ସ୍ପାଇ ପରୀକ୍ଷଣ କଲା ଉତ୍ତର କୋରିଆ, ପଡ଼ୋଶୀ ଦେଶ ଭୟଭୀତ

ପ୍ୟୋଙ୍ଗ୍‌ୟାଙ୍ଗ,୬ା୩: ଉତ୍ତର କୋରିଆ ଶନିବାର ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ପରେ ରବିବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପାଇ ସାଟେଲାଇଟ୍‌ ପରୀକ୍ଷା କରିଛି। ଏନେଇ ଏହାର ପଡ଼ୋଶୀ ଦେଶ ପୁଣି ଥରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉତ୍ତର କୋରିଆ କହିଛି, ଏଥର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ଉପଗ୍ରହ (ସ୍ପାଇ ସାଟେଲାଇଟ୍‌) ପରୀକ୍ଷା କରିଛି। ଚଳିତ ବର୍ଷ ଉତ୍ତର କୋରିଆ ଦ୍ୱାରା ଏହା ହେଉଛି ନବମ ପରୀକ୍ଷା। ଏହି ପରୀକ୍ଷଣ ପରେ କୋରିଆ ଉପଦ୍ୱୀପର ଦେଶଗୁଡ଼ିକର ଚିନ୍ତା ବଢ଼ିଯାଇଛି।

ଉତ୍ତର କୋରିଆର ଏହି ପରୀକ୍ଷଣକୁ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଦୃଢ଼ ନିନ୍ଦା କରିଛନ୍ତି। ଏହି ଦେଶଗୁଡ଼ିକ ମତରେ, ଉତ୍ତର କୋରିଆ ଆଗାମୀ ସମୟରେ ପ୍ରମୁଖ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି। ଏହି ଦେଶଗୁଡିକ କହିଛନ୍ତି, ଉତ୍ତର କୋରିଆର ପରୀକ୍ଷା ହେଉଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ସିଧାସଳଖ ଉଲ୍ଲଂଘନ।

ଚଳିତ ବର୍ଷ ଜାନୁୟାରୀରେ ଉତ୍ତର କୋରିଆ ରେକର୍ଡ ସଂଖ୍ୟକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ୨୦୧୭ ପରେ ଉତ୍ତର କୋରିଆ କହିଛି, ଏହା ଦୀର୍ଘତମ ଦୂରଗାମୀ କ୍ଷେପଣାସ୍ତ୍ର (ଆଇସିବିଏମ)ର ପରୀକ୍ଷଣ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏହି ପରୀକ୍ଷା ଉତ୍ତର କୋରିଆ ଦ୍ୱାରା କରାଯାଉଛି।

ଉତ୍ତର କୋରିଆ ନିକଟ ଭବିଷ୍ୟତରେ ଏହାର ସ୍ପାଇ ସାଟେଲାଇଟ୍‌କୁ କକ୍ଷପଥରେ ଉତ୍‌କ୍ଷେପଣ କରିବାକୁ ଚେଷ୍ଟା କରୁଛି। ଦକ୍ଷିଣ କୋରିଆର ଶାସକ ଦଳର ପ୍ରାର୍ଥୀ ଲି ଜେ-ମ୍ୟୁଙ୍ଗଙ୍କ ବୈଦେଶିକ ନୀତିର ଉପଦେଷ୍ଟା ଲି ଜୋଙ୍ଗ-ସେକ୍‌ କହିଛନ୍ତି, ଆଇସିବିଏମ ଲଞ୍ଚ୍‌ କରିବା ପାଇଁ ବ୍ୟବହୃତ ହେଉଥିବା ଟେକ୍ନୋଲୋଜି ହେତୁ ଯେକୌଣସି ଉପଗ୍ରହ ଉତ୍‌କ୍ଷେପଣର ଭୟଙ୍କର ପରିଣାମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri