ଫେସ୍‌ବୁକ୍‌-ଇନଷ୍ଟାଗ୍ରାମ୍‌ ସେବା ବନ୍ଦ ହେବା ଆଶଙ୍କା ଘନେଇଲା…

ଓ୍ବାଶିଂଟନ, ୭।୨ : ଗତ ବର୍ଷ ଅକ୍ଟୋବରରେ ଫେସବୁକର ନାମ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ କମ୍ପାନୀ ମେଟା ଭାବରେ ପରିଚିତି ହାସଲ କରିଥିଲା। ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ସେ ଚାହୁଁଛନ୍ତି ବିଶ୍ୱରେ ତାଙ୍କ କମ୍ପାନୀ ମେଟାଭର୍ସ ଭାବେ ପରିଚିତି ହାସଲ କରୁ। ନୂଆ ନାମ ପରେ ମଧ୍ୟ ବିବାଦ କମ୍ପାନୀର ପଛ ଛାଡୁ ନାହିଁ।

ମେଟା ଏକ ବିବୃତ୍ତିରେ କହିଛି ଯେ ଯଦି ୟୁରୋପୀୟ ବ୍ୟବହାରକାରୀଙ୍କ ଡାଟା ଅନ୍ୟ ଦେଶ ସହ ଶେୟାର କରିବାକୁ ଅନୁମତି ନ ମିଳେ ତେବେ ଏହାର ସେବାକୁ ୟୁରୋପରେ ବନ୍ଦ କରିବାକୁ ପଡିବ। ମେଟା କହିଛି ଉପଭୋକ୍ତାମାନଙ୍କ ଡାଟା ଶେୟାର ନହେବା ଯୋଗୁ ଏହାର ସେବା ପ୍ରଭାବିତ ହେଉଛି। ଉପଭୋକ୍ତା ତଥ୍ୟ ଆଧାରରେ, କମ୍ପାନୀ ଉପଭୋକ୍ତାମାନଙ୍କୁ ବିଜ୍ଞାପନ ଦେଖାଇଥାଏ। ମେଟା ସ୍ପଷ୍ଟ ଭାବରେ କହିଛି ଯେ ଏହା ୨୦୨୨ ର ନୂତନ ସର୍ତ୍ତାବଳୀ ଗ୍ରହଣ କରିବ, କିନ୍ତୁ ଯଦି ଡାଟା ଟ୍ରାନ୍ସଫର ସୁବିଧା ଉପଲବ୍ଧ ନହୁଏ ତେବେ ଫେସବୁକ, ଇନଷ୍ଟାଗ୍ରାମ୍‌ ସହିତ ଏହାର ଅନେକ ସେବାକୁ ବନ୍ଦ କରିବାକୁ ପଡିବ।

ବର୍ତ୍ତମାନ ପର୍ଯ୍ୟନ୍ତ ମେଟା ଆମେରିକାର ସର୍ଭରରେ ୟୁରୋପର ଉପଭୋକ୍ତାମାନଙ୍କ ପାଇଁ ତଥ୍ୟ ସଂରକ୍ଷଣ କରୁଥିଲା, କିନ୍ତୁ ନୂତନ ସର୍ତ୍ତ ଅନୁସାରେ ଡାଟା ଶେୟାର କରିବା ନିଷେଧ ହୋଇଛି। ଫଳରେ ଫେସ୍‌ବୁକ୍‌-ଇନଷ୍ଟାଗ୍ରାମ୍‌ ସେବା ବନ୍ଦ ହେବା ଆଶଙ୍କା ଘନେଇବାରେ ଲାଗିଛି।

ମେଟା ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନଙ୍କୁ କହିଛି ଯେ ୟୁରୋପରେ ଉପଭୋକ୍ତାମାନଙ୍କ ପାଇଁ ଏହାର ସେବା ବନ୍ଦ କରିବାକୁ ପଡିବ ଯଦି ଶୀଘ୍ର ଏକ ନୂତନ ଫ୍ରେମଓ୍ବାର୍କ ବିକଶିତ ନହୁଏ। ୟୁରୋପିଆନ୍‌ ୟୁନିୟନ୍‌ର ନିୟମ ଅନୁଯାୟୀ, ବ୍ୟବହାରକାରୀଙ୍କ ତଥ୍ୟ ଇଉରୋପରେ ରହିବା ଉଚିତ ନୁହେଁ, ଯେତେବେଳେ ମେଟା ବ୍ୟବହାରକାରୀଙ୍କ ତଥ୍ୟ ଶେୟାର କରିବାକୁ ଅନୁମତି ମାଗିଥାଏ। ଜୁକରବର୍ଗ ଚାହୁଁଛନ୍ତି ଯେ ୟୁରୋପର ଉପଭୋକ୍ତାମାନଙ୍କ ତଥ୍ୟ ମଧ୍ୟ ଆମେରିକୀୟ ସର୍ଭରରେ ଗଚ୍ଛିତ ହେଉ।

ପୂର୍ବରୁ, ୟୁରୋପୀୟ ତଥ୍ୟ ପ୍ରାଇଭେସୀ ସିଲ୍ଡ ଆକ୍ଟ ଅନୁଯାୟୀ ଆମେରିକୀୟ ସର୍ଭରକୁ ସ୍ଥାନାନ୍ତରିତ ହୋଇଥିଲା, କିନ୍ତୁ ଜୁଲାଇ ୨୦୨୦ରେ ୟୁରୋପୀୟ କୋର୍ଟ ଦ୍ୱାରା ଏହି ଆଇନ ରଦ୍ଦ କରାଯାଇଥିଲା। ପ୍ରାଇଭେସୀ ସିଲ୍ଡ ବ୍ୟତୀତ, ମେଟା ଆମେରିକାର ସର୍ଭରରେ ୟୁରୋପୀୟ ବ୍ୟବହାରକାରୀଙ୍କ ତଥ୍ୟ ସଂରକ୍ଷଣ କରିବା ପାଇଁ ଷ୍ଟାଣ୍ଡାର୍ଡ କଣ୍ଟ୍ରାକ୍ଟୁଆଲ କ୍ଲଜ ମଧ୍ୟ ବ୍ୟବହାର କରୁଛି, କିନ୍ତୁ ୟୁରୋପ ସମେତ ଅନେକ ଦେଶରେ ଏହାର ଅନୁସନ୍ଧାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri