କଳାହାଣ୍ଡିରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌ ଥିବା ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବଲାଙ୍ଗୀର ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହିତ ସହଯୋଗୀ ଥିବା କଳାହାଣ୍ଡିର ବିନୀତ ନାଏକ ଜିଲାର ବହୁ ଛାତ୍ରୀଛାତ୍ରଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଏପରି କି କର୍ଲାମୁଣ୍ଡାର ଜଣେ ଯୁବକ ଶ୍ରୀକାନ୍ତ ମଲ୍ଲିକ ଜମି ବିକ୍ରି କରି ଏମ୍‌ସିଏଲ୍‌ରେ ଚାକିରି କରିବା ନିମନ୍ତେ ବିନୀତଙ୍କୁ ୬ ଲକ୍ଷ ଟଙ୍କା ଦେଇଥିଲେ। ଚାକିରି ମିଳି ନ ଥିଲା କି ଟଙ୍କା ଫେରି ନ ପାଇ ଶ୍ରୀକାନ୍ତ ଆତ୍ମହତ୍ୟା କରି ବିନୀତ ଦାୟୀ ବୋଲି ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ବିନୀତ ଜେଲ୍‌ରେ ଥିବା ବେଳେ ଏହି ଘଟଣାକୁ ନେଇ ଜିଲାରେ ଆଲୋଡ଼ନ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି ଜିଲା ମ. ରାମପୁର ଥାନା କର୍ଲାମୁଣ୍ଡାର ଶ୍ରୀକାନ୍ତ ମଲ୍ଲିକ ଜୟପାଟଣା ବ୍ଲକ ଦୁଲକିବନ୍ଧର ବିନୀତ ନାଏକଙ୍କ ସହ ଏମ୍‌ସିଏଲ୍‌ କମ୍ପାନୀରେ ଚାକିରି ପାଇଁ ଯୋଗାଯୋଗ କରିଥିଲେ। ଶ୍ରୀକାନ୍ତ ଜମି ବିକି ୬ ଲକ୍ଷ ଟଙ୍କା ୨୦୨୦ ଡିସେମ୍ବର ୨୫ରେ ବିନୀତଙ୍କୁ ଦେଇଥିଲେ। ୨ ବର୍ଷ ଧରି ଚାକିରି ନ ମିଳିବା ଜାଣିବା ପରେ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଚାକିରି ହେଲା ନାହିଁ, ଜମି ବିକିଥିବା ଟଙ୍କା ମଧ୍ୟ ହଡ଼ପ ହୋଇଗଲା। ଅନ୍ୟପକ୍ଷରେ ଅନ୍ୟ ଘଟଣାରୁ ବିନୀତ ୨୦୨୨ ଜୁଲାଇ ୧୫ରେ ଭବାନୀପାଟଣା ଜେଲ୍‌ ଯାଇଥିଲା। ଏହା ପରେ ଶ୍ରୀକାନ୍ତ ଟଙ୍କା ଫେରସ୍ତ ହେବାର ଆଶା ମଉଳି ଯାଇଥିଲା। ଏଥିପାଇଁ ଶ୍ରୀକାନ୍ତ ମନସ୍ତାପରେ ରହୁଥିଲେ। କିଛି ଟଙ୍କା ଧାରକରଜ କରି ମଧ୍ୟ ଆଣିଥିଲେ। ଟଙ୍କା ପରିଶୋଧ କରିବା ପାଇଁ କୌଣସି ଉପାୟ ପାଇ ନ ଶେଷରେ ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଶ୍ରୀକାନ୍ତ ଏକ ସୁଇସାଇଡାଲ ନୋଟ ଲେଖିଥିଲେ। ଏଥିରେ ବିନୀତ ନାଏକ ଯୋଗୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏ ନେଇ କର୍ଲାମୁଣ୍ଡା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା (ନଂ. ୧୩/୧୮।୯।୨୦୨୨) ରୁଜୁ ହୋଇଥିଲା। ପୋଲିସ ଏସଆଇ କୃତ୍ତିବାସ ପୂଝାରୀ ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ବେଳେ ଶ୍ରୀକାନ୍ତଙ୍କ ପକେଟରୁ ସୁଇସାଇଡାଲ ନୋଟ ଜବତ ହୋଇଥିଲା। ଏଭଳି ବହୁ ଚାକିରି ଆଶାୟୀ ଯୁବତୀଯୁବକମାନଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରୁ ବହୁ ଘଟଣାର ପୋଲିସ ଏତଲା ମଧ୍ୟ ହୋଇପାରି ନାହିଁ। ବଲାଙ୍ଗୀର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହିତ ସହଯୋଗୀ ଭାବେ ବିନୀତ କଳାହାଣ୍ଡି ଜିଲାରେ ଠକେଇର ଜାଲ ବିଛାଇଥିଲେ। ବିନୀତ ଏବେ ଜେଲରେ ଥିବା ଯୋଗୁ ବହୁ ଯୁବତୀଯୁବକଙ୍କ ଟଙ୍କା ଫେରିବାର ଆଶା ମଉଳି ଯାଇଛି। ଏଭଳି ନକଲି ସାର୍ଟିଫିକେଟ ରାକେଟରେ ବିନୀତ ସମ୍ପୃକ୍ତି ଥିବା ସନ୍ଦେହ ପ୍ରକାଶ ପାଇଛି। ମନୋଜଙ୍କ ସହ ବିନୀତ ନାଏକ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କଲେ କଳାହାଣ୍ଡି ଘଟଣା ପ୍ରଘଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri