Posted inଖେଳ

ଚେନ୍ନାଇକୁ ଲାଗିଲା ବଡ଼ ଝଟ୍‌କା

ଆବୁଧାବି,୩।୧୦: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ୫ଟି ମ୍ୟାଚ ଜିତି ୧୮ ପଏଣ୍ଟ ସହ ପଏଣ୍ଟ ସହ ଟେବୁଲ ଉପରେ ରହିଛି। ପ୍ଲେ ଅଫରେ ସିଏସକେ ମଧ୍ୟ ଏକ ସ୍ଥାନ ସୁରକ୍ଷିତ କରିଛି। କିନ୍ତୁ ଏହାପୂର୍ବରୁ ଧୋନୀଙ୍କ ସାମ୍ନାରେ ଏକ ବଡ ସମସ୍ୟା ଆସିଛି। ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ ଫାଫ ଡୁ ପ୍ଲେସିସ ଆହତ ହୋଇଛନ୍ତି। ତାଙ୍କର ଆହତ ଜନିତ ସମସ୍ୟା ପୁଣିଥରେ ଦେଖାଦେଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ମ୍ୟାଚରେ ରନ ନେବାବେଳେ ଡୁ ପ୍ଲେସିସ ଆହତ ହୋଇଥିଲେ। ସେ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହା ପରେ ସେ କିଛି ସମୟ ପାଇଁ ବେକ ଧରି ପଡିଆରେ ରେ ବସିଥିବାର ନଜର ଆସିଥିଲେ। ଚେନ୍ନାଇର ଇନିଂସର ଷଷ୍ଠ ଓଭରରେ ଡୁ ପ୍ଲେସିସ ଆଘାତ ହୋଇଥିଲେ। ମୁସ୍ତାଫିଜୁର ରହମାନ ଏହା ଉପରେ ବୋଲିଂ କରିଥିଲେ। ତାଙ୍କ ଓଭରର ପଞ୍ଚମ ବଲରେ ଏହି ଆହତ ଘଟିଥିଲା। ରନ ନେଇ ଡୁ ପ୍ଲେସିସ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହା ପରେ, ସେ ଦୀର୍ଘ ସମୟ ଧରି ଯନ୍ତ୍ରଣାରେ କାନ୍ଦୁଥିବା ଦେଖାଯାଇଥିଲା। ସଙ୍ଗେ ସଙ୍ଗେ ଟିମ ଫିଜିଓ ଭୂମିରେ ଆସି ତାଙ୍କ ବେକକୁ ମାଲିସ କଲେ। କିଛି ସମୟ ପରେ ଡୁ ପ୍ଲେସିସ ପୁଣି ବ୍ୟାଟିଂ କରିବାକୁ ବାହାରିଥିଲେ। କିନ୍ତୁ ସେ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ ଏବଂ ପରବର୍ତ୍ତୀ ଓଭରରେ ଆଉଟ ହୋଇଥିଲେ।
ଏହା ପ୍ରଥମ ଥର ନୁହେଁ ଯେ ଡୁ ପ୍ଲେସିସ ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପୂର୍ବରୁ ପାକିସ୍ତାନ ସୁପର ଲିଗରେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଆହତ ହୋଇଥିଲେ। ସେ ପିଏସଏଲ ରେ କ୍ୱେଟା ଗ୍ଲାଡିଏଟର ପାଇଁ ଖେଳୁଥିଲେ। ଫିଲ୍ଡିଂ ସମୟରେ ସେ ସାଥୀ ଖେଳାଳି ମହମ୍ମଦ ହସେନଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଆବୁଧାବିର ଏକ ଡାକ୍ତରଖାନାକୁ ନେବାକୁ ପଡିଲା। ଏହା ପରେ ସେ ପିଏସଏଲ ବାହାରେ ଥିଲେ। ଏହି ଆଘାତ ହେତୁ ସେ ଇଂଲଣ୍ଡରେ ‘ଦି ହଣ୍ଡ୍ରେଡ’ରେ ମଧ୍ୟ ଭାଗ ନେଇ ନ ଥିଲେ। ତେବେ ଆଇପିଏଲ ପୂର୍ବରୁ ତାଙ୍କୁ କାରିବିଆନ ପ୍ରିମିୟର ଲିଗରେ ଖେଳୁଥିବା ଦେଖିବାକୁ ମିଳିଥିଲା। ସିପିଏଲରେ ଡୁ ପ୍ଲେସିସ ୯ ଟି ମ୍ୟାଚ ରେ ୨୭୭ ରନ ସ୍କୋର କରିଥିଲେ ଏବଂ ସେ ଆଇପିଏଲ ୨୦୨୧ର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଏହି ଫର୍ମ ବଜାୟ ରଖିଛନ୍ତି।

https://twitter.com/KartikS25864857/status/1444314473443971076


Enter your email to get our daily news in your inbox.

All Right Reserved By Dharitri.Com

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର

ନୂଆପଡ଼ା,୨୧ା୮(ମକାରୁ ବେମାଲ): ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର): ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri