୨୦୦ ହେଲାନି, ଏବେ ୨୦୦୦ ଉପରେ ଆଖି: ପୂର୍ବପରି ଖତ ଖାଇଯିବା ନେଇ ଆଶଙ୍କା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜଧାନୀରେ ରାହାଗିରି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ୨୦୧୬ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ୨ଟି ସଂସ୍ଥା ସିଏସ୍‌ଆର୍‌ ଫଣ୍ଡ୍‌ରୁ ୨୦୦ ସାଇକେଲ ପ୍ରଦାନ କରିଥିଲେ। ଏବେ ସେଗୁଡ଼ିକ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି। ସେଥିରୁ କିଛି ସାଇକେଲ୍‌ ଚୋରି ହୋଇଥିବା ଅଭିଯୋଗ ହେଉଥିବାବେଳେ ଆଉ କିଛି କୋଭିଡ୍‌ ସଚେତକଙ୍କୁ ବିଭିନ୍ନ ଓ୍ବାର୍ଡ ବୁଲି ସଚେତନ କରିବାକୁ ଦିଆଯାଇଛି। ୨ଶହ ସାଇକେଲର ଠିକ୍‌ ପରିଚାଳନା କରିପାରି ନ ଥିବା ବିଏମ୍‌ସି ଏବେ ୨୦୦୦ ‘ମୋ ସାଇକେଲ୍‌’ର ଦାୟିତ୍ୱ ମୁଣ୍ଡକୁ ନେଇଛି। କ୍ୟାପିଟାଲ ଅର୍ବାନ ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ ‘ମୋ ସାଇକେଲ’କୁ ବିଏମ୍‌ସି ନିଜ ଅଧୀନକୁ ଆଣିଛି। କରୋନା ସମୟରେ ବିଏମ୍‌ସିର ହଠାତ୍‌ ଏପରି ପଦକ୍ଷେପକୁ ନେଇ ନାନା ଆଲୋଚନା ଚାଲିଛି। କରୋନା ପରଠୁ ବିଭାଗରେ କାର୍ଯ୍ୟଭାର ଢେର୍‌ ବଢ଼ିଯାଇଛି। ଜଣେ ଜଣେ କର୍ମଚାରୀଙ୍କୁ ଏକାଧିକ ଦାୟିତ୍ୱର ବୋଝ ସମ୍ଭାଳିବାକୁ ପଡୁଛି। ପୁଣି ଏହା ଭିତରେ ବର୍ତ୍ତମାନ କର୍ମଚାରୀ ଅଭାବ ବଡ଼ ସମସ୍ୟା ପାଲଟିଥିବା ଖୋଦ୍‌ କମିଶନର ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ସମୟରେ କହି ଆସୁଛନ୍ତି। ହେଲେ ୨୦୦୦ ମୋ ସାଇକେଲ ପରିଚାଳନା କରିବାକୁ କର୍ମଚାରୀ ଆସିବେ କେଉଁଠୁ? ରାହାଗିରି ସାଇକେଲ ପରି ମୋ ସାଇକେଲ ମଧ୍ୟ ଖତ ଖାଇବ ବୋଲି ଚର୍ଚ୍ଚା ଚାଲିଛି।
ଅନ୍ୟପଟେ ଫେଲ୍‌ ମାରିବା ପରେ ବିଏମ୍‌ସି ଏବେ ହଠାତ୍‌ ସାଇକେଲ ଉପରେ କାହିଁକି ଆଖି ପକାଇଛନ୍ତି ତାହା ବି ରହସ୍ୟ ସୃଷ୍ଟି କରୁଛି। ବର୍ତ୍ତମାନ ବିଏମ୍‌ସି ନିକଟରେ ଉକ୍ତ ୨୦୦ ସାଇକେଲ୍‌ରୁ ମାତ୍ର ୧୩୦ରୁ ୧୫୦ଟି ଥିବା ଜଣାପଡ଼ିଛି। କିଛି ସାଇକେଲରେ ଶିଟ୍‌, ଚକ ଓ ଅନ୍ୟାନ୍ୟ ପାର୍ଟସ ଗାଏବ୍‌ ହୋଇଯାଇଛି। ସାଇକେଲ୍‌ଗୁଡ଼ିକ ଗୋଟିଏ ସ୍ଥାନରେ ପଡ଼ି ରହିବା ଯୋଗୁ ଖରାପ ହୋଇଯାଇଛି। ତେବେ ଆଗକୁ ମୋ ସାଇକେଲ୍‌ର ମଧ୍ୟ ଏପରି ଅବସ୍ଥା ଯେ ନ ହେବ କହି ହେଉନି। ତେବେ ଏହା ଭିତରେ ଖତଗଦାରେ ପଡ଼ି ରହିଥିବା ପୁରୁଣା ରାହାଗିରି ସାଇକେଲ୍‌ର ପୁନରୁଦ୍ଧାର କରାଯାଉଛି। ବିଏମ୍‌ସି ମୁଖ୍ୟାଳୟର ଯେଉଁ ସ୍ଥାନରେ ପୁରୁଣା ସାଇକେଲ୍‌ଗୁଡ଼ିକୁ ରଖାଯାଇଥିଲା, ସେଠାରେ ଜଣେ ମିସ୍ତ୍ରି ସାଇକେଲ ମରାମତି କରୁଛନ୍ତି। ଏଥିସହ ଏବେ ବିଏମ୍‌ସି ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ଛୋଟ ପିଲାଙ୍କୁ ସାଇକେଲ୍‌ ଚଳାଇବା ପାଇଁ ପ୍ରୋତ୍ସାହିତ କରୁଛି। କିନ୍ତୁ ଏହା ପଛରେ କିଛି ଜନହିତକର ଯୋଜନା ରହିଛି ନା ଯୋଜନା ନାଁରେ ବିଏମ୍‌ସି ଆଉକିଛି ଉଦ୍ଦେଶ୍ୟ ହାସଲ ପାଇଁ ଏପରି ପ୍ରସହନ ଆରମ୍ଭ କରିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: କଂଗ୍ରେସ ପରେ ସିବିଆଇ ତଦନ୍ତ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଥମେ କଂଗ୍ରେସ ସିବିଆଇ ତଦନ୍ତ ଦାବି...

ଆଜି କରୋନା ନେଲା ୪ ଜୀବନ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୩୬୮...

ଆଉ ୬ ମୁଣ୍ଡ ନେଲା କରେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଆଉ ୬ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଅନୁଗୋଳର ୬୦ ବର୍ଷୀୟ ବୃଦ୍ଧା,ବାଲେଶ୍ୱରର ୬୩ ବର୍ଷୀୟ ବୃଦ୍ଧ, ଭଦ୍ରକର ୩୦ ବର୍ଷୀୟ...

ଜନଜାତି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୨ା୨(ବ୍ୟୁରୋ): ‘ମୋ ସ୍କୁଲ୍‌’ ଅଭିଯାନର ୯ମ ପରିଚାଳନା ପରିଷଦ ବୈଠକ ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ମୋ ସ୍କୁଲ୍‌ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଯୋଗଦେଇ...

‘ଅଞ୍ଚଳଭିତ୍ତିକ ପାରମ୍ପରିକ କୃଷିକୁ ଅଣଦେଖା ନେଇ ଗୃହରେ ଉଦ୍‌ବେଗ’

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରେ ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ହେଲେ ସରକାର କୃଷି ଏବଂ କୃଷକଙ୍କୁ ନେଇ ରହିଥିବା ପ୍ରକୃତ ସମସ୍ୟା ହୃଦୟଙ୍ଗମ କରିବାରେ...

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାବର୍ତ୍ତୀ ଜିଲା କୋରାପୁଟ ଏବଂ ଗଜପତିର ବିଭିନ୍ନ ଗାଁକୁ ନେଇ ସୃଷ୍ଟି ହୋଇଛି ଅନେକ ବିବାଦ। ବିବାଦର ଆପୋସ ସମାଧାନ ପାଇଁ...

ବିଏମ୍‌ସିର ମଣ୍ଡପ ସିଲ୍‌ ପ୍ରକ୍ରିୟା ବନ୍ଦ ହୋଇଯିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ବିନା ବିଲଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ...

ଗୃହରେ ଧାନ ଝଡ଼

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ମଣ୍ଡିଗୁଡ଼ିକରେ ଶହ ଶହ କୁଇଣ୍ଟାଲ ଧାନ ପଡ଼ିରହିଛି। ଧାନର ଅଭାବୀ ବିକ୍ରି ହେଉଛି। କୁଇଣ୍ଟାଲ ପିଛା ୫ରୁ ୧୦ କିଲୋ କାଟି ନିଆଯାଉଛି।...

Advertisement
Archives

Model This Week