସିଛନ୍ତି। ବିଶେଷ କରି ଉତ୍ତରପ୍ରଦେଶ ବୋର୍ଡ ସାର୍ଟିଫିକେଟ ପ୍ରଦାନ କରିଥିବା ପ୍ରାର୍ଥୀଙ୍କ ମାର୍କ, ସେମାନେ ଦାଖଲ କରିଥିବା ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଏ ସମ୍ପର୍କରେ ଯାଞ୍ଚ ପାଇଁ ଡାକମଣ୍ଡଳ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯିବା ସହ ଜିଲା ଶିକ୍ଷାଧିକାରୀଙ୍କୁ ଏହାର ନକଲ ପ୍ରଦାନ କରାଯାଇଛି। ଓଡ଼ିଶା ବୋର୍ଡ ଏବଂ ଉତ୍ତରପ୍ରଦେଶ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କିତ ତଥ୍ୟ ମଗାଯାଇଥିଲେ ସୁଦ୍ଧା ଏହାର ଉତ୍ତର ଅଦ୍ୟାବଧି ମିଳି ନ ଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶରେ ବୋର୍ଡର ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ଯାଞ୍ଚ କରିବା ପାଇଁ ଡାକମଣ୍ଡଳ ପକ୍ଷରୁ ଲିଖିତ ଭାବେ ଜଣାଯାଇଛି। ସାର୍ଟିଫିକେଟ ଯାଞ୍ଚ ହୋଇପାରି ନ ଥିବାରୁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇନାହିଁ।
ଏ ସଂକ୍ରାନ୍ତରେ ଢେଙ୍କାନାଳ ଡାକମଣ୍ଡଳ (ଢେଙ୍କାନାଳ-ଅନୁଗୋଳ ଜିଲା) ଅଧୀକ୍ଷକ ଜଗଦୀଶ ଦାଶ କୁହନ୍ତି, ଗ୍ରାମାଞ୍ଚଳ ଶାଖା ପୋଷ୍ଟ ମାଷ୍ଟର ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ଉତ୍ତରପ୍ରଦେଶ ବୋର୍ଡ ଓ ଓଡ଼ିଶା ବୋର୍ଡର ମାଟ୍ରିକ ସାର୍ଟିଫିକେଟ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଉପରେ ସନ୍ଦେହ ଉପୁଜୁଛି। ତେଣୁ ଅଦ୍ୟାବଧି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଜଣେ ପ୍ରାର୍ଥୀ ଦୁଇଟି ରାଜ୍ୟର ବୋର୍ଡ ସାର୍ଟିଫିକେଟ ପ୍ରଦାନ କରିପାରିବେ କି ନାହିଁ, ସେ ସମ୍ପର୍କରେ କ’ଣ ନିୟମ ରହିଛି ତାହା ଜାଣିବା ପାଇଁ ଓଡ଼ିଶା ବୋର୍ଡ କର୍ତ୍ତୃପକ୍ଷଙ୍କୁ ତଥ୍ୟ ମଗାଯାଇଛି। ତାହା ହସ୍ତଗତ ହୋଇନାହିଁ। ଘଟଣାର ଯାଞ୍ଚ ପାଇଁ ଟାଉନ ଥାନାରେ ଲିଖିତ ଭାବରେ ଜଣାଇଛୁ ବୋଲି ଡାକମଣ୍ଡଳ ଅଧୀକ୍ଷକ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର କୁହନ୍ତି,ଅଭିଯୋଗ ପାଇଛୁ। ଖୁବଶୀଘ୍ର ମାମଲା ରୁଜୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri