୨୦୦ ହେଲାନି, ଏବେ ୨୦୦୦ ଉପରେ ଆଖି: ପୂର୍ବପରି ଖତ ଖାଇଯିବା ନେଇ ଆଶଙ୍କା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜଧାନୀରେ ରାହାଗିରି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ୨୦୧୬ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ୨ଟି ସଂସ୍ଥା ସିଏସ୍‌ଆର୍‌ ଫଣ୍ଡ୍‌ରୁ ୨୦୦ ସାଇକେଲ ପ୍ରଦାନ କରିଥିଲେ। ଏବେ ସେଗୁଡ଼ିକ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି। ସେଥିରୁ କିଛି ସାଇକେଲ୍‌ ଚୋରି ହୋଇଥିବା ଅଭିଯୋଗ ହେଉଥିବାବେଳେ ଆଉ କିଛି କୋଭିଡ୍‌ ସଚେତକଙ୍କୁ ବିଭିନ୍ନ ଓ୍ବାର୍ଡ ବୁଲି ସଚେତନ କରିବାକୁ ଦିଆଯାଇଛି। ୨ଶହ ସାଇକେଲର ଠିକ୍‌ ପରିଚାଳନା କରିପାରି ନ ଥିବା ବିଏମ୍‌ସି ଏବେ ୨୦୦୦ ‘ମୋ ସାଇକେଲ୍‌’ର ଦାୟିତ୍ୱ ମୁଣ୍ଡକୁ ନେଇଛି। କ୍ୟାପିଟାଲ ଅର୍ବାନ ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ ‘ମୋ ସାଇକେଲ’କୁ ବିଏମ୍‌ସି ନିଜ ଅଧୀନକୁ ଆଣିଛି। କରୋନା ସମୟରେ ବିଏମ୍‌ସିର ହଠାତ୍‌ ଏପରି ପଦକ୍ଷେପକୁ ନେଇ ନାନା ଆଲୋଚନା ଚାଲିଛି। କରୋନା ପରଠୁ ବିଭାଗରେ କାର୍ଯ୍ୟଭାର ଢେର୍‌ ବଢ଼ିଯାଇଛି। ଜଣେ ଜଣେ କର୍ମଚାରୀଙ୍କୁ ଏକାଧିକ ଦାୟିତ୍ୱର ବୋଝ ସମ୍ଭାଳିବାକୁ ପଡୁଛି। ପୁଣି ଏହା ଭିତରେ ବର୍ତ୍ତମାନ କର୍ମଚାରୀ ଅଭାବ ବଡ଼ ସମସ୍ୟା ପାଲଟିଥିବା ଖୋଦ୍‌ କମିଶନର ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ସମୟରେ କହି ଆସୁଛନ୍ତି। ହେଲେ ୨୦୦୦ ମୋ ସାଇକେଲ ପରିଚାଳନା କରିବାକୁ କର୍ମଚାରୀ ଆସିବେ କେଉଁଠୁ? ରାହାଗିରି ସାଇକେଲ ପରି ମୋ ସାଇକେଲ ମଧ୍ୟ ଖତ ଖାଇବ ବୋଲି ଚର୍ଚ୍ଚା ଚାଲିଛି।
ଅନ୍ୟପଟେ ଫେଲ୍‌ ମାରିବା ପରେ ବିଏମ୍‌ସି ଏବେ ହଠାତ୍‌ ସାଇକେଲ ଉପରେ କାହିଁକି ଆଖି ପକାଇଛନ୍ତି ତାହା ବି ରହସ୍ୟ ସୃଷ୍ଟି କରୁଛି। ବର୍ତ୍ତମାନ ବିଏମ୍‌ସି ନିକଟରେ ଉକ୍ତ ୨୦୦ ସାଇକେଲ୍‌ରୁ ମାତ୍ର ୧୩୦ରୁ ୧୫୦ଟି ଥିବା ଜଣାପଡ଼ିଛି। କିଛି ସାଇକେଲରେ ଶିଟ୍‌, ଚକ ଓ ଅନ୍ୟାନ୍ୟ ପାର୍ଟସ ଗାଏବ୍‌ ହୋଇଯାଇଛି। ସାଇକେଲ୍‌ଗୁଡ଼ିକ ଗୋଟିଏ ସ୍ଥାନରେ ପଡ଼ି ରହିବା ଯୋଗୁ ଖରାପ ହୋଇଯାଇଛି। ତେବେ ଆଗକୁ ମୋ ସାଇକେଲ୍‌ର ମଧ୍ୟ ଏପରି ଅବସ୍ଥା ଯେ ନ ହେବ କହି ହେଉନି। ତେବେ ଏହା ଭିତରେ ଖତଗଦାରେ ପଡ଼ି ରହିଥିବା ପୁରୁଣା ରାହାଗିରି ସାଇକେଲ୍‌ର ପୁନରୁଦ୍ଧାର କରାଯାଉଛି। ବିଏମ୍‌ସି ମୁଖ୍ୟାଳୟର ଯେଉଁ ସ୍ଥାନରେ ପୁରୁଣା ସାଇକେଲ୍‌ଗୁଡ଼ିକୁ ରଖାଯାଇଥିଲା, ସେଠାରେ ଜଣେ ମିସ୍ତ୍ରି ସାଇକେଲ ମରାମତି କରୁଛନ୍ତି। ଏଥିସହ ଏବେ ବିଏମ୍‌ସି ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ଛୋଟ ପିଲାଙ୍କୁ ସାଇକେଲ୍‌ ଚଳାଇବା ପାଇଁ ପ୍ରୋତ୍ସାହିତ କରୁଛି। କିନ୍ତୁ ଏହା ପଛରେ କିଛି ଜନହିତକର ଯୋଜନା ରହିଛି ନା ଯୋଜନା ନାଁରେ ବିଏମ୍‌ସି ଆଉକିଛି ଉଦ୍ଦେଶ୍ୟ ହାସଲ ପାଇଁ ଏପରି ପ୍ରସହନ ଆରମ୍ଭ କରିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?