Posted inଜାତୀୟ

ମୁଖ୍ୟମନ୍ତ୍ରୀ ପାଇଁ ଶିନ୍ଦେଙ୍କ ନାମ ପ୍ରସ୍ତାବ ଦେଇଥିଲେ ଫଡନାଭିସ…

ମୁମ୍ବାଇ,୬।୧୧ : ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରଙ୍କ ପତନ ପରେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ତେବେ ସମସ୍ତ କଳ୍ପନାଜଳ୍ପନା ଭୁଲ ବୋଲି ପ୍ରମାଣିତ ହୋଇଥିଲା ଏବଂ ପ୍ରାୟ ୪୦ଜଣ ବିଧାୟକଙ୍କ ସମର୍ଥନ ଥିବା ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଫଡନାଭିସ ନିଜେ ପ୍ରକାଶ କରିଛନ୍ତି ଯେ ଶିନ୍ଦେଙ୍କ ନାମକୁ ମୁଖ୍ୟମନ୍ତ୍ରର ଭାବେ ପ୍ରସ୍ତାବ ଦେଇଥିଲେ।

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକ ଚ୍ୟାନେଲ ସହିତ କଥାବାର୍ତ୍ତା କରି କହିଛନ୍ତି, ମୁଁ ଏକ କଥାରେ ନିଶ୍ଚିତ ଭାବେ କହିପାରିବି ଯେ, ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତ୍ତି କେବଳ ମୋ ସହିତ ପରାମର୍ଶ କରିବା ପରେ ନିଆଯାଇଥିଲା। ମୁଁ ଜାତୀୟ ଟିଭିରେ ମଧ୍ୟ କହିପାରେ ଯେ ଏହା ମୋର ପ୍ରସ୍ତାବ ଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ମୁଁ କହିଥିଲି। ଆମର ନେତାମାନେ ଏହି ପ୍ରସ୍ତାବ ଗ୍ରହଣ କରିଥିଲେ। ଅବଶ୍ୟ ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ନୁହେଁ। ’

ଫଡନାଭିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସମୟରେ ସେ ସରକାରଙ୍କ ଠାରୁ ଦୂରେଇ ରହିବାକୁ ଚିନ୍ତା କରୁଥିବା ଖବର ମଧ୍ୟ ଆସିଥିଲା, କିନ୍ତୁ ହଠାତ ସେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଚାପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମଧ୍ୟ ଅନୁମାନ କରାଯାଇଥିଲା। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡା ମଧ୍ୟ ଫଡନାଭିସଙ୍କୁ ସରକାରରେ ରହିବାକୁ ପରାମର୍ଶ ଦେଇଥିଲେ।

ଫଡନାଭିସ କହିଛନ୍ତି ଯେ ମହାରାଷ୍ଟ୍ରର ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯାଇଛି। ମୁଁ ସରକାରଙ୍କ ଠାରୁ ଦୂରେଇ ରହିବାକୁ ସ୍ଥିର କରିଥିଲି ଯାହା ଦ୍ୱାରା କେହି କହିବେ ନାହିଁ ଯେ ଆମେ କ୍ଷମତା, ଲୋଭ ପାଇଁ ହାତ ମିଳାଇଛୁ। ମୋର ନେତାମାନେ ମୋତେ କହିଥିଲେ ଯେ ରାଜ୍ୟରେ ସରକାର ଚଳାଇବା ପାଇଁ ମୋର ଅଭିଜ୍ଞତା ଆବଶ୍ୟକ। ସେମାନେ କହିଥିଲେ ଯେ ସରକାର ବାହାରୁ ଚାଲିପାରିବେ ନାହିଁ ତେଣୁ ମୋତେ ସରକାରରେ ଯୋଗଦେବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

ଭଞ୍ଜନଗର କେଭି ପାଇଁ ୭ ପିଜିଟି ଶିକ୍ଷକ ଅନୁମୋଦନ, + ୨ ଖୋଲିବା ନେଇ ଅଧ୍ୟକ୍ଷ…

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଆଜକୁ ୧୬ ବର୍ଷ ହେବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ…

ଇରାନ-ଆମେରିକା ମଧ୍ୟରେ ହୋଇଗଲା ଡିଲ? କାମ ଦେଲା କି ପାକିସ୍ତାନର ମଧ୍ୟସ୍ଥତା?

ତେହରାନ୍‌,୩୦।୩: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଯୋଗୁ, ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି, ଯାହା ସିଧାସଳଖ ସାମୁଦ୍ରିକ ଯାତାୟାତକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତି ମଧ୍ୟରେ,…

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା କରୁଛନ୍ତି ଘନଘନ ବୈଠକ

ପାଟ୍‌ନା,୩୦ା୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ବିଧାନସଭା ପରିଷଦରୁ ଇସ୍ତଫା ଦେବାର ସମ୍ଭାବନାକୁ ନେଇ ସୋମବାର ରାଜନୈତିକ ବାତାବରଣ ବେଶ୍‌ ସରଗରମ ରହିଛି। ଦଳର ବରିଷ୍ଠ…

ଟ୍ରମ୍ପଙ୍କ ମନ୍ତବ୍ୟ ପରେ, ନୂଆ ବୟାନ ଜାରି କଲେ ମୋଜତାବା ଖାମେନେଇ; ଜାଣନ୍ତୁ ସେ କାହାକୁ ଦେଲେ ଧନ୍ୟବାଦ

ତେହରାନ୍‌,୩୦।୩: ଏକ ଲିଖିତ ବାର୍ତ୍ତାରେ, ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ, ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ ପାଇଁ ଇରାକର ଜନସାଧାରଣଙ୍କ ପ୍ରତି…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri