କଳାହାଣ୍ଡିରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌ ଥିବା ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବଲାଙ୍ଗୀର ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହିତ ସହଯୋଗୀ ଥିବା କଳାହାଣ୍ଡିର ବିନୀତ ନାଏକ ଜିଲାର ବହୁ ଛାତ୍ରୀଛାତ୍ରଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଏପରି କି କର୍ଲାମୁଣ୍ଡାର ଜଣେ ଯୁବକ ଶ୍ରୀକାନ୍ତ ମଲ୍ଲିକ ଜମି ବିକ୍ରି କରି ଏମ୍‌ସିଏଲ୍‌ରେ ଚାକିରି କରିବା ନିମନ୍ତେ ବିନୀତଙ୍କୁ ୬ ଲକ୍ଷ ଟଙ୍କା ଦେଇଥିଲେ। ଚାକିରି ମିଳି ନ ଥିଲା କି ଟଙ୍କା ଫେରି ନ ପାଇ ଶ୍ରୀକାନ୍ତ ଆତ୍ମହତ୍ୟା କରି ବିନୀତ ଦାୟୀ ବୋଲି ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ବିନୀତ ଜେଲ୍‌ରେ ଥିବା ବେଳେ ଏହି ଘଟଣାକୁ ନେଇ ଜିଲାରେ ଆଲୋଡ଼ନ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି ଜିଲା ମ. ରାମପୁର ଥାନା କର୍ଲାମୁଣ୍ଡାର ଶ୍ରୀକାନ୍ତ ମଲ୍ଲିକ ଜୟପାଟଣା ବ୍ଲକ ଦୁଲକିବନ୍ଧର ବିନୀତ ନାଏକଙ୍କ ସହ ଏମ୍‌ସିଏଲ୍‌ କମ୍ପାନୀରେ ଚାକିରି ପାଇଁ ଯୋଗାଯୋଗ କରିଥିଲେ। ଶ୍ରୀକାନ୍ତ ଜମି ବିକି ୬ ଲକ୍ଷ ଟଙ୍କା ୨୦୨୦ ଡିସେମ୍ବର ୨୫ରେ ବିନୀତଙ୍କୁ ଦେଇଥିଲେ। ୨ ବର୍ଷ ଧରି ଚାକିରି ନ ମିଳିବା ଜାଣିବା ପରେ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଚାକିରି ହେଲା ନାହିଁ, ଜମି ବିକିଥିବା ଟଙ୍କା ମଧ୍ୟ ହଡ଼ପ ହୋଇଗଲା। ଅନ୍ୟପକ୍ଷରେ ଅନ୍ୟ ଘଟଣାରୁ ବିନୀତ ୨୦୨୨ ଜୁଲାଇ ୧୫ରେ ଭବାନୀପାଟଣା ଜେଲ୍‌ ଯାଇଥିଲା। ଏହା ପରେ ଶ୍ରୀକାନ୍ତ ଟଙ୍କା ଫେରସ୍ତ ହେବାର ଆଶା ମଉଳି ଯାଇଥିଲା। ଏଥିପାଇଁ ଶ୍ରୀକାନ୍ତ ମନସ୍ତାପରେ ରହୁଥିଲେ। କିଛି ଟଙ୍କା ଧାରକରଜ କରି ମଧ୍ୟ ଆଣିଥିଲେ। ଟଙ୍କା ପରିଶୋଧ କରିବା ପାଇଁ କୌଣସି ଉପାୟ ପାଇ ନ ଶେଷରେ ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଶ୍ରୀକାନ୍ତ ଏକ ସୁଇସାଇଡାଲ ନୋଟ ଲେଖିଥିଲେ। ଏଥିରେ ବିନୀତ ନାଏକ ଯୋଗୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏ ନେଇ କର୍ଲାମୁଣ୍ଡା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା (ନଂ. ୧୩/୧୮।୯।୨୦୨୨) ରୁଜୁ ହୋଇଥିଲା। ପୋଲିସ ଏସଆଇ କୃତ୍ତିବାସ ପୂଝାରୀ ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ବେଳେ ଶ୍ରୀକାନ୍ତଙ୍କ ପକେଟରୁ ସୁଇସାଇଡାଲ ନୋଟ ଜବତ ହୋଇଥିଲା। ଏଭଳି ବହୁ ଚାକିରି ଆଶାୟୀ ଯୁବତୀଯୁବକମାନଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରୁ ବହୁ ଘଟଣାର ପୋଲିସ ଏତଲା ମଧ୍ୟ ହୋଇପାରି ନାହିଁ। ବଲାଙ୍ଗୀର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହିତ ସହଯୋଗୀ ଭାବେ ବିନୀତ କଳାହାଣ୍ଡି ଜିଲାରେ ଠକେଇର ଜାଲ ବିଛାଇଥିଲେ। ବିନୀତ ଏବେ ଜେଲରେ ଥିବା ଯୋଗୁ ବହୁ ଯୁବତୀଯୁବକଙ୍କ ଟଙ୍କା ଫେରିବାର ଆଶା ମଉଳି ଯାଇଛି। ଏଭଳି ନକଲି ସାର୍ଟିଫିକେଟ ରାକେଟରେ ବିନୀତ ସମ୍ପୃକ୍ତି ଥିବା ସନ୍ଦେହ ପ୍ରକାଶ ପାଇଛି। ମନୋଜଙ୍କ ସହ ବିନୀତ ନାଏକ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କଲେ କଳାହାଣ୍ଡି ଘଟଣା ପ୍ରଘଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri