ଆଖିବୁଜା ଗୁଳି ମାଡ଼: ୧୦୦ରୁ ଅଧିକ ମୃତ, ଭୟରେ ଗାଁ ଛାଡୁଛନ୍ତି ଗ୍ରାମବାସୀ

ଆଦିସ୍‌ ଅବା,୨୪।୧୨: ଆଫ୍ରିକାର ଇଥୋପିଆରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ମାଡ଼ରେ ୧୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ବୁଲେନ କାଉଣ୍ଟିର ବେକୋଜି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ମାନବାଧିକାର ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ଗ୍ରାମବାସୀ ଜୀବନ ଭୟରେ ଗାଁ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୦୧୮ରେ ପ୍ରଧାନମନ୍ତ୍ରୀ ଆବିୟ ଅହମ୍ମଦ କ୍ଷମତାକୁ ଆସିବା ପରେ ଏଭଳି ହିଂସା ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଲୋକତାନ୍ତ୍ରିକ ସୁଧାର ଯୋଗୁ ବିରୋଧୀ ଦଳଙ୍କ କ୍ଷମତା ହ୍ରାସ ପାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଗତ ୬ ସପ୍ତାହ ଧରି ଇଥୋପିଆରେ ସୈନ୍ୟ ବାହିନୀ ଏବଂ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏହାଯୋଗୁ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଦେଇଛି। ଏହି ସଂଘର୍ଷ ଯୋଗୁ ଇତିମଧ୍ୟରେ ୯ଲକ୍ଷ ୫୦ ହଜାର ଲୋକ ଭିଟାମାଟି ଛାଡ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ଫୁଟିଲା ଗୁଳି

ନ୍ୟୁ ଅରଲିୟନ୍ସ,୧ ।୬: ଆମେରିକାରେ ପୁଣିଥରେ ଫୁଟିଛି ଗୁଳି । ଗତ ମଙ୍ଗଳବାର ଟେକ୍ସାସର ଏକ ପ୍ରାଥମିକ ସ୍କୁଲରେ ଗୁଳିମାଡରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା...

ପାକିସ୍ତାନରେ ଭାଇରାଲ ହେଉଛି ସିଦ୍ଧୁଙ୍କ ନକଲି ଫଟୋ

ଇସ୍‌ଲାମାବାଦ,୨।୭: କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କର ଏକ ନକଲି ଫଟୋ ଏବେ ପାକିସ୍ତାନରେ...

ଲଣ୍ଡନ ଗଲେ ନଓ୍ବାଜ

ଲାହୋର,୧୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମଙ୍ଗଳବାର ଲଣ୍ଡନ ଗସ୍ତ କରିଛନ୍ତି। ଅସୁସ୍ଥ ଥିବା ଶରିଫ ଅଧିକ ଚିକିତ୍ସା ପାଇଁ ଏକ ଏୟାର ଆମ୍ବୁଲାନ୍ସ...

୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା

ନାବଲସ୍‌, ୨୩।୨: ବୁଧବାର ନାବଲସ୍‌ରେ ଇସ୍ରାଏଲ ଟ୍ରୁପ୍‌ ୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଏବଂ ୧୪ ବର୍ଷର...

ଶ୍ରୀଲଙ୍କାରେ ପେଟ୍ରୋଲଠାରୁ ମହଙ୍ଗା ହେଲା କ୍ଷୀର

କଲମ୍ବୋ,୨ ।୪: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେଠାରେ ଏବେ ହସ୍ପିଟାଲରେ ଔଷଧ ମିଳୁନାହିଁ ।...

ଆହତ ସେନାଙ୍କୁ ହସ୍ପିଟାଲରେ ଭେଟିଲେ ଜେଲେନସ୍କ, ବିଜୟ ହିଁ ଆପଣଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର

କ୍ୱିଭ,୧୪ ।୩:ରୁଷିଆ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସେନା ଓ ଦେଶବାସୀଙ୍କ ମନୋବଳ ବୃଦ୍ଧି କରି ଚାଲିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏମାନଙ୍କ ମଧ୍ୟରେ ଦେଶଭକ୍ତି...

ଆସନ୍ତା ସପ୍ତାହକୁ ଅପେକ୍ଷା

କାବୁଲ,୪।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନକୁ ତାଲିବାନ ଆସନ୍ତା ସପ୍ତାହକୁ ସ୍ଥଗିତ ରଖିଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ଶନିବାର ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ...

କୋଭିଡ୍‌ ମୂଳକୁ ଖୋଜ

ଓ୍ବାଶିଂଟନ, ୧ା୬: କୋଭିଡ୍‌-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ...

Advertisement
Archives

Model This Week